Advertisment

Devajit Saikia: ବିସିସିଆଇର ସମ୍ପାଦକ ଦେବଜିତ ସାଇକିଆଙ୍କ ସମ୍ପର୍କରେ ଜାଣନ୍ତୁ...

BCCIର ନୂଆ ସମ୍ପାଦକ ଦେବଜିତ୍ ସାଇକିଆ। ଆସାମର ପୂର୍ବତନ କ୍ରିକେଟର୍ ଦେବଜିତ୍ ସାଇକିଆଙ୍କୁ ନିଯୁକ୍ତି ଦେଇଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ୍ ବୋର୍ଡ। ଜୟ ଶାହ ଆଇସିସିର ଅଧ୍ୟକ୍ଷ ହେବା ପରେ ସାଇକିଆଙ୍କୁ ଦାୟିତ୍ବ ମିଳିଛି।

ଅଦ୍ୟତନ ହୋଇଛି
Devajit Saikia

Devajit Saikia

Advertisment

BCCIର ନୂଆ ସମ୍ପାଦକ ଦେବଜିତ୍ ସାଇକିଆ। ଆସାମର ପୂର୍ବତନ କ୍ରିକେଟର୍ ଦେବଜିତ୍ ସାଇକିଆଙ୍କୁ ନିଯୁକ୍ତି ଦେଇଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ୍ ବୋର୍ଡ। ଜୟ ଶାହ ଆଇସିସିର ଅଧ୍ୟକ୍ଷ ହେବା ପରେ ସାଇକିଆଙ୍କୁ ଦାୟିତ୍ବ ମିଳିଛି। ଜୟ ଶାହ ଡିସେମ୍ବର ୧ ତାରିଖରେ ଆଇସିସି ଅଧ୍ୟକ୍ଷ ପଦ ସମ୍ଭାଳିବା ପରେ ସାଇକିଆ ବିସିସିଆଇର ଅନ୍ତରୀଣ ସମ୍ପାଦକ ଦାୟିତ୍ବ ତୁଲାଉଥିଲେ। ଏବେ ତାଙ୍କୁ ପୂର୍ଣ୍ଣକାଳୀନ ଦାୟିତ୍ବ ମିଳିଛି। ଜୟ ଶାହା ୩୫ ବର୍ଷ ବୟସରେ ସର୍ବକନିଷ୍ଠ ଆଇସିସି ସଭାପତି ଭାବେ ଦାୟିତ୍ବ ଗ୍ରହଣ କରିଥିଲେ। ନ୍ୟୁଜିଲାଣ୍ଡର ଜର୍ଜ ବାର୍କଲେଙ୍କ ପରେ ଜୟ ଶାହା ଦାୟିତ୍ବ ଗ୍ରହଣ କରିଥିଲେ। ପଞ୍ଚମ ଭାରତୀୟ ଭାବେ ଜୟ ଶାହା ଆଇସିସିର ସଭାପତି ହେବା ପରେ ସାଇକିଆଙ୍କୁ ଅନ୍ତରୀଣ ସମ୍ପାଦକ ଦାୟିତ୍ବ ପ୍ରଦାନ କରାଯାଇଥିଲା।

Advertisment

୫୫ ବର୍ଷୀୟ ଦେବରାଜ ସାଇକିଆ ଆସାମର ମୂଳ ବାସନ୍ଦା। ଜଣେ କ୍ରିକେଟର ରହିଥିବା ଦେବଜିତ ପେଶାରେ ଆଇନଜୀବୀ ଓ କ୍ରିକେଟ ପ୍ରଶାସନ କ୍ଷେତ୍ରରେ ଅଭିଜ୍ଞତା ରଖିଛନ୍ତି। ଜଣେ ୱିକେଟ କିପର ଭାବରେ ଆସାମ ପାଇଁ ସେ ୧୯୯୦ ରୁ ୧୯୯୧ ମଧ୍ୟରେ ୪ଟି ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିଥିଲେ। ୫୩ ରନ୍ କରିବା ସହ ନେଇଥିଲେ ୯ଟି କ୍ୟାଚ ଓ ଷ୍ଟମ୍ପିଂ।

ଅଧିକ ପଢ଼ନ୍ତୁ: ଓଡ଼ିଶାରେ ହେବ କି ୨୦୩୬ ଅଲିମ୍ପିକ୍ସ ହକି ? ବିଶ୍ବ କ୍ରୀଡ଼ା ମହାକୁମ୍ଭ ପାଇଁ ଭାରତର ବିଡ୍ ପରେ ଚର୍ଚ୍ଚା

Advertisment

ସମ୍ପାଦକ ଭାବରେ ଦାୟିତ୍ବ ଗ୍ରହଣ କରିବା ପରେ ପ୍ରଥମେ ବିସିସିଆଇ ସଭାପତି ରୋଜର ବିନ୍ନିଙ୍କ ସହିତ ବୈଠକ କରିଥିଲେ ସାଇକିଆ। ଏହି ବୈଠକରେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଓ ମୁଖ୍ୟ କୋଚ ଗୌତମ ଗମ୍ଭୀର ଉପସ୍ଥିତ ଥିଲେ। ଟେଷ୍ଟ କ୍ରିକେଟରେ ଭାରତୀୟ ଦଳର ପ୍ରଦର୍ଶନ ଉପରେ ଆଲୋଚନା ହୋଇଥିଲା। ଏହା ସହ ଚାମ୍ପିୟନ୍ସ ଟ୍ରଫି ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ନିଷ୍ପତ୍ତି ନିଆଯାଇଥିବା ଜଣା ପଡିଛି।

କ୍ରିକେଟରେ ଅଳ୍ପ ଦିନର ଯାତ୍ରା ପରେ ଆଇନକୁ ପେଶା କରିଥିଲେ ଦେବଜିତ୍ ସାଇକିଆ। ପ୍ରଥମ ଶ୍ରେଣୀ କ୍ରିକେଟର ଭାବେ ସାଇକିଆ ସଫଳ ହୋଇ ନଥିବା ବେଳେ ଆଇନଗତ ପେଶା ବାଛି ନେଇଥିଲେ। ୨୮ ବର୍ଷ ବୟସରେ ଗୌହାଟୀ ହାଇକୋର୍ଟରେ ଓକିଲ ଭାବେ କାର୍ଯ୍ୟ କରିଥିଲେ।

Advertisment

ଅଧିକ ପଢ଼ନ୍ତୁ: ଅଲଗା ହେବେ ଚହଲ-ଧନଶ୍ରୀ, ଇନଷ୍ଟାଗ୍ରାମ ଷ୍ଟୋରୀରେ ସ୍ପିନରଙ୍କ ଗୁଗଲି

ICC BCCI Jay Shah Set For 2nd Innings
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ