• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଟି-୨୦ ବିଶ୍ୱକପ ଫାଇନାଲରେ ଭାରତ ଓ ଦକ୍ଷିଣ ଆଫ୍ରିକା ଟାଇଟଲ ଲଢେଇ । ୧୭ ବର୍ଷ ଇତିହାସରେ ପ୍ରଥମ ଥର ଅପରାଜିତ ଟିମ୍ ହେବ ଚାମ୍ପିଅନ୍ । ଦକ୍ଷିଣ ଆଫ୍ରିକା କୌଣସି ବିଶ୍ୱକପରେ ପ୍ରଥମ ଥର ଫାଇନାଲକୁ ଯାଇଥିବା ବେଳେ ଭାରତ ଗୋଟିଏ ଦଶନ୍ଧି ହେଲା ଟ୍ରଫି ପାଇଁ ଅପେକ୍ଷା କରି ରହିଛି । ତେଣୁ ଏହି ମ୍ୟାଚ୍ ବେଶ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି ।

ବାର୍ବଡସରେ ହେବାକୁ ଥିବା ମ୍ୟାଚରେ ବର୍ଷା ହେବାର ଯଥେଷ୍ଟ ଆଶଙ୍କା ରହିଛି । ଯଦି ବର୍ଷା ଯୋଗୁ ଆଜିର ମ୍ୟାଚ୍ ନହୁଏ, ତା’ହେଲେ ଆଇସିସି ଏଥିପାଇଁ ରବିବାର ସଂରକ୍ଷିତ ଦିବସ ରଖିଛି । ଫାଇନାଲ ମ୍ୟାଚ୍‌କୁ ସାରିବା ପାଇଁ ଦୁଇ ଦିନର ସମୟ ଧାର୍ଯ୍ୟ କରାଯାଇଛି । ତଥାପି ଯଦି ମ୍ୟାଚ୍ ଅନୁଷ୍ଠିତ ହୋଇ ନ ପାରିବ, ତା’ହେଲେ ଉଭୟ ଭାରତ ଓ ଦକ୍ଷିଣ ଆଫ୍ରିକାକୁ ଟି-୨୦ ବିଶ୍ୱକପ ବିଜେତା ଘୋଷଣା କରାଯିବ ।

ସୁପର-୮ରେ ଅଷ୍ଟ୍ରେଲିଆ, ସେମିରେ ଡିଫେଣ୍ଡି ଚାମ୍ପିଅନ ଇଂଲଣ୍ଡକୁ ପରାସ୍ତ କରି ଫାଇନାଲରେ ରୟାଲ ଏଣ୍ଟ୍ରି କରିଛି ଟିମ ଇଣ୍ଡିଆ । ବାରବାଡୋସରେ ବିଗ ଫାଇଟ । ସାମନାରେ ପ୍ରୋଟିଜା ଦୀର୍ଘ ଗୋଟିଏ ଦଶନ୍ଧୀ ପରେ ଟାଇଟଲ ହାତେଇବାର ଗୋଲଡେନ ଚାନସ ରୋହିତଙ୍କ ପାଖରେ । ଅନ୍ୟପଟେ ଦକ୍ଷିଣ ଆଫ୍ରିକା ପାଇଁ ଏକ ବଡ ସୁଯୋଗ । ମୁକାବିଲା ଦକ୍ଷିଣ ଆଫ୍ରିକା ବୋଲିଂ ବନାମ ଭାରତୀୟ ବ୍ୟାଟିଂ ।

ଗୋଟିଏ ଦଶନ୍ଧୀ ପରେ ଟି-ଟ୍ୱେଣ୍ଟି ଟାଇଟଲ ଜିତିବାର ଲକ୍ଷ୍ୟରେ ରୋହିତ ବ୍ରିଗେଡ । ରୋହିତଙ୍କ ନେତୃତ୍ୱରେ ବିଶ୍ୱବିଜୟୀ ହେବାର ସ୍ୱପ୍ନକୁ ସାକାର କରିବାର ସମୟ । ଇଂଲଣ୍ଡକୁ ସହଜରେ ହରାଇ ଫାଇନାଲରେ ରୟାଲ ଏଣ୍ଟ୍ରି କରିଛି ରୋହିତ ଆଣ୍ଡ କୋ । ଏବେ ଟାଇଟଲ ମୁକାବିଲା ପ୍ରୋଟିଜ ସହା ଦକ୍ଷିଣ ଆଫ୍ରିକା ଏ ପର୍ଯ୍ୟନ୍ତ ଚୋକର ସାବ୍ୟସ୍ତ ହୋଇଛି ।

ତେଣୁ ଏଥର ଭାଗ୍ୟ ବଦଳାଇବା ଲକ୍ଷ୍ୟରେ ମାର୍କମ ଆଣ୍ଡ କୋ । ଦଳ ପାଖରେ ଜିତିବାର ଜିଦ ରହିବ ନିଶ୍ଚୟ । ହେଲେ ଭାରତ ଭଳି ଟିମଠାରୁ ହାରିବାର ଭୟ ବି ଥିବ । ଆଉ ଯେଉଁ ଫର୍ମରେ ଅଛି ଟିମଇଣ୍ଡିଆ, ପ୍ରେସର ମାରକମ ଆଣ୍ଡ କୋ ଆଗରେ ରହିବା ବି ସ୍ୱାଭାବିକା ଆସନ୍ତୁ ଦୁଇ ଦଳ ଉପରେ ଟିକେ ନଜର ପକାଇବା ।

ଭାରତ ପାଖରୁ ଆରମ୍ଭ କରିବା । ରୋହିତ ଶର୍ମା, ଜବରଦସ୍ତ ଫର୍ମରେ । ହେଲେ ବିରାଟଙ୍କୁ ନେଇ ବିରାଟ ଚିନ୍ତା । ବଲ୍ଲା ଚାଲୁନି । ପନ୍ଥ ସେ ତ ଅନପ୍ରେଡିକବୁଲ । ସ୍କାଏ କିନ୍ତୁ ଭଲ ଫର୍ମରେ । ଆଉ ହାର୍ଦ୍ଦିକ ମଧ୍ୟ ମିଡିଲ ଅର୍ଡରରେ ଜବରଦସ୍ତ ବ୍ୟାଟି କରୁଛନ୍ତି । ଅକ୍ଷର ଏବଂ ଜାଡେଜାଙ୍କଠାରୁ ମଧ୍ୟ ଭଲ ଆଶା କରାଯାଇପାରେ ।

ବୋଲିଂ ବି ବଢିଆ । ବୁମ ବୁମ ବୁମରା ବ୍ରେକ ଥ୍ରୁ ଦେଉଛନ୍ତି । ପାଜୀ ଅଶରଦୀପ ମଧ୍ୟ ଭଲ ବୋଲିଂ କରୁଛନ୍ତି । ଆଉ ରୋହିତଙ୍କର ଟ୍ରମ୍ପ କାର୍ଡ ସାଜିଛନ୍ତି କୁଲଦୀପ ଯାଦବ । ସେ ହିଁ ଟିମଇଣ୍ଡିଆ ପାଇଁ ଗେମ ଚେଞ୍ଜର । ପ୍ରତିପକ୍ଷ ଦଳର ବ୍ୟାଟର ଠିକ ସେ ପଢିପାରୁନାହାଁନ୍ତି ତାଙ୍କ ଭେରିଏସନକୁ । ଅକ୍ଷର କ୍ୟା କେହେନା... ଏକଦମ ଲାଜୱାବ୍ ।

ବ୍ୟାଟିଂ, ବୋଲିଂ ଏବଂ ଫିଲଡିଂ ସବୁଥିରେ ବଲ୍ଲେ ବଲ୍ଲୋ ହାର୍ଦ୍ଦିକ ଏବଂ ଜାଡେଜା ମଧ୍ୟ ଉପଯୋଗୀ ହେଉଛନ୍ତି । ସେପଟେ କିନ୍ତୁ ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ଲାଇନ ଅପ ଜବରଦସ୍ତ । ଚିନ୍ତା ମାକ୍ରମ ଏବଂ କ୍ଲାସେନଙ୍କ ଫର୍ମକୁ ନେଇ । ରନ ବାହାରୁନି ଉଭୟଙ୍କ ବ୍ୟାଟରୁ । ଡିକକ୍ ଡେଞ୍ଜରମ୍ୟାନ ହୋଇପାରନ୍ତି । ମିଲର ଅଛନ୍ତି ତ ମିଡିଲ ଅର୍ଡରରେ କିଛି ବି କରିପାରନ୍ତି ।

ମ୍ୟାଚର ମୋଡ ବଦଳାଇବାରେ ଏକା ହିଁ ଯଥେଷ୍ଟ । ଲୋୟର ମିଡିଲ ଅର୍ଡରରେ ମିଲରଙ୍କୁ ସାଥ ଦେବାକୁ ଅଛନ୍ତି ମାର୍କୋ ୟାନେସନ । ବୋଲିଂ ଡିପାର୍ଟମେଣ୍ଟରେ ବେଶୀ ଚିନ୍ତା ନାହିଁ । ରାବଡା, ୟାନେସନ, ନୋର୍ଖିଆଙ୍କୁ ନେଇ ପେସ ଆଟାକ ବେଶ ସନ୍ତୁଳିତ । ବଡ ମାପିଚୁପି ବୋଲିଂ କରୁଛନ୍ତି ମହାରାଜ ଆଉ ସାମସି । ଏବେ ସବୁ କିଛି ନିର୍ଭର କରୁଛି ଦୁଇ ଦଳର ପ୍ରଦର୍ଶନ ଉପରେ ।

OTV is now on Whatsapp

Join and get latest news update delivered to you via whatsapp

Join Now