• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଆଇପିଏଲ ୨୦୨୫ ଆରମ୍ଭ ହେବା ପୂର୍ବରୁ ମହେନ୍ଦ୍ର ସିଂ ଧୋନିଙ୍କୁ ଲାଗିଲା ଝଟକା । ଝାଡ଼ଖଣ୍ଡ ହାଇକୋର୍ଟ ଏମ୍‌ଏସ୍‌ ଧୋନିଙ୍କୁ ଏକ ନୋଟିସ୍‌ ଜାରି କରିଛି । ଏକ ଠକେଇ ମାମଲାରେ କୋର୍ଟରେ ହାଜର ହୋଇ ନିଜ ପକ୍ଷ ରଖିବାକୁ ଝାଡ଼ଖଣ୍ଡ ହାଇକୋର୍ଟ ମହେନ୍ଦ୍ର ସିଂ ଧୋନିଙ୍କୁ ନୋଟିସ୍‌ କରି ଜଣାଇଛନ୍ତି ।

ଏକ ବ୍ୟବସାୟିକ ଠକେଇ ମାମଲାରେ ଝାଡ଼ଖଣ୍ଡ ହାଇକୋର୍ଟ ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ନୋଟିସ୍‌ ପଠାଇଛି । ଭାରତୀୟ କ୍ରିକେଟରଙ୍କ ପୁରୁଣା ବ୍ୟବସାୟ ସହଯୋଗୀ ମିହିର ଦିବାକର ଏବଂ ସୌମ୍ୟ ଦାସ ଏକାଠି ହୋଇ ଧୋନିଙ୍କ ବିରୋଧରେ କାଉଣ୍ଟର ମାମଲା ଦାୟର କରିଛନ୍ତି । ବାସ୍ତବରେ, ଏହି ବିଷୟ 'ଆର୍‌କା ସ୍ପୋର୍ଟସ୍ ଆଣ୍ଡ ମ୍ୟାନେଜମେଣ୍ଟ ପ୍ରାଇଭେଟ ଲିମିଟେଡ୍' ନାମକ ଏକ କମ୍ପାନୀ ସହିତ ଜଡିତ । ଏହି କମ୍ପାନୀରେ ଦିବାକର ଏବଂ ସୌମ୍ୟ ନିର୍ଦ୍ଦେଶକ ପଦରେ ଥିଲେ । ଚଳିତ ବର୍ଷ ଜାନୁଆରୀରେ ଧୋନି ତାଙ୍କର ପୂର୍ବତନ ସହଯୋଗୀମାନଙ୍କୁ ବିରୋଧରେ ଠକେଇ ଅଭିଯୋଗ କରିଥିଲେ । ଧୋନି ଦର୍ଶାଇଥିଲେ କି ଦିବାକର ଓ ସୌମ୍ୟ ନିର୍ଦ୍ଦେଶକ ପଦରେ ରହି ଠକେଇ କରିଥିଲେ ।

ଅଧିକ ପଢ଼ନ୍ତୁ: ଲିଙ୍ଗ ପରିବର୍ତ୍ତନ କଲେ ପୂର୍ବତନ କ୍ରିକେଟରଙ୍କ ପୁଅ, ଆର୍ଯ୍ୟନରୁ ହେଲେ ଅନାୟା

ଆର୍‌କା ସ୍ପୋର୍ଟସ ଆଣ୍ଡ ମ୍ୟାନେଜମେଣ୍ଟ କମ୍ପାନୀ ମହେନ୍ଦ୍ର ସିଂ ଧୋନିଙ୍କ ସହ ଏକ ଚୁକ୍ତିନାମା ସ୍ୱାକ୍ଷର କରିଥିଲେ । ଏହି ଚୁକ୍ତିନାମା ଅନୁସାରେ ସେମାନେ ‘ଏମ୍‌ଏସ୍‌ ଧୋନି’ଙ୍କ ନାମରେ ଭାରତ ତଥା ବିଦେଶରେ କ୍ରିକେଟ୍‌ ଏକାଡେମୀ ଆରମ୍ଭ କରିବେ । କିନ୍ତୁ ଚଳିତ ବର୍ଷ ଜାନୁଆରୀ ୫ରେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ରାଞ୍ଚିରେ ତାଙ୍କର ଦୁଇ ପୂର୍ବତନ ବ୍ୟବସାୟିକ ଭାଗିଦାରୀଙ୍କ ବିରୋଧରେ ଠକେଇ ମାମଲା ଦାୟର କରିଥିଲେ । ଧୋନି ମାମଲା ଦାୟର କରିବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା । ଧୋନି ଅଭିଯୋଗ କରିଥିଲେ କି ତାଙ୍କ ଚୁକ୍ତି ୨୦୨୧ ମସିହାରେ ଶେଷ ହୋଇଥିଲା । ତଥାପି ମିହିର ଦିବାକର ଏବଂ ସୌମ୍ୟ ଦାସ ତାଙ୍କ ନାମରେ କ୍ରିକେଟ୍ ଏକାଡେମୀ ଖୋଲିବାରେ ଲାଗିଥିଲେ । ମିହିରି ଦିବାକର ଓ ସୌମ୍ୟ ତାଙ୍କ ଠାରୁ ୧୫ କୋଟି ଟଙ୍କାର ଠକେଇ କରିଥିବା ଧୋନି ଅଭିଯୋଗ ଆଣିଥିଲେ ।

ରାଞ୍ଚିର ଏକ ଘରୋଇ କୋର୍ଟରେ ସେମାନଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିବା ମାମଲାର ଯାଞ୍ଚ ପାଇଁ ମିହିର ଦିବାକର ଏବଂ ସୌମ୍ୟ ଦାସ ଝାଡ଼ଖଣ୍ଡ ହାଇକୋର୍ଟରେ ପହଞ୍ଚିଛନ୍ତି । ଏହି କାରଣରୁ ଝାଡ଼ଖଣ୍ଡ ହାଇକୋର୍ଟ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଏମଏସ ଧୋନିଙ୍କୁ ନୋଟିସ୍‌ ପଠାଇଛନ୍ତି । ପରବର୍ତ୍ତୀ ଶୁଣାଣି ସମୟରେ ଧୋନି ହାଇକୋର୍ଟରେ ହାଜର ହୋଇ ନିଜ ପକ୍ଷ ରଖିବାକୁ ନୋଟିସ୍‌ରେ କୁହାଯାଇଛି । ତେବେ ପରବର୍ତ୍ତୀ ଶୁଣାଣି କେବେ ହେବ ସେନେଇ ଏବେ କୌଣସି ସୂଚନା ମିଳିପାରିନାହିଁ ।

ସୂଚନା ଅନୁସାରେ ନିକଟରେ ଆଇପିଏଲ ୨୦୨୫ ପାଇଁ ବେଶ୍‌ ଚର୍ଚ୍ଚାରେ ରହିଥିଲେ ଧୋନି । ଆଇପିଏଲ ଆରମ୍ଭରୁ ଏପର୍ଯ୍ୟନ୍ତ ଚେନ୍ନାଇ ସୁପର କିଙ୍ଗ୍ସରେ ଥିବା ଧୋନିଙ୍କୁ ଚଳିତ ଥର ମଧ୍ୟ CSK ରିଟେନ୍‌ କରିଛି । ତାଙ୍କୁ ଚେନ୍ନାଇ ଅନ୍‌କ୍ୟାପ୍‌ଡ୍‌ ଖେଳାଳି ଭାବେ ରିଟେନ୍‌ କରିଛି । ଯାହା ଅଧୀନରେ ଧୋନିଙ୍କୁ ୪ କୋଟି ଟଙ୍କା ମିଳିବ । ଏହି ଭେଟେରାନ ଭାରତୀୟ କ୍ରିକେଟର ଅନେକ କ୍ଷେତ୍ରରେ ବିନିଯୋଗ କରିଛନ୍ତି । ସେ ରାଞ୍ଚିରେ 'ମାହି ରେସିଡେନ୍ସି' ନାମକ ଏକ ହୋଟେଲ ଖୋଲିଛନ୍ତି । ସେହିପରି ବେଙ୍ଗାଲୁରୁରେ ଏମ୍‌ଏସ୍‌ ଧୋନି ଗ୍ଲୋବାଲ ସ୍କୁଲ ମଧ୍ୟ ଆରମ୍ଭ କରିଛନ୍ତି । ଏହା ବ୍ୟତୀତ ସେ ଅନେକ ସ୍ଥାନରେ ଟଙ୍କା ଇନଭେଷ୍ଟ୍‌ ମଧ୍ୟ କରିଛନ୍ତି ।

OTV is now on Whatsapp

Join and get latest news update delivered to you via whatsapp

Join Now