/odishatv-khabar/media/post_attachments/uploadimage/library/16_9/16_9_0/IMAGE_1668079516.jpg)
T20 World cup
ଟି-୨୦ ବିଶ୍ୱକପ୍ କ୍ରିକେଟ ଫାଇନାଲରେ ଇଂଲଣ୍ଡ । ସେମିରେ ଭାରତକୁ ୧୦ ଉଇକେଟରେ ହରାଇଲା ଇଂଲଣ୍ଡ । ଭାରତର ସ୍କୋର ୧୬୮/୬କୁ ନୋ ଲଲ୍ରେ ହାସଲ କଲା ଇଂଲଣ୍ଡ । ଫାଇନାଲରେ ପାକିସ୍ତାନ ସହ ମୁକାବିଲା କରିବ ଇଂଲଣ୍ଡ ଟିମ୍ । ଭାରତର ଟି-୨୦ ବିଶ୍ୱକପ ଜିତିବା ସ୍ୱପ୍ନ ପୁଣିଥରେ ଅଧାରେ ରହି ଯାଇଛି । ୧୫ ବର୍ଷ ତଳେ ଅର୍ଥାତ ୨୦୦୭ରେ ଭାରତ ଟି-୨୦ ବିଶ୍ୱକପ ଜିତିଥିଲା । ଲାଗୁଥିଲା ଏଥର ୧୫ ବର୍ଷ ଧରି ଭାରତୀୟ ଫ୍ୟାନ୍ସଙ୍କ ଅପେକ୍ଷାରେ ପୂର୍ଣ୍ଣଚ୍ଛେଦ ପଡ଼ିବ । ଅଷ୍ଟ୍ରେଲିଆରେ ଟ୍ରଫି କବଜା କରିବ ଭାରତ । ହେଲେ ଭାରତୀୟ ଫ୍ୟାନ୍ସଙ୍କୁ ନିରାଶ କରିଛନ୍ତି ରୋହିତ ଶର୍ମା ଆଣ୍ଡ କୋ । ସେମି ଫାଇନାଲରେ ଇଂଲଣ୍ଡ ଠାରୁ ୧୦ ୱିକେଟରେ ହାରି ଭାରତ ବିଶ୍ୱକପରୁ ବିଦା ହୋଇଛି ।
ଭାରତୀୟ ଟିମ୍ରେ ସାମିଲ ଥିଲେ, ରୋହିତ ଶର୍ମା (ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, କେ.ଏଲ୍.ରାହୁଲ, ହାର୍ଦ୍ଦିକ ପାଣ୍ତ୍ୟା, ଋଷଭ ପନ୍ତ, ଅକ୍ଷର ପଟେଲ, ରବିଚନ୍ଦ୍ରନ ଅଶ୍ୱିନ୍, ଭୁବନେଶ୍ୱର କୁମାର, ମହମ୍ମଦ ଶାମି, ଅର୍ଶଦୀପ ସିଂ।
ସେହିଭଳି ଇଂଲଣ୍ଡ ଟିମ୍ରେ ସାମିଲ ଥିଲେ, ଜସ୍ ବଟଲର୍ (ଅଧିନାୟକ), ଆଲେକ୍ସ ହେଲ୍ସ, ବେନ୍ ଷ୍ଟୋକ୍ସ, ହାରି ବ୍ରୁକ୍, ଲିଅମ୍ ଲିଭିଙ୍ଗଷ୍ଟୋନ୍, ମୋଇନ୍ ଅଲି, ସାମ୍ କରନ୍, କ୍ରିସ୍ ଜୋର୍ଡାନ୍, କ୍ରିସ୍ ୱୋକ୍ସ, ଆଦିଲ୍ ରାସିଦ୍ ।
ଭାରତୀୟ ଦଳରେ ଧୁରନ୍ଧରମାନେ ସାମିଲ ଥାଇ ବି ଜିତିପାରିଲେନି ମ୍ୟାଚ୍ । ଏବେ ଇଂଲଣ୍ଡ ରବିବାର ପାକିସ୍ତାନ ବିପକ୍ଷରେ ଟ୍ରଫି ପାଇଁ ଖେଳିବ । ଉଭୟ ପାକିସ୍ତାନ ଓ ଇଂଲଣ୍ଡ ଗ୍ରୁପ ପର୍ଯ୍ୟାୟରୁ ବିଶ୍ୱକପରୁ ବିଦା ହେବା ସ୍ଥିତିରେ ଥିଲେ । ପାକିସ୍ତାନ ପ୍ରତିପକ୍ଷ ଜିମ୍ବାୱେ ଓ ଇଂଲଣ୍ଡ ସୁପର ୧୨ରେ ଆୟର୍ଲ୍ୟାଣ୍ତ ଠାରୁ ହାରିଥିଲା । କିନ୍ତୁ ଏବେ ଦୁଇ ଦଳ ଫାଇନାଲରେ ପହଞ୍ଚିବା ସହ ଟ୍ରଫି ପାଇଁ ମୁହାଁମୁହିଁ ହେବେ । ସେମିଫାଇନାଲରେ ପାକିସ୍ତାନ ବୁଧବାର ନ୍ୟୁଜିଲ୍ୟାଣ୍ଡକୁ ହରାଇଥିବା ବେଳେ ଇଂଲଣ୍ଡ ଆଜି ଭାରତକୁ ହରାଇଛି ।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୬୮ ରନ କରିଥିଲା । ଦଳ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା ବିସ୍ଫୋରକ ଖେଳ ଖେଳିଥିଲେ । ସେ ୩୩ ବଲରେ ୬୩ ରନର ଇନିଂସ ଖେଳିଥିଲେ । ହେଲେ ତାଙ୍କର ଏହି ଇନିଂସକୁ ବେକାର କରି ଦେଇଛନ୍ତି ଆଲେକ୍ସ ହେଲ୍ସ ଓ ଜୋଶ ବଟଲର । ଉଭୟ ଆରମ୍ଭରୁ ଦମଦାର ବ୍ୟାଟିଂ କରିବା ସହ ଭାରତକୁ ପୂରା ମ୍ୟାଚ୍ରେ କମବ୍ୟାକ୍ କରିବାର କୌଣସି ସୁଯୋଗ ଦେଇନାହାନ୍ତି । ବିଶେଷ କରି ଆଜି ହେଲ୍ସଙ୍କ ଆକ୍ରମଣାତ୍ମକ ରୂପ ଦେଖିବାକୁ ମିଳିଛି । ସେ ପ୍ରଥମେ ୨୮ ବଲରେ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ । ଏହାପରେ ସେ ବଡ଼ ବଡ଼ ଶଟ ଖେଳି ଶୀଘ୍ର ମ୍ୟାଚ୍ ଶେଷ କରିବା ମୁଡକୁ ଚାଲି ଆସିଥିଲେ । ତାଙ୍କୁ ବଟଲର ଭରପୂର ସହଯୋଗ କରିଥିଲେ । ସେ ମଧ୍ୟ ମଝିରେ ମଝିରେ ଚୌକା ଓ ଛକା ମାରି ଭାରତ ଉପରେ ଚାପ ବଳବତ୍ତର ରଖିଥିଲେ । ଏଥିସହ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ କ୍ରମାଗତ ବଲରେ ଗୋଟିଏ ଚୌକା ଓ ଗୋଟିଏ ଛକା ମାରି ମାତ୍ର ୩୬ ବଲରେ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ।
୧୬ତମ ଓଭରର ଶେଷ ବଲରେ ବଟଲର ଚମତ୍କାର ଢଙ୍ଗରେ ଶାମିଙ୍କୁ ଛକା ମାରି ମ୍ୟାଚ୍ ଶେଷ କରିଥିଲେ । ବଟଲର ଶେଷ ଯାଏ ୪୯ ବଲରେ ୮୦ ଓ ହେଲ୍ସ ୪୭ ବଲରେ ୮୬ ରନ କରି ଅପରାଜିତ ରହିଥିଲେ । ଇଂଲଣ୍ଡ ୧୦ ୱିକେଟରେ ୨୪ ବଲ ପୂର୍ବରୁ ମ୍ୟାଚ୍ ଜିତି ଫାଇନାଲରେ ପ୍ରବେଶ କରିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)