• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଆଜି ପ୍ୟାରିସ ଅଲିମ୍ପିକ୍ସର ଉଦଯାପନୀ । ଆଜି ଅପରାହ୍ନରେ ଉଦଯାପାନୀ ସମାରୋହ ନେଇ ଧୁମଧାମ ଆୟୋଜନ ହୋଇଛି । ଏ ଅବସରରେ ବିଭିନ୍ନ ପଦକ ବିଜେତା ନିଜ ନିଜ ଦେଶର ଜାତୀୟ ପତାକା ଧରିବେ । ଭାରତ ପକ୍ଷରୁ ମନୁ ଭାକର ଓ ପି.ଆର ଶ୍ରୀଜେଶ ଜାତୀୟ ପତାକା ଧରିବେ । ଗତ ଜୁଲାଇ ୨୬ରେ ଆରମ୍ଭ ହୋଇଥିଲା ଏହି କ୍ରୀଡା ମହାକୁମ୍ଭ ।

ତେବେ ଚଳିତ ଅଲିମ୍ପିକ୍ସରେ ଭାରତର ୧୧୨ ଜଣ ଖେଳାଳି ଅଂଶଗ୍ରହଣ ବେଳେ ମାତ୍ର ୬ଟି ପଦକ ପାଇଛନ୍ତି । ତେବେ ଏଥର ଗୋଟିଏ ବି ସ୍ବର୍ଣ୍ଣ ପାଇନି ଭାରତ । ପ୍ୟାରିସ୍‌ ଅଲିମ୍ପିକ୍ସରେ ସୁଟିଂରୁ ଭାରତ ତା’ର ପଦକ ଅଭିଯାନ ଆରମ୍ଭ କରିଥିଲା । ସୁଟିଂରେ ଚଳିତ ଥର ୩ଟି ପଦକ ଜିତିଛି ଭାରତ । ୨୪ ଅଲିମ୍ପିକ୍ସରେ ଭାରତ ପକ୍ଷରୁ ମନୁ ଭାକର ପ୍ରଥମ ପଦକ ଜିତିଥିଲେ । ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ସେ ଭାରତ ପାଇଁ ପ୍ରଥମ ବ୍ରୋଞ୍ଜ୍ ପଦକ ଜିତିଥିଲେ । ଏହାପରେ ଏହି ଇଭେଣ୍ଟର ମିକ୍ସଡ୍‌ ଟିମ୍‌ ଇଭେଣ୍ଟରେ ପୁଣି ଥରେ ମନୁ ଭାକର ଓ ସରବଜୋତ ସିଂ ଆଉ ଏକ ବ୍ରୋଞ୍ଜ ମେଡାଲ ଜିତିଥିଲେ । ଏହାପରେ ସ୍ୱପ୍ନିଲ କୁଶାଲେ ୫୦ ମିଟର ରାଇଫଲ ଥ୍ରୀ ପୋଜିସନ୍‌ରେ ବ୍ରୋଞ୍ଜ ମେଡାଲ ଜିତିଥିଲେ ।

ତେବେ ଚଳିତ ଅଲିମ୍ପିକ୍ସରେ ଭାରତକୁ ଚତୁର୍ଥ ପଦକ ହକିରୁ ଆସିଥିଲା । ଟୋକିଓ ପରି ପ୍ୟାରିସରେ ମଧ୍ୟ ବ୍ରୋଞ୍ଜ ମେଡାଲ ଜିତିଛି ଟିମ୍‌ ଇଣ୍ଡିଆ । ସେହିପରି ଟୋକିଓରେ ଜାଭେଲିନ୍‌ ଥ୍ରୋରେ ସ୍ୱର୍ଣ୍ଣ ପଦକ ଜିତିଥିବା ନୀରଜ ଚୋପ୍ରା ଚଳିତ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଛନ୍ତି । ଅନ୍ୟପକ୍ଷରେ କୁସ୍ତିରୁ ମଧ୍ୟ ଚଳିତ ଅଲିମ୍ପିକ୍ସରେ ପଦକ ଆସିଛି । ପୁରୁଷ ୫୭ କେଜି ଫ୍ରି ଷ୍ଟାଇଲ କୁସ୍ତିରେ ଅମନ ଶେରାୱତ ବ୍ରୋଞ୍ଜ୍‌ ମେଡାଲ ଜିତିଛନ୍ତି ।

OTV is now on Whatsapp

Join and get latest news update delivered to you via whatsapp

Join Now