/odishatv-khabar/media/post_attachments/uploadimage/library/16_9/16_9_0/IMAGE_1725680442.jpg)
Konark Suryas, Irfan Patha
ଲିଜେଣ୍ଡ୍ ଲିଗ୍ କ୍ରିକେଟରେ ସାମିଲ ହେଲା ଓଡ଼ିଶା। ପ୍ରଥମ ଥର ପାଇଁ ଓଡ଼ିଶାର ଏକ ଟିମ ଏଥିରେ ସାମିଲ ହୋଇଥିବା ବେଳେ, ଏହାର ନାଁ ରହିଛି କୋଣାର୍କ ସୂର୍ୟାଜ୍। ଭୁବନେଶ୍ୱରରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଏହି ଟିମ୍ ଲଞ୍ଚ ହୋଇଥିବା ବେଳେ, ଏହାର କ୍ୟାପଟେନ୍ ବନିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ଇରଫାନ୍ ପଠାନ। ଟିମ୍ ଲଞ୍ଚ ଅବସରରେ ଖେଳାଳିଙ୍କ ନାଁ ମଧ୍ୟ ଘୋଷଣା କରାଯାଇଛି । ଦଳରେ ବିନୟ କୁମାର, ରାଜେଶ ବିଷ୍ଣୋୟୀ ଓ ଶାହାବାଜ୍ ନଦୀମଙ୍କ ଭଳି ଖେଳାଳିଙ୍କୁ ସାମିଲ କରାଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓସିଏ ସମ୍ପାଦକ ସଞ୍ଜୟ ବେହେରା ଯୋଗଦେଇଥିବା ବେଳେ ଅଲିମ୍ପିୟନ ଅନୁରାଧା ବିଶ୍ୱାଳ, ଦୁତି ଚାନ୍ଦ, ପାରା ଅଲିମ୍ପିୟାନ ପ୍ରମୋଦ ଭଗତ, ପୂର୍ବତନ କ୍ରିକେଟର ସତ୍ୟରଞ୍ଜନ ଶତପଥୀ, କଣ୍ଠଶିଳ୍ପୀ କ୍ରିଷ୍ନା ବେହୁରା, ସୁସ୍ମିତା ଦାସ, ଅଭିନେତା ସବ୍ୟସାଚି, ଅଭିନେତ୍ରୀ ଅର୍ଚିତା ପ୍ରମୁଖ ସାମିଲ ହୋଇଥିଲେ। ତେବେ ଏହି ଅବସରରେ ସବ୍ୟସାଚୀଙ୍କ ସହ ଆଲୋଚନା ବେଳେ ଇରଫାନଙ୍କ ମୁହଁରେ ଓଡ଼ିଆ ଡାଏଲଗ୍ ସମସ୍ତଙ୍କୁ ବେଶ୍ ପସନ୍ଦ ଆସିଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)