• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • କୋଲକାତା ନାଇଟ୍ ରାଇଡର୍ସ ଅଧିନାୟକ ଇଏନ୍ ମୋର୍ଗାନ୍‌ଙ୍କ ବଡ଼ ବୟାନ ।

  • କହିଲେ ବୋଲର ହିଁ ସୁପରଷ୍ଟାର ।

  • ଆୟର ୫୦ IPL ମ୍ୟାଚ୍‌ ଖେଳିଥିବା ଖେଳାଳିଙ୍କ ସହ ସମାନ ।

ନୂଆଦିଲ୍ଲୀ: କୋଲକାତା ନାଇଟ୍ ରାଇଡର୍ସ ଅଧିନାୟକ ଇଏନ୍ ମୋର୍ଗାନ୍ ନିଜ ଦଳର ବୋଲରମାନଙ୍କୁ 'ସୁପରଷ୍ଟାର୍' ବୋଲି କହିଛନ୍ତି । ମୋର୍ଗାନ କହିଛନ୍ତି ଯେ, ଇଣ୍ଡିଆନ ପ୍ରିମିୟର ଲିଗ୍‌ ୨୦୨୧ର ଶେଷ ଦୁଇଟି ମ୍ୟାଚରେ ବୋଲର ମାନଙ୍କ ଜବରଦସ୍ତ ପ୍ରଦର୍ଶନ ଯୋଗୁଁ ବ୍ୟାଟ୍ସମ୍ୟାନ୍‌ମାନେ ଚାପମୁକ୍ତ ହୋଇ ଖେଳିପାରିଲେ । ଆଇପିଏଲ୍ ୨୦୨୧ର ଦ୍ୱିତୀୟ ସଂସ୍କରଣରେ କେକେଆର୍ ନିଜର ପ୍ରଥମ ମ୍ୟାଚ୍‌ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ମାତ୍ର 92 ରନ୍ ପାଇଁ ସୀମିତ ରଖିଥିଲା । ଏହାପରେ ଚାମ୍ପିଅନ୍‌ ଟିମ୍‌ ମୁମ୍ବାଇ ଇଣ୍ଡିଆନ୍ସକୁ ମାତ୍ର ୧୫୫ ରନ୍‌ କରିବାକୁ ଦେଇଥିଲା ।

ଓପନିଂ ବ୍ୟାଟ୍ସ ମ୍ୟାନ୍‌ ଭେଙ୍କଟେଶ ଆୟର୍ ପ୍ରଥମ ମ୍ୟାଚ୍‌ରେ ଅପରାଜିତ ୪୧ ଏବଂ ଦ୍ୱିତୀୟ ମ୍ୟାଚ୍‌ରେ ଗୁରୁତ୍ୱପୂର୍ଣ୍ଣ ୫୩ ରନ୍‌ କରି ଦଳକୁ ଆଗକୁ ନେଇଥିଲେ । ଯାହାଦ୍ୱାରା କେକେଆର୍‌ ପଏଣ୍ଟ ଟେବୁଲର ଟପ୍‌ ଚାରିକୁ ପହଞ୍ଚିଛି । ମ୍ୟାଚ୍ ପରେ ଏକ ସାମ୍ବାଦିକ ସମ୍ମିଳନୀରେ ମୋର୍ଗାନ୍ କହିଛନ୍ତି, ‘ମୁଁ ଭାବୁ ନାହିଁ ଯେ କୌଣସି ଜଣେ ଖେଳାଳି ଦଳର ଦୃଶ୍ୟପଟ୍ଟ ପରିବର୍ତ୍ତନ କରିଛନ୍ତି । ମୋର ବିଶ୍ୱାସ ଯେ ଗତ ଦୁଇଟି ମ୍ୟାଚରେ ବୋଲର ମାନେ ଆମର ସୁପରଷ୍ଟାର । ସେ ଦୁଇଟି ଯାକ ବ୍ୟାଟିଂ ପାଇଁ ଅନୁକୂଳ ପିଚ୍‌ରେ ଭଲ ବୋଲିଂ କରିଛନ୍ତି’ ।

ସେ କହିଛନ୍ତି, "ମୋର ବିଶ୍ୱାସ ଯେ ଓପନିଂ ବ୍ୟାଟ୍ସମ୍ୟାନ୍‌ ଶୁଭମନ୍ ଗିଲ୍ ଏବଂ ଭେଙ୍କଟେଶ ଆୟରଙ୍କୁ ନିଜ ଚିରାଚରିତ ଖେଳ ଖେଳିବାକୁ ସୁଯୋଗ ମିଳିଲା । ମୋର୍ଗାନ୍ ଆୟରଙ୍କ ଭଲ ପ୍ରଦର୍ଶନ ପାଇଁ ଖୁବ୍‌ ପ୍ରଶଂସା ମଧ୍ୟ କରିଛନ୍ତି । ମୋର୍ଗାନ ଆହୁରି କହିଛନ୍ତି, ‘ମୁଁ ଭାବୁଛି ଭେଙ୍କଟେଶ ଆଜି ଯେଭଳି ଇନିଂସ ଖେଳିଛନ୍ତି, ତାହା ୫୦ ଆଇପିଏଲ ମ୍ୟାଚ୍ ଖେଳିଥିବା ଖେଳାଳିଙ୍କ ସହ ସମାନ ବୋଲି କହିପାରିବା । ସେ ଯେଉଁଭଳି ବ୍ୟାଟିଂ କରିଥିଲେ ତାହା ବାସ୍ତବରେ ବହୁତ ଭଲ ଥିଲା । ସେ ଜଣେ ଭଲ ଟପ୍ ଅର୍ଡର ବ୍ୟାଟ୍ସମ୍ୟାନ୍‌ ହୋଇପାରିବେ ।’

ତେବେ ବିଜୟ ପରେ ମଧ୍ୟ କୋଲକାତା ବଡ଼ କ୍ଷତି ସହିଛି । ମୁମ୍ବାଇ ବିପକ୍ଷ ମ୍ୟାଚରେ ମନ୍ଥର ବୋଲିଂ ପାଇଁ ଦଳର ଅଧିନାୟକ ଇଓନ ମୋର୍ଗାନଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା କରାଯାଇଛି । କୋଲକାତା ଦଳ ଚଳିତ ସିଜନରେ ଦ୍ୱିତୀୟ ଥର ଏଭଳି ନିୟମ ଉଲଂଘନ କରିଛି । ସେଥିପାଇଁ କ୍ୟାପଟେନ ମୋର୍ଗାନଙ୍କ ଉପରେ ଏତେ ବଡ ଜୋରିମାନା ଲାଗୁ କରାଯାଇଛି । ଆଇପିଏଲ ପକ୍ଷରୁ ଏକ ବିବୃତ୍ତି ଜାରି କରି ଏହି ସୂଚନା ଦିଆଯାଇଛି।