• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଏବର୍ଷ ଶେଷ ହୋଇଯିବ କି ଧୋନିଙ୍କ ଆଇପିଏଲ୍‌ କ୍ୟାରିଅର୍‌ ? ଚେପକ୍‌ ଷ୍ଟାଡିୟମ୍‌ରେ ଖେଳିବେ କି ନିଜ ଶେଷ ମ୍ୟାଚ୍‌ ? ଏମିତି କିଛି ପ୍ରଶ୍ନ ଏବେ ଧୋନିଙ୍କ ଫ୍ୟାନ୍ସଙ୍କ ମନରେ ଉଙ୍କି ମାରୁଛି । ଗତକାଲି ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ବିପକ୍ଷ ମ୍ୟାଚ୍‌ରେ ସହଜ ବିଜୟ ହାସଲ କରିଥିଲା ଚେନ୍ନାଇ ସୁପରକିଙ୍ଗ୍ସ । ପୋଷ୍ଟ ମ୍ୟାଚ୍‌ ପ୍ରେଜେଣ୍ଟେସନ୍‌ରେ ଧୋନିଙ୍କ ମନ୍ତବ୍ୟକୁ ନେଇ ଏବେ ତାଙ୍କ ଅବସର କଥା ଚର୍ଚ୍ଚା ହେଉଛି । ଧୋନି କହିଛନ୍ତି ଯେ, ଏହା ତାଙ୍କ କ୍ୟାରିଅର୍‌ର ଶେଷ ସମୟ ଚାଲିଛି।

ଅଧିକ ପଢ଼ନ୍ତୁ: ମାହିଙ୍କ ବଡ଼ ହୃଦୟ, ୮୮ ବର୍ଷିୟା ଫ୍ୟାନ୍‌ଙ୍କ ଘରକୁ ଯାଇ ଭେଟିଲେ

ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ଚେନ୍ନାଇ ସୁପର କିଙ୍ଗସ(CSK) ର କ୍ୟାପ୍‌ଟେନ୍‌ ମହେନ୍ଦ୍ର ସିଂହ ଧୋନି ଏବେ ନିଜ କ୍ୟାରିଅର୍‌ର ଶେଷ ପର୍ଯ୍ୟାୟରେ ଅଛନ୍ତି । ଏହା ଆମେ ନୁହେଁ ବରଂ ଧୋନି ନିଜ ମନ୍ତବ୍ୟରେ ଏମିତି ଇସାରା ଦେଇଛନ୍ତି । ଗତକାଲି ମ୍ୟାଚ୍‌ରେ ଧୋନି ଏଭଳି ମନ୍ତବ୍ୟ ଦେଇ ଫ୍ୟାନ୍ସଙ୍କୁ ନିରାଶ କରିଛନ୍ତି । ପୂର୍ବରୁ ଧୋନି ନିଜ ଶେଷ ମ୍ୟାଚ୍‌ ଚେନ୍ନାଇରେ ଖେଳିବେ ବୋଲି ଦୁବାଇରେ କହିଥିଲେ । ସେ ନିଜ ଶେଷ ମ୍ୟାଚ୍‌ ଚେପକ୍‌ରେ ଖେଳିବେ ବୋଲି ସ୍ପଷ୍ଟ କହିଥିଲେ ।

ଧୋନିଙ୍କ ଏହି ମନ୍ତବ୍ୟ ପରେ ଭାବପ୍ରବଣ ହୋଇପଡ଼ିଛନ୍ତି ଫ୍ୟାନ୍ସ । ଚଳିତ ଆଇପିଏଲ୍‌ ସଂସ୍କରଣରେ ଚେନ୍ନାଇ ସୁପରକିଙ୍ଗ୍ସ ପୁଣି ଥରେ ନିଜ ହୋମ୍‌ ଗ୍ରାଉଣ୍ତରେ ଓହ୍ଲାଇଛି । ଖଚାଖଚ୍‌ ଭିଡ଼ ସାଙ୍ଗକୁ ଗ୍ୟାଲେରୀ ଧୋନି..ଧୋନି.. ଶବ୍ଦରେ ପ୍ରକମ୍ପିତ ହୋଇଉଠୁଛି । ଧୋନି ଫିଲ୍ଡକୁ ଓହ୍ଲାଇବା ମାତ୍ରେ କେବଳ ଷ୍ଟାଡିୟମ କାହିଁକି ବରଂ JIO Cinema ରେ ବି ଦର୍ଶକଙ୍କ ଭିଡ଼ ଜମୁଛି । ଚଳିତ ସିଜିନ୍‌ର ଆରମ୍ଭ ମ୍ୟାଚ୍‌ ସିଏସ୍‌କେ ହାରିଯାଇଥିଲେ ମଧ୍ୟ ଧୋନିଙ୍କ ତତ୍ୱାବଧାନରେ ଟିମ୍‌ ଏବେ ୬ଟି ମ୍ୟାଚ୍‌ରୁ ୪ଟି ମ୍ୟାଚ୍‌ରେ ବିଜୟ ହାସଲ କରି ପେଣ୍ଟ ଟେବୁଲ୍‌ର ଦ୍ୱିତୀୟରେ ରହିଛି ।

୪୧ ବର୍ଷୀୟ ଧୋନି ୨୦୧୯ ଜୁଲାଇରୁ ନିଜ ଅନ୍ତର୍ଜାତୀୟ କ୍ୟାରିଅର୍‌ରେ ଅବସର ଘୋଷଣା କରିସାରିଥିବା ବେଳେ ଏବେ ଆଇପିଏଲ୍‌ କ୍ୟାରିଅର୍‌ର ବି ଅନ୍ତ ଘଟିବା ନେଇ ଇସାରା ଦେଇଛନ୍ତି । ପୂର୍ବଭଳି ଗ୍ରାଉଣ୍ତରେ ତାଙ୍କ ଜଲୱା ଦେଖିବାକୁ ମିଳୁଥିଲେ ବି ଧୋନି ନିଜ ଅବସର କଥା ନେଇ ବାରମ୍ବାର ଇସାରା ଦେଉଛନ୍ତି। 

ଗତକାଲି ହାଇଦ୍ରାବାଦ ବିପକ୍ଷ ମ୍ୟାଚ୍‌ର ପ୍ରେଜଣ୍ଟେସନ୍‌ ସେରିମନିରେ ଧୋନି କହିଛନ୍ତି ଯେ, ‘ଏବେ ମୋ କ୍ୟାରିଅର୍‌ର ଶେଷ ପର୍ଯ୍ୟାୟ ଚାଲିଛି । ମୁଁ ଆଗକୁ ଯେତେ ସମୟ ବି ଖେଳିବି, ତାହାକୁ ଖୁବ୍‌ ଉପଭୋଗ କରିବି । ଦୁଇ ବର୍ଷ ପରେ ଚେନ୍ନାଇର ପ୍ରଶଂସକମାନେ ଚେପକ୍‌ ଆସି ଖେଳ ଦେଖିବାର ସୁଯୋଗ ପାଇଛନ୍ତି । ଷ୍ଟାଡିୟମ୍‌ରେ ଦର୍ଶକଙ୍କ ଭିଡ଼ ଲାଗିରହିଥିବାରୁ ଆମେମାନେ ବେଶ୍‌ ଖୁସି । ଏଠାକାର ଦର୍ଶକଙ୍କଠୁ ଆମେ ବହୁତ ଭଲପାଇବା ଓ ସ୍ନେହ ପାଇଛୁ । ସେମାନେ ସର୍ବଦା ମ୍ୟାଚ୍‌ ଶେଷରେ ମୋ ସ୍ପିଚ୍‌ ଶୁଣିବାକୁ ଅପେକ୍ଷା କରିଥାନ୍ତି । ମୋତେ ବ୍ୟାଟିଂ କରିବାକୁ ସୁଯୋଗ ନମିଳୁଥିଲେ ବି କିଛି ଅଭିଯୋଗ ନାହିଁ । ଟିମ୍‌ର ଅନ୍ୟ ଖେଳାଳି ଭଲ ପ୍ରଦର୍ଶନ କରୁଛନ୍ତି‘ ।

ଧୋନିଙ୍କ ଏଭଳି ମନ୍ତବ୍ୟ ଏବେ ପ୍ରତିଟି ଧୋନି ଫ୍ୟାନ୍‌ଙ୍କ ମନରେ ଦୁଃଖ ଆଣିଦେଇଛି । ଟିମ୍‌ ଇଣ୍ତିଆର ସଫଳ ଅଧିନାୟକ ଛଡ଼ା ଚେନ୍ନାଇ ସୁପର କିଙ୍ଗ୍ସକୁ ମଧ୍ୟ ୪ ଥର ଆଇପିଏଲ୍‌ ଟ୍ରଫି ଦେଇଛନ୍ତି ଧୋନି । ମ୍ୟାଚ୍‌ ଚେପକ୍‌ରେ ହେଉ ବା ଅନ୍ୟ କେଉଁଠି, ସବୁଠି ଧୋନିଙ୍କ ବ୍ୟାଟିଂ ଦେଖିବା ପାଇଁ ଷ୍ଟାଡିୟମ ଗ୍ୟାଲେରୀ ଖଚାଖଚ୍‌ ଭିଡ଼ । ତେବେ ଧୋନିଙ୍କୁ ଆଉ କିଛିବର୍ଷ ଫିଲ୍ଡରେ ଦେଖିବା ପାଇଁ ଫ୍ୟାନ୍ସଙ୍କ ମନରେ ବେଶ୍‌ ଆଗ୍ରହ । ତେବେ ଦେଖାଯାଉ ଧୋନି ଆଉ କେତେଦିନ ୟେଲୋ ଜର୍ସିରେ ଫିଲ୍ଡକୁ ଓହ୍ଲାଇବେ ।