• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଗତକାଲି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଦିନିକିଆରେ ଟିମ୍‌ ଇଣ୍ତିଆର ଶୋଚନୀୟ ପରାଜୟ ହୋଇଛି । ଅଷ୍ଟ୍ରେଲିଆ ଦ୍ରୁତ ବୋଲର୍‌ଙ୍କ ଆଗରେ ଫେଲ୍‌ ମାରିଛନ୍ତି ଭାରତୀୟ ଟପ୍‌ ଅର୍ଡର ବ୍ୟାଟ୍ସମ୍ୟାନ୍‌ । ପ୍ରଥମେ ବ୍ୟାଟିଂ କରି ୧୧୭ ରନ୍‌ରେ ଅଲ୍‌ଆଉଟ୍‌ ହୋଇଥିଲା ଟିମ୍‌ ଇଣ୍ତିଆ । ମାତ୍ର ୧୧ ଓଭର୍‌ରେ କଙ୍ଗାରୁ ଦଳ ଏହି ଲକ୍ଷ୍ୟ ହାସଲ କରିନେଇଥିଲା ।

ତେବେ ମ୍ୟାଚ୍‌ରେ କମାଲ କରିଥିଲେ ଅଷ୍ଟ୍ରେଲିଆ ଦ୍ରୁତ ବୋଲର୍‌ ମିଚେଲ୍‌ ଷ୍ଟାର୍କ । ୮ ଓଭର୍‌ରେ ୫୩ ରନ୍‌ ଦେଇ ୫ଟି ୱିକେଟ୍‌ ଅକ୍ତିଆର୍‌ କରିଥିଲେ । ଷ୍ଟାର୍କ ଟିମ୍‌ ଇଣ୍ତିଆର ଟପ୍‌ ଅର୍ଡରର ବ୍ୟାଟ୍ସମ୍ୟାନ୍‌ ରୋହିତ ଶର୍ମା, ଶୁବମନ୍‌ ଗିଲ୍‌, ସୂର୍ଯ୍ୟକୁମାର ଯାଦବଙ୍କ ୱିକେଟ୍‌ ନେଇଥିଲେ ।

ବିଶ୍ୱର ଏପରି ୩ ଜଣ ବାମହାତୀ ଦ୍ରୁତ ବୋଲର୍‌ ଅଛନ୍ତି, ଯାହାଙ୍କ ବୋଲିଂ ଆଗରେ ଫେଲ୍‌ ମାରିଛନ୍ତି ଟିମ୍‌ ଇଣ୍ତିଆର ଟପ୍‌ ଅର୍ଡର ବ୍ୟାଟ୍ସମ୍ୟାନ୍‌ ।

ମିଏଚେଲ୍‌ ଷ୍ଟାର୍କ:

ଟିମ୍ ଇଣ୍ତିଆ ବିପକ୍ଷ ଦିନିକିଆ ମ୍ୟାଚ୍‌ରେ ଷ୍ଟାର୍କଙ୍କ ଦମଦାର୍‌ ପ୍ରଦର୍ଶନ ରହିଛି । ବିଶେଷ କରି ଭାରତର ଟପ୍‌ ଅର୍ଡର ବ୍ୟାଟ୍ସମ୍ୟାନ୍‌ଙ୍କ ୱିକେଟ୍‌ ନେବାରେ ସଫଲ ହୁଅନ୍ତି ଷ୍ଟାର୍କ । ମୋଟ୍‌ ୧୫ଟି ମ୍ୟାଚ୍‌ରେ ସେ ୨୫ଟି ୱିକେଟ୍‌ ନେଇଛନ୍ତି । ୨୦୧୫ ମେଲବର୍ଣ୍ଣରେ ଖେଳାଯାଇଥିବା ମ୍ୟାଚ୍‌ରେ ୧୦ ଓଭର୍‌ରେ ୪୩ ରନ୍‌ ଦେଇ ୬ଟି ୱିକେଟ୍‌ ନେଇଥିଲେ । ଆଉ କାଲିର ମ୍ୟାଚ୍‌ରେ ୮ ଓଭର୍‌ରେ ୫୩ ରନ୍‌ ଦେଇ ୫ଟି ୱିକେଟ୍‌ ନେଇଥିଲେ । ତାଙ୍କ ଫାଷ୍ଟ ବୋଲିଂ ଆଗରେ ଟିମ୍‌ ଇଣ୍ତିଆର ଟପ୍‌ ଅର୍ଡର ବ୍ୟାଟ୍ସମ୍ୟାନ୍‌ ସଂଘର୍ଷ କରୁଥିବାର ଦେକିବାକୁ ମିଳିଛି ।

ଟ୍ରେଣ୍ଟ ବୋଲ୍ଟ :

ଜିଲାଣ୍ତର ଫାଷ୍ଟ ବୋଲର୍‌ ଟ୍ରେଣ୍ଟ ବୋଲ୍ଟ ଆଗରେ ମଧ୍ୟ ଭାରତୀୟ ଟପ୍‌ ଅର୍ଡର ସଂଘର୍ଷ କରିଥାନ୍ତି । ତାଙ୍କ ସ୍ପିଡ୍‌ ଓ ସ୍ୱିଙ୍ଗ ଆଗରେ ଫେଲ୍‌ ମାରିଥାନ୍ତି ଭାରତୀୟ ବ୍ୟାଟ୍ସମ୍ୟାନ୍‌ । ଭାରତ ବିପକ୍ଷରେ ୧୩ଟି ଦିନିକିଆ ମ୍ୟାଚ୍‌ରେ ସେ ୨୪ଟି ୱିକେଟ୍‌ ନେଇଛନ୍ତି । ୨୦୧୯ ହେମିଲ୍‌ଟନ୍‌ରେ ଖେଳାଯାଇଥିବା ଦିନିକିଆରେ ତାଙ୍କ ବୋଲିଂରେ ଘାଇଲା ହୋଇଥିଲେ ଭାରତୀୟ ଟପ୍‌ ଅର୍ଡର । ଯାହା ଫଳରେ ଟିମ୍‌ ୯୨ ରନ୍‌ରେ ଅଲ୍‌ଆଉଟ୍‌ ହୋଇଥିଲା । ସେ ୧୦ ଓଭର୍‌ରେ ୨୧ ରନ୍‌ ଦେଇ ୫ଟି ୱିକେଟ୍‌ ନେଇଥିଲେ । ପ୍ରାୟତଃ ଟିମ୍‌ ଇଣ୍ତିଆର ଟପ୍‌ ବ୍ୟାଟ୍ସମ୍ୟାନ୍‌ ବୋଲ୍ଟଙ୍କ ଶିକାର ହୋଇଥାନ୍ତି । ଶିଖର ଧାୱନ୍‌ ୫ଥର, ରୋହିତ ଶର୍ମା ୪ଥର, ବିରାଟ୍‌ କୋହଲି ୩ଥର ବୋଲ୍ଟଙ୍କ ଶିକାର ହୋଇଥିଲେ ।

ଶାହିନ୍‌ ଆଫ୍ରିଦି :

ପାକିସ୍ତାନର ଷ୍ଟାର୍‌ ଦ୍ରୁତ ବୋଲର୍‌ ଶାହିନ୍‌ ଆଫ୍ରିଦିଙ୍କ ବୋଲିଂ ଆଗରେ ବି ବିଶ୍ୱର ସମସ୍ତ ଟିମ୍‌ର ଟପ୍‌ ଅର୍ଡର ଫେଲ୍‌ ମାରିଥାନ୍ତି । ଭାରତ ବିପକ୍ଷରେ ସେ ଗୋଟିଏ ମାତ୍ର ଦିନିକିଆ ମ୍ୟାଚ୍‌ ଖେଳିଥିବା ବେଳେ ଟି-ଟ୍ୱେଣ୍ଟିରେ ତାଙ୍କର ଅଧିକ ପ୍ରଭାବ ରହିଛି । ୨୦୨୧ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ସେ ଭାରତ ବିପକ୍ଷରେ ୩ଟି ୱିକେଟ୍‌ ନେଇଥିଲେ । ଟିମ୍‌ ଇଣ୍ତିଆର ଟପ୍‌ ଅର୍ଡର ବ୍ୟାଟ୍ସମ୍ୟାନ୍‌ କେ.ଏଲ୍‌. ରାହୁଲ, ରୋହିତ ଶର୍ମା ଓ ବିରାଟ କୋହଲି ଆଫ୍ରିଦିଙ୍କ ଶିକାର ହୋଇଥିଲେ । ସେହି ମ୍ୟାଚ୍‌ରେ ପାକିସ୍ତାନ ୧୦ ୱିକେଟ୍‌ରେ ଜିତିଥିଲା ।