Advertisment

ବ୍ୟାଟିଂ ବିପର୍ଯ୍ୟୟ ସତ୍ତ୍ବେ ଚମକିଲେ ଅଶ୍ବିନ-ଜାଡେଜା ଯୋଡ଼ି; ୬ ୱିକେଟ ହରାଇ ଭାରତ କଲା ୩୩୯ ରନ୍...

ବ୍ୟାଟିଂ ବିପର୍ଯ୍ୟୟ ଏଡ଼ାଇ ଚେନ୍ନାଇରେ ଚମକିଲେ ଅଶ୍ବିନ-ଜାଡେଜା ଯୋଡ଼ି । ବାଂଲାଦେଶ ବିପକ୍ଷ ଟେଷ୍ଟରେ ଅଶ୍ବିନଙ୍କ ଜବରଦସ୍ତ ଶତକ । ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ୬  ୱିକେଟ ହରାଇ ଭାରତ କରିଛି ୩୩୯ ରନ୍ ।

author-image
Sujit kumar Swain
ଅଦ୍ୟତନ ହୋଇଛି
Ind Vs Ban

Ind Vs Ban

ଚେନ୍ନାଇ ଟେଷ୍ଟରେ ଚମକିଲେ ଅଶ୍ବିନୀ-ଜାଡେଜାଙ୍କ ଯୋଡ଼ି। ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତକୁ ବ୍ୟାଟିଂ ବିପର୍ଯ୍ୟୟରୁ ବଞ୍ଚାଇଲେ ଜାଡେଜା ଓ ଅଶ୍ବିନୀ। ଉଭୟ ସପ୍ତମ ୱିକେଟ୍ ଯୋଡ଼ିରେ କ୍ରିଜରେ ଜମି ରହିବା ପରେ ପ୍ରଥମ ଦିନ ଷ୍ଟମ୍ପ ଅପସାରଣ ସୁଦ୍ଧା ୩୩୯ ଛୁଇଁଛି ଟିମ୍ ଇଣ୍ଡିଆର ସ୍କୋର। 

Advertisment

ବାଲାଂଦେଶ ଆଜି ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଓପନିଂ ଯୋଡ଼ିରେ ଜଶଶ୍ବୀ ଜଇସ୍ବାଲ ୫୬ ରନ କରିଥିବା ବେଳେ ରୋହିତ ଶର୍ମା ମାତ୍ର ୬ ରନ କରି ଆଉଟ ହୋଇଥିଲେ। ପରେ ଶୁବମନ ଗିଲ ଖାତା ଖୋଲିବା ପୂର୍ବରୁ ପାବିଲିୟନ ଫେରିଥିଲେ। 

ସେହିଭଳି ବିରାଟ କୋହଲି ମାତ୍ର ୬ ଓ କେଏଲ ରାହୁଲ ମାତ୍ର ୧୬ ରନ କରି ଆଉଟ୍ ହେବା ପରେ ଭାରତର ବ୍ୟାଟିଂ ଲାଇନ୍ ଭୁଶୁଡ଼ି ପଡ଼ିଥିଲା। କିନ୍ତୁ ଅଶ୍ବିନ-ଜାଡେଜାଙ୍କ ଯୋଡ଼ି ଦଳୀୟ ସ୍କୋରକୁ ୧୪୬ରୁ ୩୩୯ରେ ପହଞ୍ଚାଇ ଏକ ସମ୍ମାନଜନକ ସ୍ଥିତିକୁ ନେଇଥିଲେ। 

Advertisment

ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଜାଡେଜା ୮୬ ରନ ଓ ଅଶ୍ବିନୀ ୧୦୨ ରନ କରି କ୍ରିଜରେ ଅପରାଜିତ ରହିଛନ୍ତି। ଭାରତମୋଟ ୬ ୱିକେଟ ହରାଇ ଭାରତ କରିଛି ୩୩୯ ରନ୍। ସେପଟେ ବାଂଲାଦେଶ ପକ୍ଷରୁ ହସନ ମହମୁଦ ସର୍ବାଧିକ ୪ଟି ୱିକେଟ ନେଇଛନ୍ତି।

India Vs Bangladesh India Vs Bangladesh Test Match
Advertisment
Advertisment