Advertisment

ମିଳୁନଥଲା ସୁଯୋଗ; ପୁଅ ମୁଣ୍ତରେ ଟିମ୍‌ ଇଣ୍ତିଆ କ୍ୟାପ୍‌ ଦେଖି କାନ୍ଦି ପକାଇଲେ ବାପା

ଅପେକ୍ଷାର ଅନ୍ତ ଘଟିଲା। ସ୍ୱପ୍ନ ବି ପୂରଣ ହେଲା। ବାପା ଦେଖିଥିବା ସ୍ୱପ୍ନକୁ ଶେଷରେ ପୁଅ ସାକାର କରି ଦେଖାଇଲା। ଘରୋଇ କ୍ରିକେଟ୍‌ ହେଉ ବା ଇଣ୍ତିଆ A ପକ୍ଷରୁ ବାରମ୍ବାର ଦମଦାର ପ୍ରଦର୍ଶନ ସତ୍ତ୍ୱେ BCCI ଆଖିରୁ ଅଣଦେଖା ହେଉଥିବା ସର୍ଫରାଜ ଖାନଙ୍କୁ ଆଜି ଟିମ୍‌ ଇଣ୍ତିଆର ଟେଷ୍ଟ କ୍ୟାପ୍‌ ମିଳିଛି।

author-image
Manoranjan Behera
ଅଦ୍ୟତନ ହୋଇଛି
Sarfaraz Khan

Sarfaraz Khan

ରାଜକୋଟର ସୌରାଷ୍ଟ୍ର କ୍ରିକେଟ୍‌ ଆସୋସିଏସନ୍‌ ଷ୍ଟାଡିୟମରେ ଖେଳାଗଲା ଇଂଲଣ୍ତ ବିପକ୍ଷ ତୃତୀୟ ଟେଷ୍ଟ। ଟିମ୍‌ ଇଣ୍ତିଆରେ ଦୁଇ ନୂଆ ଚେହେରା ଏହି ମ୍ୟାଚ୍‌ରେ ଡେବ୍ୟୁ କରିଛନ୍ତି। ଘରୋଇ କ୍ରିକେଟ୍‌ରେ ଦମଦାର ପ୍ରଦର୍ଶନ ସତ୍ତ୍ୱେ ସୁଯୋଗ ମିଳୁନଥିବା ସର୍ଫରାଜ ଖାନ୍‌ ଆଜି ପ୍ଲେଇଙ୍ଗ ଇଲେଭେନ୍‌ରେ ନିଜ ସ୍ଥାନ ପକ୍କା କରିଛନ୍ତି। ସର୍ଫରାଜଙ୍କ ଛଡ଼ା ଧ୍ରୁବ ଜୁରେଲ ମଧ୍ୟ ଏହି ମ୍ୟାଚ୍‌ରେ ଡେବ୍ୟୁ କରିଛନ୍ତି। ସର୍ଫରାଜଙ୍କୁ କ୍ରିକେଟ କିମ୍ବଦନ୍ତୀ ଅନୀଲ କୁମ୍ବଲେ ଇଣ୍ତିଆ କ୍ୟାପ୍‌ ପିନ୍ଧାଇବା ସମୟରେ କାନ୍ଦି ପକାଇଥିଲେ ତାଙ୍କ ବାପା। ଯାହାର ଭିଡିଓ ଏବେ ବେଶ୍‌ ଭାଇରାଲ ହେବାରେ ଲାଗିଛି।

Advertisment

ଅପେକ୍ଷାର ଅନ୍ତ ଘଟିଲା। ସ୍ୱପ୍ନ ବି ପୂରଣ ହେଲା। ବାପା ଦେଖିଥିବା ସ୍ୱପ୍ନକୁ ଶେଷରେ ପୁଅ ସାକାର କରି ଦେଖାଇଲା। ଘରୋଇ କ୍ରିକେଟ୍‌ ହେଉ ବା ଇଣ୍ତିଆ A ପକ୍ଷରୁ ବାରମ୍ବାର ଦମଦାର ପ୍ରଦର୍ଶନ ସତ୍ତ୍ୱେ BCCI ଆଖିରୁ ଅଣଦେଖା ହେଉଥିବା ସର୍ଫରାଜ ଖାନଙ୍କୁ ଆଜି ଟିମ୍‌ ଇଣ୍ତିଆର ଟେଷ୍ଟ କ୍ୟାପ୍‌ ମିଳିଛି। ମ୍ୟାଚ୍‌ ପୂର୍ବରୁ ଅନୀଲ କୁମ୍ବଲେ ସର୍ଫରାଜଙ୍କୁ ଇଣ୍ତିଆ କ୍ୟାପ୍‌ ପ୍ରଦାନ କରିଥିଲେ ଓ ଶୁଭେଚ୍ଛା ଜଣାଇଥିଲେ। ଏହି ସମୟରେ ସର୍ଫରାଜ ଭାବବିହ୍ୱଳ ହୋଇପଡ଼ିଥିବା ଦେଖିବାକୁ ମିଳିଥିଲା। କେବଳ ସର୍ଫରାଜ ନୁହେଁ ବରଂ ତାଙ୍କ ବାପା ନୌଶାଦ ଖାନ୍‌ଙ୍କ ଆଖିରୁ ଲୁହ ଝରି ପଡ଼ିଥିଲା। ତାଙ୍କ ଦୀର୍ଘ ଦିନର ସ୍ୱପ୍ନ ପୂରଣ ହୋଇଥିବା ଖୁସିରେ ସେ କାନ୍ଦି ପକାଇଥିଲେ। ଯାହାର ଭିଡିଓ ଏବେ ବେଶ୍‌ ଭାଇରାଲ ହେବାରା ଲାଗିଛି।

Advertisment

ପୂର୍ବରୁ ରଣଜୀ ଟ୍ରଫିରେ କ୍ରମାଗତଭାବେ ଭଲ ପ୍ରଦର୍ଶନ ସତ୍ତ୍ୱେ ଟିମ ଇଣ୍ଡିଆରେ ସର୍ଫରାଜଙ୍କୁ ଚୟନ କରାଯାଉନଥିବାରୁ ସୁନୀଲ ଗାଭାସ୍କରଙ୍କ ସମେତ କେତେକ ପୂର୍ବତନ କ୍ରିକେଟର ପୂର୍ବରୁ ବିସିସିଆଇକୁ ସମାଲୋଚନା କରିଥିଲେ। ଏବେ ତାଙ୍କ ଡେବ୍ୟୁରେ ଟିମ୍‌ ଇଣ୍ତିଆର ପୂର୍ବତନ ଖେଳାଳି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଶ୍ରେୟସ ଅୟର ଆହତ ହେବା ପରେ ସର୍ଫରାଜଙ୍କ ଟିମ୍‌ରେ ଖେଳିବା ଏକପ୍ରକାର ନିଶ୍ଚିତ ହୋଇପଡ଼ିଥିଲା। ଟିମ୍‌ରେ କେ.ଏଲ୍‌.ରାହୁଲ, ବିରାଟ କୋହଲି ଓ ଶ୍ରେୟସ ଅୟରଙ୍କ ଅନୁପସ୍ଥିତି ସର୍ଫରାଜଙ୍କୁ ମିଡିଲ୍‌ ଅର୍ଡରରେ ଭଲ ପ୍ରଦର୍ଶନ କରିବା ପାଇଁ ସୁଯୋଗ ଦେଇଛି। ଆଉ ଏହି ସୁଯୋଗକୁ ହାତଛଡ଼ା କରିନାହାନ୍ତି ସର୍ଫରାଜ। ପ୍ରଥମ ମ୍ୟାଚ୍‌ରେ ହିଁ ଦମଦାର ହାଫ୍‌ ସେଞ୍ଚୁରୀ କରିଛନ୍ତି ସରଫରାଜ। ତୃତୀୟ ଟେଷ୍ଟର ପ୍ରଥମ ଦିନରେ ହିଁ ଦୃଢ଼ ସ୍ଥିତିରେ ଟିମ୍‌ ଇଣ୍ତିଆ। କ୍ୟାପଟେନ ରୋହିତଙ୍କ ପରେ ଜାଡ଼େଜାଙ୍କ ଶତକୀୟ ଇନିଂସ ଆଉ ଡେବ୍ୟୁଟାଣ୍ଟ ସର୍ଫରାଜ ଖାନଙ୍କ ହାଫ୍ ସେଞ୍ଜୁରୀ ପରେ ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ୫ ୱିକେଟରେ ଟିମ ଇଣ୍ଡିଆର ସ୍କୋର ୩୨୬।

Ind Vs Eng Test Series
Advertisment
Advertisment