• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ମ୍ୟାଚ୍ ସହ ସିରିଜ ଜିତିଲା ଭାରତ । କାନପୁର ଟେଷ୍ଟରେ ବାଂଲାଦେଶକୁ ୭ ୱିକେଟରେ ହରାଇଲା ଭାରତ । ୯୫ ରନ୍ ଟାର୍ଗେଟକୁ ମାତ୍ର ୨ ୱିକେଟ ହରାଇ ହାସଲ କଲା ଭାରତୀୟ ଦଳ । ପ୍ରଥମ ଟେଷ୍ଟ ଜିତି ସାରିଥିବା ବେଳେ କାନପୁରରେ ଦ୍ୱିତୀୟ ଟେଷ୍ଟ ଜିତିଛି ଭାରତ । ଏହା ସହ ଟେଷ୍ଟ ସିରିଜକୁ ୨-୦ରେ ମଧ୍ୟ କ୍ଲିନ ସୁଇପ୍ କରିନେଇଛି ଦଳ ।

ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ୨୩୩ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା । ଏହା ପରେ ଭାରତ ୯ ୱିକେଟ୍‌ ହରାଇ ୨୮୫ ରନ୍ କରିଥିଲା । ପରେ ଦ୍ୱିତୀୟ ଇଂନିସ୍‌ରେ ବାଂଲାଦେଶ ୧୪୬ ରନ୍ କରିପାରିଥିଲା । ଫଳରେ ଭାରତ ସାମ୍ନାରେ ୯୫ ରନ୍‌ର ଟାର୍ଗେଟ ମିଳିଥିଲା । ଯାହାକୁ ମାତ୍ର ୩ ୱିକେଟ୍ ହରାଇ ହାସିଲ କରିନେଇଥିଲା ଦଳ।

ଅଧିକ ପଢ଼ନ୍ତୁ: ‘ସାର୍‌ ମୋର ଦୁଇଟି ହାତ...’, ହୋଟେଲ ଅଧିକାରୀଙ୍କୁ ଏମିତି ଉତ୍ତର ଦେଲେ କୋହଲି

ଭାରତ ତରଫରୁ ଅଧିନାୟକ ରୋହିତ୍ ଶର୍ମା ୭ ବଲ୍‌ରୁ ୮ ରନ୍‌ କରିଥିବା ବେଳେ ଯଶସ୍ୱୀ ଜୟସ୍ୱାଲ୍ ଅର୍ଧଶତକ ହାସଲ କରିଥିଲେ । ଯଶସ୍ୱୀ ୪୫ ବଲ୍‌ରୁ ୫୧ ରନ୍ କରିଥିଲେ । ପରେ ପରେ ବିରାଟ କୋହଲି, ଶୁବମାନ୍ ଗିଲ୍ ଓ ଋଷଭ ପନ୍ତଙ୍କ ସହ ମିଶି ଭାରତକୁ ଜିତାଇ ଦେଇଥିଲେ । ସେହିପରି ଭାରତ ତରଫରୁ ପ୍ରଥମ ଇଂନିସ୍‌ରେ ଯଶସ୍ୱୀ ଜୟସ୍ୱାଲ୍ ୭୨ ରନ୍ କରିଥିବା ବେଳେ ରୋହିତ୍‌ ୨୩, ଶୁବମାନ ୩୯ ରନ୍ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ବିରାଟ କୋହଲି ୪୭, କେଏଲ୍ ରାହୁଲ୍ ୬୮ ରନ୍ କରିଥିଲେ । ବୋଲିଂରେ ଜଶପ୍ରୀତ ବୁମରାଂ ସର୍ବାଧିକ ୬ ଟି ୱିକେଟ୍ ହାସଲ କରିଥିବା ବେଳେ ଅଶ୍ୱିନ ୫ ଟି ୱିକେଟ୍ ନେଇଥିଲେ । ମହମ୍ମଦ ସିରାଜ୍ ୨ ଟି ୱିକେଟ୍ ନେଇଥିବା ବେଳେ ଜାଡେଜା ୪ ଟି ୱିକେଟ୍ ନେଇଥିଲେ ।

ଅଧିକ ପଢ଼ନ୍ତୁ: ସେଇଦିନ କ’ଣ ଭୁଲ କରିଥିଲେ ନୀରଜ ? ଏତେ ଦିନ ପରେ କହିଲେ ସତ...

OTV is now on Whatsapp

Join and get latest news update delivered to you via whatsapp

Join Now