• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଟି-୨୦ ବିଶ୍ୱକପରେ ଆଜି ଟାଇଟଲ୍ ଟକ୍କର । ଏହି ହାଇଭୋଲଟେଜ୍‌ ମ୍ୟାଚ୍‌ରେ ଟସ୍‌ ଜିତିଛି ଟିମ୍‌ ଇଣ୍ଡିଆ । ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି କ୍ୟାପଟେନ୍‌ ରୋହିତ ଶର୍ମା । ତେବେ ଆଜିର ଏହି ଫାଇନାଲ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆର ଚୁଡାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ ହୋଇନଥିବା ସୂଚନା ଦେଇଛନ୍ତି ରୋହିତ ଶର୍ମା ।

ସୂଚନା ଅନୁସାରେ ୨୦୦୭ରେ ଅନୁଷ୍ଠିତ ପ୍ରଥମ ଟି-୨୦ ବିଶ୍ୱକପରେ ଧୋନିଙ୍କ ଅଧିନାୟକତ୍ୱରେ ଟ୍ରଫି ହତେଇଥିଲା ଭାରତ । କିନ୍ତୁ ଏହାପରଠୁ ୧୭ ବର୍ଷ ହେଲା ଟାଇଟଲ୍‌ ଅପେକ୍ଷାରେ ରହିଛି ଭାରତ । ୨୦୧୪ ଟି-୨୦ ବିଶ୍ୱକପ୍‌ରେ ଭାରତ ଫାଇନାଲକୁ ଯାଇଥିଲା ମଧ୍ୟ ରନର୍ସ ଅପ୍‌ରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା ।

ଏଥର କିନ୍ତୁ ଟିମ୍ ଇଣ୍ଡିଆ ପ୍ରଦର୍ଶନ ଜାରି ରଖିଛି । ଏପର୍ଯ୍ୟନ୍ତ ଗୋଟିଏ ବି ମ୍ୟାଚ୍ ନହାରି ଅପରାଜେୟ ରହିଛି । ସେପଟେ ଦକ୍ଷିଣ ଆଫ୍ରିକା ଟିମ୍ କ୍ରିକେଟର କୌଣସି ଫର୍ମାଟରେ ପ୍ରଥମଥର ଫାଇନାଲରେ ପ୍ରବେଶ କରିଛି । ଚଳିତ ବିଶ୍ୱକପରେ ମାକ୍ରମଙ୍କ ନେତୃତ୍ୱରେ ପ୍ରୋଟିଜ୍ ଟିମ୍ ଦମଦାର ପ୍ରଦର୍ଶନ କରିଛି । ଗୋଟିଏ ବି ମ୍ୟାଚ ନହାରି ଅପରାଜେୟ ରହିଛି । ତେଣୁ ଆଜି ଫାଇନାଲରେ ଏକ ରୋମାଞ୍ଚକର ଲଢେଇ ଦେଖିବାକୁ ମିଳିବ । ବ୍ରିଜଟାଉନରେ ହେବାକୁ ଥିବା ଆଜିର ମ୍ୟାଚରେ ବର୍ଷା ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଯଦି ବର୍ଷା ଯୋଗୁ ଆଜିର ମ୍ୟାଚ୍ ନହୁଏ, ତା’ହେଲେ ଆଇସିସି ଏଥିପାଇଁ ଆସନ୍ତାକାଲି ରିଜର୍ଭ ଡେ’ ରଖିଛି । ଦୁଇ ଦିନରେ ମ୍ୟାଚ୍ ହୋଇ ନପାରିଲେ ଉଭୟ ଭାରତ ଓ ଦକ୍ଷିଣ ଆଫ୍ରିକାକୁ ଯୁଗ୍ମ ବିଶ୍ୱକପ ବିଜେତା ଘୋଷଣା କରାଯିବ ।

ଭାରତର ଚୂଡାନ୍ତ ଏକାଦଶ: ରୋହିତ ଶର୍ମା, ବିରାଟ କୋହଲି, ଋଷଭ ପନ୍ଥ, ସୂର୍ଯ୍ୟକୁମାର ଯାଦବ, ଶିବମ ଦୁବେ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ଯଶପ୍ରୀତ ବୁମରା, ଅର୍ଶଦୀପ ସିଂ ଓ କୁଲଦୀପ ଯାଦବ

ଦକ୍ଷିଣ ଆଫ୍ରିକାର ଚୂଡ଼ାନ୍ତ ଏକାଦଶ: କ୍ୱିଣ୍ଟନ୍‌ ଡି କକ୍, ରିଜା ହେଣ୍ଡରିକ୍ସ, ଏଡେନ୍‌ ମାର୍କରମ, ଡେଭିଡ୍ ମିଲର, ଟ୍ରିଷ୍ଟନ୍‌ ଷ୍ଟବ୍ସ୍‌, ହେନରିକ୍‌ କ୍ଲାସେନ୍, ମାର୍କୋ ୟାନସେନ୍, କେଶବ ମହାରାଜ, କଗିସୋ ରାବାଡା, ଆନରିକ୍‌ ନର୍କିଆ ଓ ତାବ୍ରୈଜ୍‌ ସାମସି

OTV is now on Whatsapp

Join and get latest news update delivered to you via whatsapp

Join Now