Advertisment

India Scripts History: ଇତିହାସ ରଚିଲା ଭାରତ, ଖୋ ଖୋରେ ବିଶ୍ବ ଚାମ୍ପିୟନ

ଖୋ ଖୋ ବିଶ୍ବକପର ପ୍ରଥମ ସଂସ୍କରଣରେ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛନ୍ତି ଭାରତୀୟ ପୁରୁଷ ଓ ମହିଳା ଦଳ। ଉଭୟ ଦଳ ରବିବାର ଅନୁଷ୍ଠିତ ଫାଇନାଲରେ ନେପାଳକୁ ପରାସ୍ତ କରିଛନ୍ତି। ଭାରତୀୟ ମହିଳା ଦଳ ୭୮-୪୦ରେ ନେପାଳକୁ ହରାଇଥିବା ବେଳେ ପୁରୁଷ ଦଳ ୫୪-୩୬ରେ ସମାନ ଦଳକୁ ହରାଇଥିଲା।

kho kho

kho kho

Advertisment

ଦିଲ୍ଲୀରେ ଅନୁଷ୍ଠିତ ଖୋ ଖୋବିଶ୍ବକପର ପ୍ରଥମ ସଂସ୍କରଣରେ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛନ୍ତି ଭାରତୀୟ ପୁରୁଷ ଓ ମହିଳା ଦଳ। ଉଭୟ ଦଳ ରବିବାର ଅନୁଷ୍ଠିତ ଫାଇନାଲରେ ନେପାଳକୁ ପରାସ୍ତ କରିଛନ୍ତି। ଭାରତୀୟ ମହିଳା ଦଳ ୭୮-୪୦ରେ ନେପାଳକୁ ହରାଇଥିବା ବେଳେ ପୁରୁଷ ଦଳ ୫୪-୩୬ରେ ସମାନ ଦଳକୁ ହରାଇଥିଲା। ଭାରତର ସ୍ବଦେଶୀ ଖେଳ ଖୋ ଖୋକୁ ପ୍ରଥମ ଥର ଅନ୍ତର୍ଜାତୀୟ ସ୍ବୀକୃତି ମିଳିଥିଲା। ନୂଆଦିଲ୍ଲୀରେ ଜାନୁୟାରୀ ୧୩ରୁ ୧୯ ତାରିଖ ଯାଏ ଏହି ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଥିଲା।

Advertisment

ଭାରତୀୟ ମହିଳା ଦଳ ନେପାଳକୁ ୭୮-୪୦ରେ ପରାସ୍ତ କରିଥିଲା। ଦଳ ପକ୍ଷରୁ ଅଧିନାୟିକା ପ୍ରିୟଙ୍କା ଇଙ୍ଗଲେ ଚମତ୍କାର ପ୍ରଦର୍ଶନ କରିଥିଲେ। ଏକାଧିକ ଟଚ ପଏଣ୍ଟ ସହିତ ପ୍ରିୟଙ୍କା ଭାରତକୁ ଡ୍ରାଇଭର ସିଟରେ ରଖିଥିଲା। ଭାରତୀୟ ଦଳ ପ୍ରଥମେ ଆଟାକ କରିଥିବା ବେଳେ ପ୍ରଥମ ହାଫରେ ୩୪-୦ରେ ଅଗ୍ରଣୀ ରହିଥିଲା। ନେପାଳ ଆଟାକରେ ମାତ୍ର ୨୪ ପଏଣ୍ଟ ସଂଗ୍ରହ କରିଥିବା ବେଳେ ଭାରତ ଗୋଟିଏ ଡ୍ରିମ ରନ ହାତେଇଥିଲା। ଦ୍ବିତୀୟ ଟର୍ନରେ ଭାରତ ଆଉ ୪୪ ପଏଣ୍ଟ ସ୍କୋର କରିବା ସହ ବିଜୟ ପକ୍କା କରିଥିଲା। ନେପାଳ ଏହାର ଅନ୍ତିମ ଟର୍ନରେ ମାତ୍ର ୧୬ ପଏଣ୍ଟ ସ୍କୋର କରିଥିଲା।

ଦ୍ବିତୀୟ ଫାଇନାଲଟି ମଧ୍ୟ ଭାରତ ଓ ନେପାଳ ମଧ୍ୟରେ ହୋଇଥିଲା। ଭାରତୀୟ ପୁରୁଷ ଦଳ ନେପାଳକୁ ୫୪-୩୬ ପଏଣ୍ଟରେ ପରାସ୍ତ କରିଥିଲା। ଟୁର୍ନାମେଣ୍ଟରେ ନେପାଳକୁ ପରାସ୍ତ କରି ଅଭିଯାନ ଆରମ୍ଭ କରିଥିବା ଭାରତ ସମାନ ଦଳକୁ ଫାଇନାଲରେ ମାତ ଦେଇଥିଲା। ପ୍ରଥମ କ୍ବାର୍ଟରରେ ଭାରତ ୨୪ ପଏଣ୍ଟ ଓ ନେପାଳ ୧୮ ପଏଣ୍ଟ ଅର୍ଜନ କରିଥିଲା। ଦ୍ବିତୀୟ ଟର୍ନରେ ଭାରତ ଆଉ ୩୦ ପଏଣ୍ଟ ଅର୍ଜନ କରିଥିବା ବେଳେ ନେପାଳ ୧୮ ପଏଣ୍ଟ ସ୍କୋର କରିବାକୁ ସମର୍ଥ ହୋଇଥିଲା। ଭାରତୀୟ ପୁରୁଷ ଓ ମହିଳ ଦଳର ଐତିହାସିକ ସଫଳତାରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ଓ କ୍ରୀଡାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଶୁଭେଚ୍ଛା ଜଣାଇଛନ୍ତି।

Advertisment

ଅଧିକ ପଢନ୍ତୁ:ବିବାହ ବନ୍ଧନରେ ଆବଦ୍ଧ ହେଲେ ଗୋଲ୍ଡେନ୍‌ ବୟ ନୀରଜ ଚୋପ୍ରା...

Kho Kho
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ