Advertisment

ଟିମ୍‌ ଇଣ୍ତିଆକୁ ବଡ଼ ଝଟକା ! ତୃତୀୟ ଟେଷ୍ଟ ଖେଳିନପାରନ୍ତି ଏହି ଷ୍ଟାର୍‌ ଖେଳାଳି

ଟିମ୍‌ ଇଣ୍ତିଆକୁ ବଡ଼ ଝଟକା ! ତୃତୀୟ ଟେଷ୍ଟ ମ୍ୟାଚ୍ ର୍ପୂବରୁ ଟିମ୍‌ ଇଣ୍ତିଆକୁ ଲାଗିଛି ବଡ଼ ଝଟକା । ତୃତୀୟ ଟେଷ୍ଟ ମ୍ୟାଚ୍‌ରେ ଖେଳି ନପାରନ୍ତି ଷ୍ଟାର୍‌ ଖେଳାଳି ।

author-image
Swadesi Megha Mallhar Prusty
ଅଦ୍ୟତନ ହୋଇଛି
Bumrah could be rested for third Test against England

ind vs eng

ବିଶାଖାପାଟନମ୍‌ରେ ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଇଂଲଣ୍ଡ (India vs England) ପରାଜୟ ଗ୍ରହଣ କରିଛି । ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ଭାରତ ୧୦୬ ରନ୍‌ରେ ଇଂଲଣ୍ତକୁ ପରାସ୍ତ କରିଛି । ଯାହାଫଳରେ ସିରିଜ୍‌ ୧-୧ରେ ବରାବର୍‌ ରହିଛି । ଗୁଜୁରାଟ‌ର ସୌରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ଖେଳାଯିବ । ତୃତୀୟ ଟେଷ୍ଟ ମ୍ୟାଚ୍‌ ୧୫ ଫେବୃଆରୀରୁ ଆରମ୍ଭ ହୋଇ ୧୯ ଫେବୃଆରୀ ପର୍ଯ୍ୟନ୍ତ ଚାଲିବ । ତେବେ ଏହା ପୂର୍ବରୁ ଟିମ୍‌ ଇଣ୍ତିଆକୁ ଲାଗିଛି ବଡ଼ ଝଟକା ! ଟିମ୍‌ ଇଣ୍ତିଆର ଷ୍ଟାର୍ ବୋଲର୍‌ ଜସ୍‌ପ୍ରୀତ ବୁମ୍ରା ତୃତୀୟ ଟେଷ୍ଟ ମ୍ୟାଚ୍‌ ଖେଳି ନପାରନ୍ତି !

Advertisment

ଏକ ରିପୋର୍ଟ ଅନୁଯାୟୀ ଜସ୍‌ପ୍ରୀ‌ତ୍‌ ବୁମ୍ରାଙ୍କୁ ତୃତୀୟ ଟେଷ୍ଟ ମ୍ୟାଚ୍‌ରେ ବିଶ୍ରାମ ମିଳିପାରେ । ଚୟନକର୍ତ୍ତା ଓ ଦଳ ପରିଚାଳନା ନିଷ୍ପତ୍ତି ନେଇଛନ୍ତି ଯେ ବୁମ୍ରାଙ୍କୁ ତୃତୀୟ ଟେଷ୍ଟ ମ୍ୟାଚ୍‌ରେ ବିଶ୍ରାମ ଦିଆଯାଉ । ତେବେ ଶେଷ ଦୁଇଟି ଟେଷ୍ଟ ମ୍ୟାଚ୍ ଉପରେ ବୁମ୍ରାଙ୍କ ଉପରେ ସମସ୍ତଙ୍କ ନଜର ରହିବ । ଯଦି ଏପରି ଘଟେ ତେବେ ମହମ୍ମଦ ସିରାଜ ଟିମ୍‌ରେ ସାମିଲ ହୋଇପାରନ୍ତି । କିନ୍ତୁ ସିରାଜ ଦ୍ୱିତୀୟ ଟେଷ୍ଟ ଖେଳି ନଥିଲେ।

ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ୯ଟି ୱିକେଟ୍ ନେଇଥିବା ଜସପ୍ରୀତ ବୁମ୍ରାଙ୍କୁ ‘ମ୍ୟାନ୍‌ ଅଫ୍ ଦି ମ୍ୟାଚ୍‌’ ଖେଳାଳି ଭାବେ ମନୋନୀତ କରାଯାଇଥିଲା । ଏମିତି ଏକ ସମୟରେ ବୁମ୍ରାଙ୍କ ଅନୁପସ୍ଥିତି ଟିମ୍‌ ଇଣ୍ତିଆକୁ ଭାରି ପଡ଼ିପାରେ । ବୁମ୍ରାଙ୍କ ଆଟାକିଂ ଅନ୍ଦାଜରେ ବୋଲିଂ ପାଇଁ ଟିମ୍‌ ଇଣ୍ତିଆ ଆଡ଼କୁ ଢଳିଥିଲା ମ୍ୟାଚ୍‌ । ଶେଷରେ ୧୦୬ ରନ୍‌ରେ ବିଜୟ ଲାଭ କରିଥିଲା ଟିମ୍‌ ଇଣ୍ତିଆ । ତେବେ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ବୁମ୍ରା ମୋଟ ୯୧ ରନ୍ ଦେଇ ୯ଟି ୱିକେଟ୍ ନେଇଥିଲେ । ପ୍ରଥମ ମ୍ୟାଚ୍‌ରେ ମଧ୍ୟ ବୁମ୍ରା ଚମତ୍କାର ବୋଲିଂ କରି ମୋଟ ୬ଟି ୱିକେଟ୍ ନେଇଥିଲେ । 

Advertisment

ତୃତୀୟ ଟେଷ୍ଟ ମ୍ୟାଚ୍‌ରେ ଭାରତର ସମ୍ଭାବ୍ୟ ଏକାଦଶ: ଯଶସ୍ୱୀ ଜୟସ୍ବାଲ , ରୋହିତ ଶର୍ମା (ଅଧିନାୟକ), ରଜତ ପାଟିଦାର / ବିରାଟ କୋହଲି, ଶ୍ରେୟସ୍ ଆୟର୍, କେ.ଏଲ୍ ରାହୁଲ (ୱିକେଟ୍ କିପର), ଶ୍ରୀକର ଭାରତ, ରବିନ୍ଦ୍ର ଜାଡେଜା, ରବିଚନ୍ଦ୍ରନ୍ ଅଶ୍ୱିନ୍, ଆକ୍ସର ପଟେଲ, ମୁକେଶ କୁମାର , ମହମ୍ମଦ ସିରାଜ ।

Jasprit Bumrah Ind Vs Eng Test Series
Advertisment
Advertisment