/odishatv-khabar/media/post_attachments/uploadimage/library/16_9/16_9_0/IMAGE_1704640862.jpg)
India Squad For Afghanistan
ଆଫଗାନିସ୍ତାନ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା । ୧୩ ମାସ ପରେ ଟି-ଟ୍ୱେଣ୍ଟି ଦଳକୁ ଫେରିଛନ୍ତି ରୋହିତ ଶର୍ମା ଓ ବିରାଟ କୋହଲି। ଏହି ସିରିଜରେ ରୋହିତ ଶର୍ମା ଦଳର ଅଧିନାୟକ ଭାର ତୁଲାଇବେ। ୨୦୨୨ ଟି-୨୦ ବିଶ୍ୱକପ୍ ପରଠାରୁ ରୋହିତ ଶର୍ମା ଓ ବିରାଟ କୋହଲି କୌଣସି ଆନ୍ତର୍ଜାତୀୟ ଟି-୨୦ ମ୍ୟାଚ୍ ଖେଳି ନାହାନ୍ତି। ତେବେ ଆଫଗାନିସ୍ତାନ ସିରିଜ୍ ପୂର୍ବରୁ ଟି-୨୦ ଖେଳିବାକୁ ଇଚ୍ଛା ପ୍ରକାଶ କରିଥିଲେ ଏହି ଦୁଇ ଖେଳାଳି।
ତେବେ ଘୋଷଣା ହୋଇଥିବା ୧୬ ଟିମ୍ରେ ଶୁବମନ ଗିଲ୍, ଯଶସ୍ୱୀ ଜୟସ୍ୱାଲ, ତିଲକ ବର୍ମା, ରିଙ୍କୁ ସିଂ ସ୍ଥାନ ପାଇଛନ୍ତି। ସେହିପରି ୨ ୱିକେଟ କିପର ଜିତେଶ ଶର୍ମା, ସଂଜୁ ସାମସନ୍ ମଧ୍ୟ ଦଳରେ ସ୍ଥାନ ପାଇଛନ୍ତି। ୩ ପେସର ଅର୍ଶଦୀପ ସିଂ, ଅଭେଶ ଖାନ୍ ଓ ମୁକେଶ କୁମାରଙ୍କ ସହ ସ୍ପିନର ରବି ବିଷ୍ଣୋୟୀ, ୱାଶିଂଟନ୍ ସୁନ୍ଦର, ଅକ୍ଷର ପଟେଲ ଓ କୁଳଦୀପ ଯାଦବ ମଧ୍ୟ ଟିମରେ ଅଛନ୍ତି। ସେହିପରି ଆହତ କାରଣରୁ ଦଳରୁ ହାର୍ଦ୍ଦିକ ପାଣ୍ଡ୍ୟା ଓ ସୂର୍ଯ୍ୟ କୁମାର ଯାଦବ ବାଦ୍ ପଡ଼ିଛନ୍ତି।
ସୂଚନା ଅନୁସାରେ ଆଫଗାନିସ୍ତାନ ବିପକ୍ଷରେ ପ୍ରଥମ ମ୍ୟାଚ୍ ଜାନୁଆରୀ ୧୧ରେ ଖେଳିବ ଭାରତ। ସେହିପରି ଜାନୁଆରୀ ୧୪ରେ ଦ୍ୱିତୀୟ ମ୍ୟାଚ୍ ଓ ଜାନୁଆରୀ ୧୭ରେ ଶେଷ ମ୍ୟାଚ୍ ଖେଳାଯିବ। ଜୁନ୍ରେ ହେବାକୁ ଥିବା ଟି-୨୦ ବିଶ୍ୱକପ୍ ପୂର୍ବରୁ ଏହା ଭାରତ ପାଇଁ ଶେଷ ଦ୍ୱିପାକ୍ଷିକ ସିରିଜ୍।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)