ଚେପକରେ CSK VS RCB କଡ଼ା ଟକ୍କର । ଏକ୍ସାଇଟେଡ୍ ପ୍ଲେୟାର, ଆରମ୍ଭ ହେଲାଣି ଫ୍ୟାନ ଓ୍ବାର । କିଏ ଅଧିକ ପାଓ୍ବାରଫୁଲ, କାହା ନାଁରେ ଅଧିକ ରେକର୍ଡ ? ଆଜି ହେବାକୁ ଯାଉଛି ଆଇପିଏଲ 2025 ସବୁଠାରୁ ହାଇଭୋଲଟେଜ୍ ମ୍ୟାଚ । ସାମ୍ନାସାମ୍ନି ହେବେ କିଙ୍ଗ କୋହଲି ଓ କ୍ୟାପେଟନ କୁଲ୍ । ଯାହାକୁ ନେଇ ଫୁଲ ଅନ୍ ଏକ୍ସାଇଟେଡ୍ ଚେନ୍ନାଇ ସୁପରକିଙ୍ଗସ୍ ଓ ରୟାଲ ଚ୍ୟାଲେଞ୍ଜର ବାଙ୍ଗଲୋର ଦଳର ଫ୍ୟାନ ।
ଚଳିତ ସିଜିନରେ ସିଏସକେ ଓ ଆରସିବି ଏକ ଭଲ ଆରମ୍ଭ କରିଛନ୍ତି । ଉଭୟ ଦଳ ସେମାନଙ୍କର ପ୍ରଥମ ମ୍ୟାଚ୍ ଜିତିଛନ୍ତି । ଆଉ ଉଭୟ ଦଳର ସବୁ ଖେଳାଳିମାନେ ଭଲ ଫର୍ମରେ ମଧ୍ୟ ଅଛନ୍ତି । ଏପରି ପରିସ୍ଥିତିରେ, ଏକ ରୋମାଞ୍ଚକର ପ୍ରତିଯୋଗିତା ଆଶା କରାଯାଉଛି । RCBର ଅଧିନାୟକ ହେଉଛନ୍ତି ରଜତ ପାଟିଦାର । ସେହିଭଳି, CSKର କମାଣ୍ଡ ଋତୁରାଜ ଗାୟକୱାଡଙ୍କ ହାତରେ ଅଛି । ଆଜି ସନ୍ଧ୍ୟା ୭ଟା ୩୦ରେ ଚେନ୍ନାଇର ଚେପକ ଷ୍ଟାଡିୟମରେ ଆରମ୍ଭ ହେବ ଏହି ହାଇଭୋଲଟେଜ ମ୍ୟାଚ ।
ଦୁଇ ଦଳ ମଧ୍ୟରେ କ'ଣ ରହିଛି ରେକର୍ଡ ?
IPLରେ ଏପର୍ଯ୍ୟନ୍ତ RCB ଏବଂ CSK ମଧ୍ୟରେ ମୋଟ 33ଟି ମ୍ୟାଚ୍ ଖେଳାଯାଇଛି, ଯେଉଁଥିରୁ ଚେନ୍ନାଇ ୨୧ଟିରେ ବିଜୟୀ ହୋଇଥିବା ବେଳେ RCB ୧୧ଟି ମ୍ୟାଚ ଜିତିଛି । ସେହିଭଳି ଗୋଟିଏ ମ୍ୟାଚ୍ ଡ୍ର ହୋଇଛି । ତେଣୁ ରେକର୍ଡ ହିସାବରେ RCB ବିପକ୍ଷରେ ଚେନ୍ନାଇ ଅଧିକ ଶକ୍ତିଶାଳୀ ଅଛି । କିନ୍ତୁ ଏ ସିଜିନରେ ଉଭୟ ଟିମ କିଛି ନୂଆ ଖେଳାଳିଙ୍କୁ ନେଇ ଖେଳୁଛନ୍ତି । ତେଣୁ ଆଜି ୨ ଦଳ ମଧ୍ୟରେ ଏକ କଡ଼ା ଟକ୍କର ଦେଖିବାକୁ ମିଳିବ ବୋଲି ଫ୍ୟାନମାନେ ଆଶା ରଖିଛନ୍ତି ।
IPL 2025ରେ RCB ଏବଂ CSK ଉଭୟ ଦଳ ଦମଦାର ଆରମ୍ଭ କରିଛନ୍ତି । RCB ତା'ର ପ୍ରଥମ ମ୍ୟାଚ୍ରେ KKRକୁ ୭ ୱିକେଟରେ ପରାସ୍ତ କରିଥିଲା । ସେହିଭଳି ଚେନ୍ନାଇ ସୁପର କିଙ୍ଗସ ସେମାନଙ୍କ ପ୍ରଥମ ମ୍ୟାଚ୍ରେ ମୁମ୍ୱାଇକୁ ଚାରି ୱିକେଟରେ ପରାସ୍ତ କରିଛି । ତେବେ ଆଜିର ମ୍ୟାଚର ରେଜଲ୍ଟ କ'ଣ ରହିବ ତା' ଉପରେ କ୍ରିକେଟ ପ୍ରେମୀଙ୍କ ନଜର...
ଅଧିକ ପଢ଼ନ୍ତୁ: ଫୁଟବଲ୍ ଖେଳୁଥିଲା ବେଳେ ଚାଲିଗଲା ଜୀବନ, ପରିବାର ଲୋକ ଆଖି ଦାନ କରି ଦେଲେ ମହାନତାର ପରିଚୟ