Advertisment

FIFA World Cup 2022: ୩୬ ବର୍ଷ ପରେ ଇତିହାସ ରଚିଲା ଆର୍ଜେଣ୍ଟିନା

ବିଶ୍ୱ ବିଜୟୀ ହେଲା ଆର୍ଜେଣ୍ଟିନା। ପେନାଲଟି ସୁଟ୍‌ ଆଉଟରେ ୪-୨ରେ ବାଜି ମାରିଲା ଆର୍ଜେଣ୍ଟିନା। ୩୬ ବର୍ଷ ପରେ କତାର ରାଜଧାନୀରେ ଦୋହାରେ ଆୟୋଜିତ ଫିଫା ବିଶ୍ୱକପ୍-୨୦୨୨କୁ ନିଜ ନାଁରେ କରି ଇତିହାସ ରଚିଛି ଆର୍ଜେଣ୍ଟିନା।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
FIFA World Cup 2022

FIFA World Cup 2022

ପୁରା ହେଲା ମେସିଙ୍କ ସ୍ୱପ୍ନ। ବିଶ୍ୱ ବିଜୟୀ ହେଲା ଆର୍ଜେଣ୍ଟିନା। ପେନାଲଟି ସୁଟ୍‌ ଆଉଟରେ ୪-୨ରେ ବାଜି ମାରିଲା ଆର୍ଜେଣ୍ଟିନା। ୩୬ ବର୍ଷ ପରେ କତାର ରାଜଧାନୀରେ ଦୋହାରେ ଆୟୋଜିତ ଫିଫା ବିଶ୍ୱକପ୍-୨୦୨୨କୁ ନିଜ ନାଁରେ କରି ଇତିହାସ ରଚିଛି ଆର୍ଜେଣ୍ଟିନା। ଫ୍ରାନ୍ସ ଏବଂ ଆର୍ଜେଣ୍ଟିନା ମଧ୍ୟରେ ଫାଇନାଲ ମୁକାବିଲା ୨-୨ରେ ବରାବର ଥିଲା।

Advertisment

ନିର୍ଦ୍ଧାରିତ ସମୟରେ ୩-୩ ବରାବର ପରେ ସୁଟ୍‌ ଆଉଟ୍‌ର ଫଇସଲା ହୋଇଥିଲା। ଆଉ ପେନାଲଟି ସୁଟ୍‌ ଆଉଟରେ ୪-୨ରେ ବାଜି ମାତି ତୃତୀୟ ଥର ପାଇଁ ବିଶ୍ୱ ବିଜୟୀ ହୋଇଥିଲା ଆର୍ଜେଣ୍ଟିନା। ପ୍ରଥମ ହାଫ୍‌ରେ ଆର୍ଜେଣ୍ଟିନା ଦମ୍‌ଦାର୍‌ ପ୍ରଦର୍ଶନ କରିଥିଲା।  ଲିଓନେଲ ମେସିଙ୍କ ନେତୃତ୍ୱରେ ଦଳର ଖେଳାଳିମାନେ ଆକ୍ରମଣାତ୍ମକ ଭାବେ ଖେଳିଥିଲେ। ୨୩ତମ ମିନିଟ୍‌ରେ ଦଳ ପାଇଁ ପ୍ରଥମ ଗୋଲ୍ କରିଥିଲେ ଆର୍ଜେଣ୍ଟିନା ଷ୍ଟାର ତାରକା ଲିଓନେଲ୍ ମେସି।

ଅଧିକ ପଢ଼ନ୍ତୁ: ବିଜୟ ପରେ କାନ୍ଦି ପକାଇଲେ ମେସି, ଦେଖନ୍ତୁ ଭିଡିଓ...

ଏହାପରେ ମ୍ୟାଚ୍‌ର ୩୬ତମ ମିନିଟ୍‌ରେ ଗୋଲ୍ କରି ଅଗ୍ରଣୀ ବଢ଼ାଇଥିଲେ ଡି ମାରିଆ। ମଧ୍ୟାନ୍ତର ସୁଦ୍ଧା ୨-୦ରେ ଅଗ୍ରଣୀ ଥିଲା ଆର୍ଜେଣ୍ଟିନା। ତେବେ ଫ୍ରାନ୍ସର ଏମ୍ବାପେଙ୍କ ଡବଲ ଗୋଲ୍ ବଳରେ ସ୍ଥିତି ବରାବର କରିଥିଲା ଫ୍ରାନ୍ସ। ମ୍ୟାଚ୍‌ର ୮୦ ଓ ୮୨ତମ ମିନିଟ୍‌ରେ ଡବଲ୍ ଗୋଲ୍ କରିଥିଲେ ଏମ୍ବାପେ। ଫଳରେ ମ୍ୟାଚ୍ ୨-୨ ସମାନ ସ୍ଥିତିକୁ ଆସିଯାଇଥିଲା। 

Advertisment

ବିଗତ ଚାମ୍ପିଅନ ଫ୍ରାନ୍ସକୁ ପରାସ୍ତ କରି ଆର୍ଜେଣ୍ଟିନା ଇତିହାସ ରଚିଛି। ଏହାସହ ଫିଫା ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ୩ୟ ଥର ଚାମ୍ପିଅନ ହେବାର ସ୍ୱପ୍ନ ପୂରା କରିଛି। ପୂର୍ବରୁ ଫ୍ରାନ୍ସ ୧୯୯୮ ଓ ୨୦୧୮ରେ ଚାମ୍ପିୟନ ହେଇଥିବା ବେଳେ, ୧୯୭୮ ଓ ୧୯୮୬ରେ ବିଶ୍ୱ ବିଜୟୀ ହୋଇଥିଲା ଆର୍ଜେଣ୍ଟିନା।

FIFA World Cup 2022
Advertisment
Advertisment