• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ସାବଧାନ ! ଆଇପିଏଲ୍‌କୁ ନେଇ ଠକେଇ । ନକଲି ଭାବରେ ମିଳୁଛି ଆଇପିଏଲ୍‌ ଟିକେଟ୍‌ । ଯାହାଫଳରେ ଠକେଇର ଶିକାର ହେଉଛନ୍ତି ଦର୍ଶକ । ବଢିବାରେ ଲାଗିଛି ଠକେଇର ମାମଲା । ନକଲି ଟିକେଟ୍‌ ବିକ୍ରି ପାଇଁ ଖୋଲା ହୋଇଛି ଫେକ୍‌ ୱେବସାଇଟ୍ । ଯାହାକୁ ନେଇ ଆଲର୍ଟ ଜାରି କରିଛି ପୋଲିସ  ।

ନିକଟରେ ପୋଲିସ ଦୁଇଟି ଫେକ୍‌ ୱେବସାଇଟ୍‌କୁ ବନ୍ଦ କରିଛି । ଯେଉଁମାନେ କି ଫେକ୍‌ ୱେବସାଇଟ୍‌ ଖୋଲି ଆଇପିଏଲ୍‌ ପାଇଁ ବିକ୍ରି କରୁଥିଲେ ନକଲି ଟିକେଟ୍‌ ।  

ଦୁଇ ଫେକ୍‌ ୱେବସାଇଟ୍‌ର ନାମ ହେଲା- 

୧. book.myshow-premium.net 

୨. bookmyshow.cloud

ନିକଟରେ ବେଙ୍ଗାଲୁରୁରେ ରହୁଥିବା ଜଣେ ମହିଳା ମଧ୍ୟ ଅନ୍‌ଲାଇନ୍‌ରେ ଆଇପିଏଲ୍‌ ଟିକେଟ୍ କିଣିବାକୁ ଚାହୁଁଥିଲେ । ସେ ଫେସବୁକ୍‌ରେ 'ଆଇପିଏଲ୍‌ କ୍ରିକେଟ୍‌ ଟିକେଟ୍' ନାମକ ଏକ ପେଜ୍‌ ପାଇଲେ । ମହିଳା ଜଣକ ଠିକ୍‌ ଭାବରେ ନଦେଖି ଫେକ୍‌ ପେଜ୍‌ ସହିତ ଯୋଗାଯୋଗ ମଧ୍ୟ କରିଥିଲେ ଏବଂ ସେମାନଙ୍କଠାରୁ ଟିକେଟ୍‌ ମଧ୍ୟ କିଣିଲେ । ପରେ ଜାଣିଲେ ଏହା ଅନ୍‌ଲାଇନ୍‌ରେ ମିଳୁଥିବା ଫେକ୍ ଟିକେଟ୍‌ । ଯାହାଫଳରେ ମହିଳାଙ୍କୁ ୮୬ ହଜାର ଟଙ୍କା ହରାଇବାକୁ ପଡ଼ିଛି । 

ଆଇପିଏଲ୍ ନକଲି ଟିକେଟ୍‌ ସ୍କାମ୍‌କୁ କେମିତି ଜାଣିବେ ? 

ବେଳେବେଳେ ଆଇପିଏଲ୍ ଟିକେଟ୍ ବୁକିଂର ଉତ୍ସାହରେ ଦର୍ଶକମାନେ ଫେକ୍‌ ୱେବସାଇଟରୁ ଟିକେଟ୍‌ କିଣି ସ୍କାମର ଶିକାର ହୁଅନ୍ତି । କିନ୍ତୁ ଆପଣ କିଛି ସରଳ ଟିପ୍ସ ଅନୁସରଣ କରି ଏହିପରି ସ୍କାମରୁ ନିଜକୁ ସୁରକ୍ଷିତ କରି ପାରିବେ । 

-ଟିକେଟ୍‌ କିଣିବା ପୂର୍ବରୁ ସର୍ବଦା ଟିକେଟ୍ ପ୍ଲାଟଫର୍ମର ବୈଧତା ଯାଞ୍ଚ କରନ୍ତୁ । ଏକ ସୁରକ୍ଷିତ ଏବଂ ୱେବ୍‌ସାଇଟ୍‌ ଅଫିସିଆଲ୍ ୱେବସାଇଟ୍‌ରୁ ଟିକେଟ୍‌ କିଣନ୍ତୁ । 

-ସବୁଠାରୁ ବଡ଼ କଥା ହେଉଛି ଇନଷ୍ଟାଗ୍ରାମ, ଫେସବୁକ୍ ଏବଂ ଅନ୍‌ଲାଇନ୍ ପ୍ଲାଟଫର୍ମରେ ଟିକେଟ୍‌ କିଣନ୍ତୁ ନାହିଁ । 

-ଟିକେଟରେ ହୋଲେଗ୍ରାମ ଏବଂ ଅନ୍ୟାନ୍ୟ ଫିଚର୍‌ ରହିଛି କି ନାହିଁ ଦେଖନ୍ତୁ । ଯଦି ଟିକେଟ୍‌ରେ ହୋଲେଗ୍ରାମ ଏବଂ ଅନ୍ୟାନ୍ୟ ଫିଚର୍‌ ନାହିଁ ଜାଣନ୍ତୁ ଏହା ଫେକ୍‌ ଟିକେଟ୍‌ । 

-କିଣିବା ପୂର୍ବରୁ଼ ଭଲ ଭାବରେ ଚେକ୍‌ କରନ୍ତୁ ଯେ ଟିକେଟ୍‌ କ୍ୟାନ୍‌ସେଲ୍‌ ଓ ଫେରସ୍ତ ପାଇଁ ଅପ୍‌ସନ୍‌ ଅଛି କି ନାହିଁ ।