Advertisment

Badminton High Performance Centre: ହାଇ ପରଫର୍ମାନ୍ସ ସେଣ୍ଟର 'ଦ ସଟଲ' ଲୋକାର୍ପିତ; ଭୁବନେଶ୍ବର ହେବ ବ୍ୟାଡମିଣ୍ଟନ ହବ୍

ବ୍ୟାଡମିଣ୍ଟନ କର୍କ ଆକୃତିର ବିରାଟ ଷ୍ଟାଡିୟମ୍। ବିଶ୍ବସ୍ତରୀୟ ଟ୍ରେନିଂ ଏକାଡେମୀ 'ଦ ସଟଲ'। ରାତିରେ ଉଡନ୍ତା କର୍କ ଭଳି ଲାଗୁଥିବା ହାଇ ପରଫରମାନ୍ସ ସେଣ୍ଟରରେ ଏବେ ଲାଗିବ ଅନ୍ତର୍ଜାତୀୟ ସ୍ତରର ଖେଳାଳିଙ୍କ ଗହଳି।

author-image
Sujit kumar Swain
undefined

Badminton High Performance Centre

ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ୍ ପରିସରରେ ଉଦଘାଟିତ ହୋଇଛି ବହୁ ପ୍ରତୀକ୍ଷିତ ଆଇକନିକ୍ ବ୍ୟାଡମିଣ୍ଟନ ହାଇ ପରଫରମାନସ ସେଣ୍ଟର୍ 'ଦ ସଟଲ୍'। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଆସାମ ମୁଖ୍ୟମନ୍ତ୍ରୀ ତଥା ବ୍ୟାଡମିଣ୍ଟନ ଆସୋସିଏସନ୍ ଅଫ ଇଣ୍ଡିଆର ସଭାପତି ହିମନ୍ତ ବିଶ୍ୱଶର୍ମା ଏବଂ ଅନ୍ତର୍ଜାତୀୟ କୋଚ୍ ପୁଲେଲା ଗୋପୀଚାନ୍ଦ ଏହାର ଉଦଘାଟନ କରିଛନ୍ତି। ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଏହି ଷ୍ଟାଡିୟମରେ ୮ଟି କୋର୍ଟ ସହ ୪ଶହ ଦର୍ଶକଙ୍କ ପାଇଁ ବ୍ୟବସ୍ଥା ରହିଛି। ପ୍ରଥମ ପର୍ଯ୍ୟାୟରେ ୫୦ ଜଣ ପ୍ରତିଭାଙ୍କୁ ଚିହ୍ନଟ କରି ଦିଆଯିବ ଟ୍ରେନିଂ।

Advertisment

ବ୍ୟାଡମିଣ୍ଟନ କର୍କ ଆକୃତିର ବିରାଟ ଷ୍ଟାଡିୟମ୍। ବିଶ୍ବସ୍ତରୀୟ ଟ୍ରେନିଂ ଏକାଡେମୀ 'ଦ ସଟଲ'। ରାତିରେ ଉଡନ୍ତା କର୍କ ଭଳି ଲାଗୁଥିବା ହାଇ ପରଫରମାନ୍ସ ସେଣ୍ଟରରେ ଏବେ ଲାଗିବ ଅନ୍ତର୍ଜାତୀୟ ସ୍ତରର ଖେଳାଳିଙ୍କ ଗହଳି। ଏଠାରୁ ସୃଷ୍ଟି ହେବେ ବିଶ୍ବସ୍ତରୀୟ ଅଲିଂପିଆନ୍। ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ୍ ପରିସରରେ ଉଦଘାଟିତ ହୋଇଛି ଆଇକନିକ୍ ଡାଲମିଆ ଭାରତ ଗୋପୀଚାନ୍ଦ ବ୍ୟାଡ଼ମିଣ୍ଟନ ହାଇ ପରଫରମାନ୍ସ ସେଣ୍ଟର୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଆସାମ ମୁଖ୍ୟମନ୍ତ୍ରୀ ତଥା ବ୍ୟାଡମିଣ୍ଟନ ଆସୋସିଏସନ୍ ଅଫ ଇଣ୍ଡିଆର ସଭାପତି ହିମନ୍ତ ବିଶ୍ୱଶର୍ମା ଏବଂ ଅନ୍ତର୍ଜାତୀୟ କୋଚ୍ ପୁଲେଲା ଗୋପୀଚାନ୍ଦ ଏହାର ଉଦଘାଟନ କରିଛନ୍ତି। ସଟଲ ଏବଂ ଏଠାରୁ ସୃଷ୍ଟି ହେଉଥିବା ଖେଳାଳି ଓଡ଼ିଶାକୁ ନୂତନ ପରିଚୟ ଦେବେ ଏବଂ ଆଗକୁ ଓଡ଼ିଶା ବିଶ୍ବମଂଚରେ ପ୍ରତିଷ୍ଠିତ ହେବ ବୋଲି ଆଶା କରିଛନ୍ତି ମୁଖ୍ୟମନ୍ତ୍ରୀ।  

ଅଧିକ ପଢନ୍ତୁ: ଜଣେ କ୍ରିକେଟ୍‌ର ଭଗବାନ ଆଉ ଜଣେ ଅସଫଳ-ଅସହାୟ ମଣିଷ

୭୭ହଜାର ବର୍ଗ ଫୁଟରେ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ହୋଇଛି ହାଇ ପରଫରମାନ୍ସ ସେଣ୍ଟର। ଭିତରେ ରହିଛି ୮ଟି କୋର୍ଟ। ଯେଉଁଥିରେ ଏକାସଙ୍ଗେ ୮ଟି ମ୍ୟାଚ୍ ଖେଳାଯାଇପାରିବ। ୪ ଶହ ଦର୍ଶକ ବସିବା ପାଇଁ ହୋଇଛି ବ୍ୟବସ୍ଥା। ଭିଆଇପି ଗ୍ୟାଲେରୀ ବି ରହିଛି। ଖେଳାଳି ଓ କୋଚଙ୍କ ରହିବା ଲାଗି ରୁମ୍ ସହ ମ୍ୟାଚ୍ ବେଳେ ଆହତ ହେଲେ ଚିକିତ୍ସା ପାଇଁ ବ୍ୟବସ୍ଥା କରାଯାଇଛି। ମ୍ୟାଚ୍ ସ୍କୋର ଦେଖିବାକୁ ଲାଗିଛି ବଡ ବଡ LED। 

Advertisment

ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ଏବଂ ସମସ୍ତ ପ୍ରକାର ଅତ୍ୟାଧୁନିକ ପ୍ରଶିକ୍ଷଣ ଯନ୍ତ୍ରପାତି ସୁବିଧା ରହିଛି। ଏଥିସହ ସଟଲ୍ ଉପରେ ଓ ବାହାରେ ଦୁଇଟି ଜଗିଂ ଟ୍ରାକ୍ ଏବଂ ପୁଲ୍ କରାଯାଇଛି। ବ୍ୟାଡମିଣ୍ଟନ ପ୍ରତିଭାଙ୍କୁ ଚିହ୍ନଟ କରି ବିଶ୍ବସ୍ତରୀୟ ପ୍ରଶିକ୍ଷଣ ଦେବା ଲାଗି ଏହି ହାଇ ପରଫରମାନ୍ସ ସେଣ୍ଟରର ପରିକଳ୍ପନା କରିଥିଲା କ୍ରୀଡ଼ା ବିଭାଗ। ଅନ୍ତର୍ଜାତୀୟ ବ୍ୟାଡମିଣ୍ଟନ କୋଚ୍ ପୁଲେଲା ଗୋପୀଚାନ୍ଦ ଏହି କେନ୍ଦ୍ରର ପରିଚାଳନା କରିବେ। ପ୍ରଥମ ପର୍ଯ୍ୟାୟରେ ଏହି ହାଇ ପରଫରମାନ୍ସ ସେଣ୍ଟର୍ ରେ ୫୦ ଜଣ ପ୍ରତିଭାବାନ ଖେଳାଳିଙ୍କୁ ଚିହ୍ନଟ କରାଯାଇ ପ୍ରଶିକ୍ଷଣ ଦିଆଯିବ।

ଅଧିକ ପଢନ୍ତୁ: ନିଜ କ୍ଲବ ପିଲାଙ୍କୁ ଦେଉଛନ୍ତି ସୁଯୋଗ, ସିନିୟରଙ୍କୁ ଅଣଦେଖା !

Bhubaneswar Kalinga Stadium Badminton
Advertisment
Advertisment