• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଇଥିବା ଆଇପିଏଲ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ୭ ଓ୍ବିକେଟରେ ପରାସ୍ତ କରିଛି କୋଲକାତା ନାଇଟ ରାଇଡର୍ସ । ୧୮୩ ରନର ବିଜୟ ଲକ୍ଷ୍ୟକୁ କୋଲକାତା ଦଳ ୧୬.୫ ଓଭରରେ ୩ ଓ୍ବିକେଟ ହରାଇ ହାସଲ କରିନେଇଥିଲା । ଦଳ ପକ୍ଷରୁ ଭେଙ୍କଟେଶ ଆୟର ୫୦ ରନ ଓ ସୁନୀଲ ନାରିନ ୪୭ ରନ କରିଥିଲେ ।

ଶ୍ରେୟସ ଆୟର ଅପରାଜିତ ୩୩ ରନ ଓ ଫଲିପ ସଲ୍ଟ ୩୦ ରନ କରିଥିଲେ । କୋଲକାତା ଦଳ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ବେଙ୍ଗାଲୁରୁ ବିରାଟ କୋହଲିଙ୍କ ବିସ୍ଫୋରକ ବ୍ୟାଟିଂ ଜରିଆରେ ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ବିକେଟ ହରାଇ ୧୮୨ ରନ କରିଥିଲା । ବିରାଟ ୫୯ଟି ବଲରେ ୮୩ ରନ କରିଥିଲେ । କ୍ୟାମେରନ ଗ୍ରୀନ ୩୩ ରନ ଓ ଗ୍ଲେନ ମାକ୍ସଓ୍ବେଲ ୨୮ ରନ କରିଥିଲେ । ସେହିପରି ଦିନେଶ କାର୍ତ୍ତିକ ୮ ବଲରେ ୩ ଟି ଛକା ସହ ୨୦ ରନ କରିଥିଲେ ।

କୋଲକାତା ପକ୍ଷରୁ ହର୍ଷିତ ରାଣା ଓ ଆନ୍ଦ୍ରେ ରସେଲ ୨ ଲେଖାଏଁ ୱିକେଟ ନେଇଥିଲେ । ସେହିପରି ସୁନୀଲ ନାରିନ ଗୋଟିଏ ଓ୍ବିକେଟ ନେଇଥିଲେ । କିନ୍ତୁ ଦଳର ପ୍ରମୁଖ ଫାଷ୍ଟ ବୋଲର ମିଚେଲ ଷ୍ଟାର୍କ ପୁଣଇ ଥରେ ବ୍ୟୟବହୁଳ ସାବ୍ୟସ୍ତ ହୋଇଥିଲେ । ତେବେ ଏହି ମ୍ୟାଚରେ ପଦାର୍ପଣ କରି ଆନ୍ଦ୍ରେ ରସେଲ ବିଶ୍ୱର ଚତୁର୍ଥ ଖେଳାଳି ଭାବେ ୫୦୦ତମ ମ୍ୟାଚ ଖେଳିବାରେ ସମର୍ଥ ହୋଇଥିଲେ ।

୧୮୩ ରନର ବିଜୟ ଲକ୍ଷ୍ୟକୁ ଅତି ସହଜରେ ହାସଲ କରିନେଇଥିଲା କୋଲକାତା । ମାତ୍ର ୧୬.୫ ଓଭରରେ ୩ ୱିକେଟ ହରାଇ ବିଜୟ ଲକ୍ଷ୍ୟରେ ପହଞ୍ଚିଯାଇଥିଲା । ଦଳ ପକ୍ଷରୁ ଭେଙ୍କଟେଶ ଆୟର ସର୍ବାଧିକ ୫୦ ରନ କରିଥିଲେ । କୋଲକାତା ଦ୍ୱିତୀୟ ମ୍ୟାଚରୁ ଦ୍ୱିତୀୟ ବିଜୟ ହାସଲ କରିଥିବେ ବେଳେ ବେଙ୍ଗାଲୁରୁ ତୃତୀୟ ମ୍ୟାଚରୁ ଦ୍ୱିତୀୟ ପରାଜୟ ବରଣ କରିଛି ।