• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଆଜିଠୁ ଆରମ୍ଭ ହେବାକୁ ହେଉଛି ଭାରତ ଓ ୱେଷ୍ଟ ଇଣ୍ଡିଜ ମଧ୍ୟରେ ପ୍ରଥମ ଟେଷ୍ଟ । ଯୁବ ବ୍ୟାଟସମ୍ୟାନ୍ ଯଶସ୍ୱୀ ଜଶୱାଲ ତାଙ୍କର ପ୍ରଥମ ଟେଷ୍ଟ ଖେଳିବା ସମ୍ଭାବନା ରହିଛି । ସେ ଇନିଂସ ଓପନ କରିବା ନେଇ ଆଶା କରାଯାଉଛି । ଚେତେଶ୍ୱର ପୂଜାରାଙ୍କୁ ବାଦ ଦିଆଯାଇ ଜଶୱାଲ ଓ ରୁତୁରାଜ ଗାଏକୱାଡଙ୍କୁ ଦଳରେ ସାମିଲ କରାଯାଇଛି ।

ଟିମ୍‌ରେ ଶୁଭମନ୍ ଗିଲ୍ ତୃତୀୟ ସ୍ଥାନରେ ବ୍ୟାଟିଂ କରିବେ । ମହମ୍ମଦ ସିରାଜ ବୋଲିଂ ଭାର ସମ୍ଭାଳିବେ । ପେସ ବୋଲର ନବଦୀପ ସାଇନି ଓ ସର୍ଦ୍ଦୁଳ ଠାକୁରଙ୍କୁ ଚୂଡାନ୍ତ ଦଳରେ ସ୍ଥାନ ମିଳିପାରେ । ସେପଟେ ଦିନିକିଆ ବିଶ୍ୱକପ ପାଇଁ ଯୋଗ୍ୟତା ହାସଲ କରିପାରି ନଥିବା ୱେଷ୍ଟଇଣ୍ଡିଜ ଟିମ୍ ଘରୋଇ ମାଟିରେ ଚାପରେ ରହିବ ।

ଅଧିକ ପଢ଼ନ୍ତୁ: ପାକିସ୍ତାନ କ୍ରୀଡ଼ାମନ୍ତ୍ରୀଙ୍କ ଧମକ; ଭାରତ ଏସିଆ କପ୍ ଖେଳିବାକୁ ନଆସିଲେ, ଆମେ ବି..

ସମ୍ଭାବ୍ୟ ଭାରତୀୟ ଏକାଦଶ: 

ରୋହିତ ଶର୍ମା, ଯଶସ୍ୱୀ ଜୟସ୍ୱାଲ୍‌, ଶୁବମନ ଗିଲ୍‌, ବିରାଟ କୋହଲି, ଅଜିଙ୍କ୍ୟ ରାହାଣେ, କେଏସ୍‌ ଭରତ (ୱିକେଟ୍‌ କିପର୍‌), ରବୀନ୍ଦ୍ର ଜାଦେଜା, ରବିଚନ୍ଦ୍ରନ ଅଶ୍ୱିନ, ଶାର୍ଦ୍ଦୁଳ ଠାକୁର, ଜୟଦେବ ଉନାଦକଟ୍‌, ମହମ୍ମଦ ସିରାଜ ।

ସମ୍ଭାବ୍ୟ ୱେଷ୍ଟଇଣ୍ଡିଜ୍‌ ଏକାଦଶ: 

କ୍ରେଗ୍‌ ବ୍ରାଥୱେଟ୍‌, ତ୍ୟାଗନାରାୟଣ ଚନ୍ଦ୍ରପଲ୍‌, ରେମଣ୍ଡ ରିଫର, ଜର୍ମାଇନ୍‌ ବ୍ଲାକ୍‌ଉଡ୍‌, କିର୍କ ମ୍ୟାକେଞ୍ଜି, ଜୋସୁଆ ଡା ସିଲ୍‌ଭା, ରାଖିମ୍‌ କର୍ଣ୍ଣୱାଲ୍‌, ଜାସନ୍‌ ହୋଲ୍ଡର, ଜୋମେଲ୍‌ ୱାରିକାନ୍‌, ଅଲଜାରି ଜୋସେଫ୍‌, କେମାର ରୋଚ୍‌ ।