ସୁପର ସଣ୍ଡେରେ ସୁପର ମ୍ୟାଚ୍ ସ୍ଥଗିତ। ଆଇପିଏଲ ମହାସମରର ଆଜି ଗ୍ରାଣ୍ଡ ଫିନାଲେ ସ୍ଥଗିତ କରାଯାଇ ଆସନ୍ତାକାଲି(ସୋମବାର) ରଖାଯାଇଛି। ଅହମଦାବାଦରେ ବର୍ଷା କାରଣରୁ ମ୍ୟାଚ ବାତିଲ ହୋଇଛି। କିଏ ମାରିବ ବାଜିମାତ, ଏହାକୁ ନେଇ ଦୁଇ ଟିମର ଫ୍ୟାନ୍ସଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଦେଇଛି।
ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଗୁଜରାଟ ଟାଇଟନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ଖେଳାଯିବ ଫାଇନାଲ୍। ବର୍ଷା ଲାଗି ରହିବାରୁ ଆଜି ମ୍ୟାଚ୍ ଖେଳିବା ସମ୍ଭବ ହୋଇପାରିନଥିଲା। ଏପରିକି ଟସ୍ ମଧ୍ୟ ପଡିପାରିନଥିଲା।
The #Final of the #TATAIPL 2023 has been moved to the reserve day on 29th May - 7:30 PM IST at the Narendra Modi Stadium, Ahmedabad.
— IndianPremierLeague (@IPL) May 28, 2023
Physical tickets for today will be valid tomorrow. We request you to keep the tickets safe & intact. #CSKvGT pic.twitter.com/d3DrPVrIVD
ରବିବାର ରାତି ୮ଟାରେ ଅହମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମ ଉପରେ ରହିବ ସାରା ଦେଶର ନଜର ରହିବ। କାରଣ ଚଳିତ ଆଇପିଏଲର ଦୁଇ ଶକ୍ତିଶାଳୀ ଟିମ୍ ଟ୍ରଫି ପାଇଁ ଟକ୍କର କରିବେ। ଯେତେବେଳେ ଆଇପିଏଲର ଚଳିତ ସିଜିନ ଆରମ୍ଭ ହୋଇଥିଲା ସେତେବେଳେ ଚେନ୍ନାଇ ଓ ଗୁଜରାଟ ମୁହାଁମୁହିଁ ହୋଇଥିଲେ। ଏଥିରେ ଗୁଜରାଟ ବିଜୟୀ ହୋଇଥିଲା। ଏବେ ପୁଣି ସମାନ ସ୍ଥିତି। ଏହା ଫାଇନାଲ ମ୍ୟାଚ ହୋଇଥିବାରୁ ଉଭୟ ଦଳ ଉପରେ ଯଥେଷ୍ଟ ଚାପ ରହିବ।
ଏହାପୂର୍ବରୁ ଚେନ୍ନାଇ ସୁପର କିଙ୍ଗସର ଭେଟରାନ କ୍ରିକେଟର ଅମ୍ବାତି ରାୟୁଡୁ ଆଇପିଏଲକୁ ଅଲବିଦା କହିଛନ୍ତି। ଆଜିର ଫାଇନାଲ ମ୍ୟାଚ୍ ପରେ ତାଙ୍କୁ ଆଉ ଆଇପିଏଲରେ ଦେଖିବାକୁ ମିଳିବ ନାହିଁ। ଆଜି ସେ ଶେଷଥର ପାଇଁ ଆଇପିଏଲ ମ୍ୟାଚ୍ ଖେଳିବେ ବୋଲି ରାୟୁଡୁ ନିଜର ଅବସର ଘୋଷଣା ବେଳେ କହିଛନ୍ତି।
ପଏଣ୍ଟ୍ ଟେବୁଲରେ ଗୁଜରାଟ୍ ମୋଟ ୧୪ଟି ମ୍ୟାଚ ଖେଳି ୧୦ଟି ଜିତିଥିବା ବେଳେ ମୋଟ ୨୦ ପଏଣ୍ଟ୍ ହାସଲ କରି ସବା ଉପରେ ରହିଛି। ସେହିପରି ଚେନ୍ନାଇ ସୁପର କିଙ୍ଗସ୍ ମୋଟ୍ ୧୪ଟି ମ୍ୟାଚରୁ ୮ଟିରେ ବିଜୟ ହାସଲ କରି ୧୭ ପଏଣ୍ଟରେ ଦ୍ୱିତୀୟ ସ୍ଥାନରେ ରହିଛି।