• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଏସିଆ କପର ପ୍ରଥମ ଦୁଇ ମ୍ୟାଚ ଖେଳିବେନି ଭାରତୀୟ ୱିକେଟ କିପର ତଥା ବ୍ୟାଟସମ୍ୟାନ୍ କେ.ଏଲ ରାହୁଲ । ଏନେଇ କୋଚ୍‌ ରାହୁଲ୍‌ ଡ୍ରାଭିଡ ସୂଚନା ଦେଇଛନ୍ତି । ଆସନ୍ତା ୨ ତାରିଖରେ ଭାରତ ପାକିସ୍ତାନକୁ ଭେଟିବାକୁ ଥିବା ବେଳେ କେ.ଏଲ ରାହୁଲ ଏହି ମ୍ୟାଚ ଖେଳିବେନି । ସେହିପରି ନେପାଳ ବିପକ୍ଷରେ ବି କେ.ଏଲ୍ ରାହୁଲ ମ୍ୟାଚ ଖେଳିବେନି । କେ.ଏଲ ରାହୁଲ ଆହତ ସମସ୍ୟାର ଧୀରେ ଧୀରେ ସୁସ୍ଥ ହେଉଥିବା ବେଳେ ଏସିଆ କପର ପ୍ରଥମ ଦୁଇ ମ୍ୟାଚ ଖେଳିବେନି ବୋଲି କୋଚ୍ ରାହୁଲ ଦ୍ରାଭିଡ ସୂଚନା ଦେଇଛନ୍ତି ।

ତେବେ ପାକିସ୍ତାନ ବିପକ୍ଷ ଲଢ଼େଇ ପୂର୍ବରୁ ଟିମ ଇଣ୍ଡିଆକୁ ବଡ଼ ଝଟକା ଲାଗିଛି । ସଂପୂର୍ଣ୍ଣ ସୁସ୍ଥ ହୋଇ ନଥିଲେ ମଧ୍ୟ ଭାରତୀୟ ସ୍କ୍ୱାଡରେ ସ୍ଥାନ ପାଇଥିବା କେଏଲ ରାହୁଲ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ଖେଳିବେ ନାହିଁ । ସେହିପରି ୪ ତାରିଖ ନେପାଳ ବିପକ୍ଷ ମ୍ୟାଚ୍‌ରେ ମଧ୍ୟ ସେ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇବେ ନାହିଁ ବୋଲି ଟିମ ଇଣ୍ଡିଆର ମୁଖ୍ୟ କୋଚ୍‌ ରାହୁଲ ଡ୍ରାଭିଡ ସ୍ପଷ୍ଟ କରିଛନ୍ତି ।

ଅଧିକ ପଢ଼ନ୍ତୁ: ଭାରତୀୟ କ୍ରୀଡ଼ାରେ ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ, ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନସିପରେ ସ୍ୱର୍ଣ୍ଣପଦକ

କେଏଲ ରାହୁଲ ଏବେ ସୁସ୍ଥ ହେବା ପ୍ରକ୍ରିୟାରେ ରହିଛନ୍ତି । କିନ୍ତୁ ସେ ଭାରତ ଏସିଆ କପରେ ଖେଳିବାକୁ ଥିବା ପ୍ରଥମ ଦୁଇ ମ୍ୟାଚ୍‌ରେ ଉପଲବ୍ଧ ହେବେ ନାହିଁ । ପାକିସ୍ତାନ ଓ ନେପାଳ ବିପକ୍ଷ ମ୍ୟାଚ୍‌ ରାହୁଲ ଖେଳିବେ ନାହିଁ ବୋଲି ଡ୍ରାଭିଡ କହିଛନ୍ତି । ବିସିସିଆଇ ମଧ୍ୟ ଗୋଟିଏ ଟ୍ୱିଟ କରି କେଏଲ ରାହୁଲ ଏସିଆ କପର ପ୍ରଥମ ଦୁଇଟି ମ୍ୟାଚ୍‌ ଖେଳିବେ ନାହିଁ ବୋଲି ସୂଚନା ଦେଇଛି । 

ଡ୍ରାଭିଡ ଆଜି ଗୋଟିଏ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, “କେଏଲ ଆମ ସହ ବେଶ ଭଲ ଭାବେ ଗୋଟିଏ ସପ୍ତାହ ଅଭ୍ୟାସ କରିଛନ୍ତି । ସେ ଭଲ ଲୟରେ ଥିବା ସହ ଦ୍ରୁତଗତିରେ ସୁସ୍ଥ ହେଉଛନ୍ତି । କିନ୍ତୁ ସେ ଏସିଆ କପର ପ୍ରଥମ କିଛି ମ୍ୟାଚ୍‌ରେ ଉପଲବ୍ଧ ହେବେ ନାହିଁ ।

ନ୍ୟାଶନାଲ କ୍ରିକେଟ ଏକାଡେମୀ ତାଙ୍କ ଉପରେ ନଜର ରଖିବ । ସେପ୍ଟେମ୍ବର ୪ ପରେ ଆମକୁ ବ୍ରେକ ମିଳିବ । ଏହାପରେ ଆମେ ରାହୁଲଙ୍କ ଉପରେ ନିଷ୍ପତ୍ତି ନେବୁ । କିନ୍ତୁ ତାଙ୍କୁ ନେଇ ମିଳିଥିବା ସଙ୍କେତ ସକାରାତ୍ମକ ରହିଛି । ସେ ଏବେ କେବଳ ପ୍ରଥମ ଦୁଇଟି ମ୍ୟାଚ୍‌ରୁ ବାଦ ପଡ଼ିଛନ୍ତି।”