• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଛି ୨୦୨୪ ଅଣ୍ଡର-୧୯ ବିଶ୍ୱକପ୍‌। ଏହି ଟୁର୍ଣ୍ଣାମେଣ୍ଟରେ ଅପରାଜୟ ସହ ଫାଇନାଲରେ ପ୍ରବେଶ କରିସାରିଛି ଟିମ୍‌ ଇଣ୍ଡିଆ। ଫେବ୍ରୁଆରୀ ୧୧ରେ ଖେଳାଯିବ ଫାଇନାଲ ଫାଇଟ୍। ତେବେ ଏହି ଟୁର୍ଣ୍ଣାମେଣ୍ଟ ଫାଇନାଲରେ ମୁହାଁମୁହାଁ ହୋଇପାରନ୍ତି ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦୀ ଭାରତ-ପାକିସ୍ତାନ। ଯଦି ଏମିତି ହୁଏ ତେବେ ୧୮ ବର୍ଷ ପରେ ପୁଣି ଥରେ ଅଣ୍ଡର-୧୯ ବିଶ୍ୱକପ୍‌ରେ ଦେଖିବାକୁ ମିଳିବ ଭାରତ-ପାକ୍‌ ମହାମୁକାବିଲା।

ଦକ୍ଷିଣ ଆଫ୍ରିକାରେ ଖେଳାଯାଉଥିବା ଅଣ୍ଡର-୧୯ ବିଶ୍ୱକପ୍‌ର ପ୍ରଥମ ସେମିଫାଇନାଲରେ ମୁହାଁମୁହିଁ ହୋଇଥିଲେ ଭାରତ-ଦକ୍ଷିଣ ଆଫ୍ରିକା। ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ଓଭରରେ ୨୪୪ ରନ୍‌ କରିଥିଲା। ଏହାର ଜବାବରେ ଭାରତ ଏକ ସମୟରେ ମାତ୍ର ୩୨ ରନ୍‌ରେ ୪ଟି ୱିକେଟ୍‌ ହରାଇଥିଲା। କିନ୍ତୁ ଏହାପରେ ଅଧିନାୟକ ଉଦ ସହାରଣ ଓ ସଚିନ୍‌ ଧାସ୍‌ ପଞ୍ଚମ ୱିକେଟ୍‌ ପାଇଁ ୧୭୧ ରନ୍‌ର ପାର୍ଟନରସିପ୍‌ କରି ଭାରତକୁ ବିଜୟ ଭେଟି ଦେଇଥିଲେ। ଏହି ବିଜୟ ସହ ଭାରତ ପ୍ରଥମ ଟିମ୍‌ ଭାବେ ଅଣ୍ଡର-୧୯ ବିଶ୍ୱକପ୍‌ ଫାଇନାଲରେ ପ୍ରବେଶ କରିଛି। ଅଣ୍ଡର-୧୯ ବିଶ୍ୱକପ୍‌ ଇତିହାସରେ ଭାରତ ନବମ ଥର ପାଇଁ ଫାଇନଲରେ ପ୍ରବେଶ କରିଛି।

ସେପଟେ ଅଣ୍ଡର-୧୯ ବିଶ୍ୱକପ୍‌ର ଦ୍ୱିତୀୟ ସେମିଫାଇନାଲ ଫଫେବ୍ରୁଆରୀ ୮ରେ ଅଷ୍ଟ୍ରେଲିଆ ଓ ପାକିସ୍ତାନ ମଧ୍ୟରେ ଖେଳାଯିବ। ଯଦି ଏହି ମ୍ୟାଚ୍‌ରେ ପାକିସ୍ତାନ ଅଷ୍ଟ୍ରେଲିଆକୁ ପରାସ୍ତ କରି ବିଜୟଲାଭ କରେ ତେବେ ୧୮ ବର୍ଷ ପରେ ପୁଣି ଥରେ ଫାଇନାଲରେ ଭାରତ-ପାକିସ୍ତାନ ମଧ୍ୟରେ  ଦେଖିବାକୁ ମିଳିପାରେ ମହାମୁକାବିଲା। ଏହା ପୂର୍ବରୁ ୨୦୦୬ରେ ଅଣ୍ଡର-୧୯ ବିଶ୍ୱକପ୍‌ ଫାଇନାଲରେ ମୁର୍ହାମୁଁ ହୋଇଥିଲେ ଭାରତ-ପାକିସ୍ତାନ। ତେବେ ଏହି ଲୋ ସ୍କୋରିଂ ମ୍ୟାଚ୍‌ରେ ପାକିସ୍ତାନ ଭାରତକୁ ୩୮ ରନ୍‌ରେ ପରାସ୍ତ କରିଥିଲା। ତେବେ ଯଦି ଚଳିତ ଅଣ୍ଡର-୧୯ ବିଶ୍ୱକପ୍‌ ଫାଇନାଲରେ ଭାରତ-ପାକିସ୍ତାନ ମଧ୍ୟରେ ଫାଇନାଲ ଖେଳାଯାଏ, ତେବେ ୧୮ ବର୍ଷ ତଳର ପ୍ରତିଶୋଧ ନେବାକୁ ଚେଷ୍ଟା କରିବ ଭାରତ।