• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ରାଜକୋଟ୍‌ ଟେଷ୍ଟ ଜିତିଲା ଭାରତ, ଧରାଶାୟୀ ହେଲା ଇଂଲଣ୍ତ । ରାଜକୋଟ୍‌ରେ ଚମକିଲେ ଯଶ୍ୱସୀ ଓ ଜାଡ଼େଜା । ଭାରତୀୟ ବୋଲରଙ୍କ ଆଗରେ ମାଟି କାମୁଡ଼ି ପଡ଼ିଲେ ଇଂଲଣ୍ତ ବ୍ୟାଟ୍ସମ୍ୟାନ୍‌ । ୪ର୍ଥ ଦିନରେ ୪୩୪ ରନ୍‌ରେ ଜିତିଲା ଭାରତ । ଏହା ଭାରତର ସବୁଠୁ ବଡ଼ ଟେଷ୍ଟ ବିଜୟ । ସେହିପରି ଇଂଲଣ୍ଡ ପାଇଁ ଏହା ୨ୟ ସର୍ବାଧିକ ବଡ଼ ବ୍ୟବଧାନରେ ପରାସ୍ତ ହୋଇଛି ।

ଏହି ଟେଷ୍ଟ ମ୍ୟାଚରେ ପ୍ରଥମ ଇନିଂସରେ ଭାରତ ୪୪୫ ରନ କରିଥିବାବେଳେ ଇଂଲଣ୍ଡ ୩୧୯ ରନ କରିଥିଲା । ତେବେ ଭାରତ ନିଜର ୨ୟ ଇନିଂସରେ ୪୩୦ ରନ କରି ପାଳି ସମାପ୍ତି ଘୋଷଣା କରିଥିଲା । ଫଳରେ ଇଂଲଣ୍ଡ ଆଗରେ ୫୫୭ ରନର ବିଶାଳ ଲକ୍ଷ୍ୟ ରହିଥିଲା । ଏହି ବିଶାଳ ଲକ୍ଷ୍ୟର ପିଛା କରିବାକୁ ଯାଇ ଇଂଲଣ୍ଡ ଗୁରୁତର ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ଓ ମାତ୍ର ୧୨୨ ରନରେ ଅଲଆଉଟ ହୋଇଯାଇଥିଲା । ଦଳ ପକ୍ଷରୁ ୧୦ମ ସ୍ଥାନରେ ଆସିଥିବା ମାର୍କ ଉଡ୍ ସର୍ବାଧିକ ୩୩ ରନ କରିଥିଲେ । ଭାରତ ପକ୍ଷରୁ ରବୀନ୍ଦ୍ର ଜାଡ଼େଜା ୫ଟି ଓ୍ବିକେଟ ନେଇଥିବାବେଳେ କୂଳଦୀପ ଯାଦବ ୨ଟି ଓ୍ବିକେଟ ନେଇଥିଲେ । ଯଶପ୍ରୀତ ବୁମରା ଓ ରବିଚନ୍ଦ୍ରନ୍ ଅଶ୍ବୀନ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

ଅନ୍ୟପଟରେ ଏହି ସିରିଜ୍‌ରେ ଜୟସ୍ୱାଲଙ୍କ ଦ୍ୱିତୀୟ ଦ୍ୱିଶତକ କରିଥିଲେ । ଯାହାଫଳରେ ରନ୍‌ ମେସିନ୍‌ ବିରାଟଙ୍କ ରେକର୍ଡ଼ର ସମକକ୍ଷ ହୋଇଛନ୍ତି ଜୟସ୍ୱାଲ । ଯାହାକି ଗୋଟିଏ ଟେଷ୍ଟ ମ୍ୟାଚ୍‌ ସିରିଜ୍‌ରେ ୨ଟି ଦ୍ୱିଶତକ ମାରିବା ଦ୍ୱିତୀୟ ବ୍ୟାଟ୍ସମ୍ୟାନ୍‌ ହେଉଛନ୍ତି ଯଶ୍ୱସୀ । ଏହା ପୂର୍ବରୁ ବିରାଟ କୋହଲି ୨୦୧୭ରେ ଶ୍ରୀଲଙ୍କା ବିପକ୍ଷରେ ମାରିଥିଲେ ।