/odishatv-khabar/media/post_attachments/uploadimage/library/16_9/16_9_0/IMAGE_1697979648.jpg)
India vs NewZealand
ଦିନିକିଆ ବିଶ୍ୱକପରେ ଆଜି ଖେଳାଯାଉଛି ମହାମୁକାବିଲା। ମୁହାଁମୁହିଁ ହୋଇଛନ୍ତି ଭାରତ-ନ୍ୟୁଜିଲାଣ୍ଡ । ଧର୍ମଶାଳାରେ ଖେଳାଯାଉଥିବା ଏହି ହାଇଭୋଲଟେଜ୍ ମ୍ୟାଚ୍ରେ ଦମଦାର କମବ୍ୟାକ୍ କରିଛି ଟିମ୍ ଇଣ୍ଡିଆ। ଭଲ ବ୍ୟାଟିଂ ସତ୍ତ୍ୱେ ନ୍ୟୁଜିଲାଣ୍ଡକୁ ୨୭୩ ରନ୍ରେ ଅଲଆଉଟ କରିଛି ଭାରତ । ଯାହାଫଳରେ ଭାରତକୁ ମିଳିଛି ୨୭୪ ରନ୍ର ଟାର୍ଗେଟ । ଭାରତ ପକ୍ଷରୁ ଚଳିତ ବିଶ୍ୱକପରେ ପ୍ରଥମ ମ୍ୟାଚ୍ ଖେଳୁଥିବା ମହମ୍ମଦ ସାମି ୫ଟି ୱିକେଟ ନେଇଥିବାବେଳେ କୁଲଦୀପ ଯାଦବ ୨ଟି ୱିକେଟ ଅକ୍ତିଆର କରିଥିଲେ। ନ୍ୟୁଜିଲାଣ୍ଡ ପକ୍ଷରୁ ଡିରେଲ ମିଚେଲ ୧୩୦ ରନ୍ କରିଥିବାବେଳେ ରଚିନ୍ ରବିନ୍ଦ୍ର ୭୫ ରନ୍ କରିଥିଲେ।
Innings Break!
5⃣ wickets for Mohd. Shami
2⃣ wickets for Kuldeep Yadav
1⃣ wicket each for Mohd. Siraj & Jasprit BumrahTarget 🎯 for #TeamIndia - 274
Scorecard ▶️ https://t.co/Ua4oDBM9rn#CWC23 | #MenInBlue | #INDvNZpic.twitter.com/EBVAEgTVbV
— BCCI (@BCCI) October 22, 2023
ଆଜି ଧର୍ମଶାଳାରେ ଖେଳାଯାଉଥିବା ମ୍ୟାଚ୍ରେ ପ୍ରଥମ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଭାରତ। ଏହି ହାଇପ୍ରେସର ମ୍ୟାଚ୍ରେ ଆରମ୍ଭରୁ ୱିକେଟ ନେଇ କିୱି ଦଳ ଉପରେ ଚାପ ସୃଷ୍ଟି କରିଥିଲା ଭାରତ। କିନ୍ତୁ ନ୍ୟୁଜିଲାଣ୍ଡର ଡିରେଲ ମିଚେଲ ଓ ରଚିନ୍ ରବିନ୍ଦ୍ର ଦମଦାର ପାର୍ଟନରସିପ୍ କରିଥିଲେ। ଉଭୟ ତୃତୀୟ ୱିକେଟ ପାଇଁ ୧୫୯ ରନ୍ର ପାର୍ଟନରସିପ୍ କରିଥିଲେ। ଯାହା ଭାରତ ପାଇଁ ଚିନ୍ତାର କାରଣ ପାଲଟିଥିଲା। ତେବେ ଏହି ବଡ଼ ପାର୍ଟନରସପ୍କୁ ବ୍ରେକ୍ କରି ଦମଦାର କମବ୍ୟାକ୍ କରିଥିଲା ଭାରତ। କୁଲଦୀପ୍ ଯାଦବ ଓ ମହମ୍ମଦ ସାମିଙ୍କ ଘାତକ ବୋଲିଂ ଫଳରେ ନ୍ୟୁଜିଲାଣ୍ଡ ମାତ୍ର ୨୭୩ ରନ୍ କରିବାରେ ସଫଳ ହୋଇଛି।
ତେବେ ଭାରତ ୨୦୦୩ ମସିହା ପରଠୁ ଆଇସିସି ଟୁର୍ଣ୍ଣାମେଣ୍ଟରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିନାହିଁ। ତେଣୁ ଆଜିର ଏହି ୨୭୪ ରନ୍ର ଟାର୍ଗେଟ ପୂରଣ କରି ଏହି ପରାଜୟ ଧାରାକୁ ଭାଙ୍ଗିବାକୁ ଚେଷ୍ଟା କରିବ ଟିମ୍ ଇଣ୍ଡିଆ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)