Advertisment

Asia Cup 2023: ସିଂହଳୀ ଦଳକୁ ହରାଇ ଫାଇନାଲରେ ଭାରତ

ପୂର୍ବରୁ ଆଜି ଟସ ଜିତି ପ୍ରଥମେ ଟିମ ଇଣ୍ଡିଆ ବ୍ୟାଟିଂ କରିଥିଲା। ଓପନର ସୁବମନ ଗିଲଙ୍କ ସହ କ୍ୟାପଟେନ ରୋହିତ ଶର୍ମା ୮୦ ରନର ଭାଗିଦାରୀ କରିଥିଲେ।

author-image
Satyendu Shekher Mishra
Asia Cup 2023

Asia Cup 2023

ଏସିଆ କପ୍ ସୁପର୍-4ରେ ପୁଣି ଭାରତର ସୁପର ସୋ। ଶ୍ରୀଲଙ୍କା ବିପକ୍ଷରେ କମ ସ୍କୋର କରିବା ସତ୍ତ୍ୱେ ଭାରତୀୟ ବୋଲରଙ୍କ କମାଲ। ସିଂହଳୀ ଦଳକୁ ୪୧ ରନରେ ପରାସ୍ତ କରିଛି ରୋହିତ ବାହିନୀ। ଏହି ବିଜୟ ସହ ପାଇନାଲକୁ ଯାଇଛି ଭାରତ । ଟିମ ଇଣ୍ଡିଆର ୨୧୪ ରନର ଟାର୍ଗେଟକୁ ପିଛା କରି ଶ୍ରୀଲଙ୍କା ମାତ୍ର ୧୭୨ ରନ କରି ଆଲ ଆଉଟ ହୋଇଛି ।

Advertisment

ଟିମ ଇଣ୍ଡିଆର ୨୧୪ ରନର ଟାର୍ଗେଟକୁ ପିଛା କରି ଶ୍ରୀଲଙ୍କାର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା । ୨୫ ରନରେ ୩ଟି ୱିକେଟ ହରାଇ ସ୍ଥିତି ସମ୍ଭାଳିଥିଲେ ମଧ୍ୟ ୧୦୦ ରନ ଭିତରେ ୬ଟି ୱିକେଟ ହରାଇ ସଙ୍କଟରେ ପଡିଥିଲା ସିଂହଳୀ ଦଳ। ପୂର୍ବରୁ ଆଜି ଟସ ଜିତି ପ୍ରଥମେ ଟିମ ଇଣ୍ଡିଆ ବ୍ୟାଟିଂ କରିଥିଲା। ଓପନର ସୁବମନ ଗିଲଙ୍କ ସହ କ୍ୟାପଟେନ ରୋହିତ ଶର୍ମା ୮୦ ରନର ଭାଗିଦାରୀ କରିଥିଲେ।

ଦମଦାର ଅର୍ଦ୍ଧଶତକ ସହ ଷଷ୍ଠ ଭାରତୀୟ ବ୍ୟାଟସମ୍ୟାନ ଭାବେ ଦିନିକିଆ କ୍ରିକେଟରେ ନିଜର ୧୦ ହଜାର ରନ୍ ପୂରଣ କରିଛନ୍ତି ରୋହିତ ଶର୍ମା । କେ ଏଲ ରାହୁଲ ୩୯ ଏବଂ ଇଶାନ କିଶନ ୩୩ କରିଥଲେ। ତେବେ ବିରାଟ୍ କୋହଲି ମାତ୍ର ୩ ରନରେ ଫଭିଲିୟନ ଫେରିଥିବାବେଳେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ରବୀନ୍ଦ୍ର ଜାଡେଜା ମଧ୍ୟ ଦୁଇ ଅଙ୍କ ଛୁଇଁପାରିନଥିଲେ।

Advertisment

ଅନ୍ୟପଟେ ପାକିସ୍ତାନକୁ ଏକତରଫା ଭାବେ ପରାସ୍ତ କରିଥିବା ଟିମ ଇଣ୍ଡିଆ ଆଜି ଶ୍ରୀଲଙ୍କା ବିପକ୍ଷରେ ପ୍ରଥମେ ବ୍ୟାଟିଂ କରି ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଆଜି ଏସିଆ କପ ସୁପର ୪ ମୁକାବିଲାରେ ଭାରତ ଭଲ ଆରମ୍ଭ କରିଥିଲେ ହେଁ ୪୯.୧ ଓଭରରେ ସମସ୍ତ ୱିକେଟ ହରାଇ ୨୧୩ ରନ କରିଥିଲା । ଫଳରେ ଶ୍ରୀଲଙ୍କାକୁ ଏହି ମ୍ୟାଚ ଜିତିବା ପାଇଁ ୨୧୪ ରନର ଟାର୍ଗେଟ ମିଳିଥିଲା। 

ପ୍ରଥମେ ୪୭ ଓଭରରେ ଭାରତର ସ୍କୋର ୧୯୭/୯ ଥିବା ବେଳେ ବର୍ଷା ହୋଇଥିଲା। ବର୍ଷା ଛାଡ଼ିବା ପରେ ଭାରତ ପୁଣି ବ୍ୟାଟିଂ କରିଥିଲା। ବାକି ୩ ଓଭରରେ ଅକ୍ଷର ପଟେଲ ଓ ମହମ୍ମଦ ସିରାଜ କିଛି ରନ କରିବାରୁ ଦଳୀୟ ସ୍କୋର ୨୧୦ ରନ ପାର କରିବାକୁ ସକ୍ଷମ ହୋଇଥିଲେ। 

ଆଜିର ମ୍ୟାଚ୍‌ରେ ଶ୍ରୀଲଙ୍କାର ଦୁଇ ସ୍ପିନର ଦୁନିଥ ୱେଲାଲାଗେ ଓ ଚରିତା ଅସଲଙ୍କା ଭାରତୀୟ ବ୍ୟାଟରଙ୍କୁ ଘାଣ୍ଟିଥିଲେ । ଉଭୟ ମିଳିତ ଭାବେ ଭାରତର ସମସ୍ତ ୯ ୱିକେଟ ଦଖଲ କରିଛନ୍ତି। ପ୍ରଥମେ ୱେଲାଲେଗା ବିପର୍ଯ୍ୟୟ ସୃଷ୍ଟି କରିଥିବା ବେଳେ ଶେଷ ଭାଗରେ ୪ ୱିକେଟ ଦଖଲ କରିଥିଲେ। ସେହିପରି ମହୀଶ ତିକଶାନା ଗୋଟିଏ ୱିକେଟ ପାଇଛନ୍ତି। ଭାରତ ପକ୍ଷରୁ ଅଧିନାୟକ ରୋହିତ ଶର୍ମା ୫୩ ରନର ଇନିଂସ ଖେଳିଥିଲେ ମଧ୍ୟ ୫୦ ଓଭରରେ ପୂରା ଟିମ ସମସ୍ତ ୱିକେଟ ହରାଇ ୨୧୩ ରନ କରିବାକୁ ସକ୍ଷମ ହୋଇଛି।

India Cricket Srilanka Asia Cup 2023
Advertisment
Advertisment