Advertisment

ରାଞ୍ଚି ଟେଷ୍ଟରେ ଖେଳିବେନି ଯଶପ୍ରୀତ ବୁମ୍ରା, ଚୁଡ଼ାନ୍ତ ଏକାଦଶରେ ସାମିଲ ହେବେ ଏହି ଖେଳାଳି....

କ୍ରିକ୍‌ବଜ୍‌ ରିପୋର୍ଟ ଅନୁସାରେ, ଜଶପ୍ରୀତ ବୁମ୍ରା ଟିମ୍‌ ଇଣ୍ଡିଆ ସହ ରାଜକୋଟ୍‌ରୁ ରାଞ୍ଚି ଯିବେ ନାହିଁ। ସେ ରାଜକୋଟରୁ ସିଧାସଳଖ ଅହମ୍ମଦାବାଦ ଯିବେ।

ଅଦ୍ୟତନ ହୋଇଛି
India vs England Test in Ranchi

Jasprit Bumrah

Advertisment

ରାଜକୋଟ୍‌ରେ ଇଂଲଣ୍ଡକୁ ବିପକ୍ଷରେ ବଡ଼ ବିଜୟ ହାସଲ କରିଛି ଟିମ୍‌ ଇଣ୍ଡିଆ। ଇଂଲଣ୍ଡକୁ ୪୩୪ ରନ୍‌ରେ ପରାସ୍ତ କରି ଭାରତ ୫ ମ୍ୟାଚ୍ ବିଶିଷ୍ଟ ସିରିଜ୍‌ରେ ୨-୧ରେ ଆଗୁଆ ରହିଛି। ରାଜକୋଟ୍‌ରେ ବିଜୟ ପରେ ଏବେ ରାଞ୍ଚିରେ ଭ୍ରମଣକାରୀ ଦଳକୁ ମାତ୍‌ ଦେବା ଲକ୍ଷ୍ୟରେ ଭାରତ। ତେବେ ଫେବ୍ରୁଆରୀ ୨୩ରେ ରାଞ୍ଚିରେ ହେବାକୁ ଥିବା ଚତୁର୍ଥ ଟେଷ୍ଟ ପୂର୍ବରୁ ଚୁଡ଼ାନ୍ତ ଏକାଦଶକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଞ୍ଚି ଟେଷ୍ଟ ଖେଳନପାରନ୍ତି ଯଶପ୍ରୀତ ବୁମ୍ରା। ତାଙ୍କୁ ଚତୁର୍ଥ ଟେଷ୍ଟରେ ବିଶ୍ରାମ ଦିଆଯାଇପାରେ ବୋଲି କୁହାଯାଉଛି। ତେବେ ବୁମ୍ରାଙ୍କ ସ୍ଥାନରେ ପୁଣି ମୁକେଶ କୁମାରଙ୍କୁ ଚୁଡ଼ାନ୍ତ ଏକାଦଶରେ ସୁଯୋଗ ମିଳିପାରେ। ତେବେ ଧର୍ମଶାଳାରେ ହେବାକୁ ଥିବା ସିରିଜ୍‌ର ଶେଷ ମ୍ୟାଚ୍‌ରେ ପୁଣି ଦଳକୁ କମ୍‌ବ୍ୟାକ୍‌ କରିବେ ।

Advertisment

କ୍ରିକ୍‌ବଜ୍‌ ରିପୋର୍ଟ ଅନୁସାରେ, ଜଶପ୍ରୀତ ବୁମ୍ରା ଟିମ୍‌ ଇଣ୍ଡିଆ ସହ ରାଜକୋଟ୍‌ରୁ ରାଞ୍ଚି ଯିବେ ନାହିଁ। ସେ ରାଜକୋଟରୁ ସିଧାସଳଖ ଅହମ୍ମଦାବାଦ ଯିବେ। ବୁମ୍ରାଙ୍କୁ ଚତୁର୍ଥ ଟେଷ୍ଟରେ ବିଶ୍ରାମ ଦେବାକୁ ଟିମ୍‌ ମ୍ୟାନେଜମେଣ୍ଟ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି। ତେବେ ବୁମ୍ରାଙ୍କ ବ୍ୟତୀତ ଚତୁର୍ଥ ଟେଷ୍ଟରେ ଅନ୍ୟ କୌଣସି ଖେଳାଳିଙ୍କୁ ବିଶ୍ରାମ ଦିଆଯିବ ନାହିଁ। ସୂଚନା ଅନୁସାରେ ଇଂଲଣ୍ଡ ବିପକ୍ଷରେ ଜାରି ରହିଥିବା ସିରିଜ୍‌ରେ ବୁମ୍ରା ଏପର୍ଯ୍ୟନ୍ତ ୮୦.୫ ଓଭର ବୋଲିଂ କରି ସର୍ବାଧିକ ୧୭ ୱିକେଟ୍‌ ହାସଲ କରିଛନ୍ତି ।

ଅଧିକ ପଢ଼ନ୍ତୁ: ମିଳୁନଥଲା ସୁଯୋଗ; ପୁଅ ମୁଣ୍ତରେ ଟିମ୍‌ ଇଣ୍ତିଆ କ୍ୟାପ୍‌ ଦେଖି କାନ୍ଦି ପକାଇଲେ ବାପା

Advertisment

ଏହି ସିରିଜ୍‌ ଆରମ୍ଭରୁ ହିଁ ମ୍ୟାନେଜମେଣ୍ଟ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା କି, ଯଶପ୍ରୀତ ବୁମ୍ରା ଓ ମହମ୍ମଦ ସିରାଜ ସମସ୍ତ ମ୍ୟାଚ୍‌ ଖେଳିବେ ନାହିଁ। ମହମ୍ମଦ ସିରାଜଙ୍କୁ ଦ୍ୱିତୀୟ ମ୍ୟାଚ୍‌ରେ ବିଶ୍ରାମ ଦିଆଯାଇଥିବାବେଳେ ତୃତୀୟ ଟେଷ୍ଟରେ ସେ ପୁଣିଥରେ ଦଳକୁ କମବ୍ୟାକ୍‌ କରିଥିଲେ। ସେହିଭଳି ଦ୍ୱିତୀୟ ଟେଷ୍ଟ ସିରାଜ୍‌ଙ୍କ ସ୍ଥାନରେ ଖେଳୁଥିବା ମୁକେଶ କୁମାରଙ୍କୁ ତୃତୀୟ ଟେଷ୍ଟ ପୂର୍ବରୁ ଦଳରୁ ରିଲିଜ୍‌ କରାଯାଇଥିଲା। ତେବେ ପୁଣି ଥରେ ଚତୁର୍ଥ ଟେଷ୍ଟରେ ବୁମ୍ରାଙ୍କ ସ୍ଥାନରେ ମୁକେଶ କୁମାର ଦଳକୁ ଫେରିବେ।

Jasprit Bumrah India Vs England Test Cricket Mukesh Kumar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ