• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଆଜି ଭାରତ-ଦକ୍ଷିଣ ଆଫ୍ରିକା ଦ୍ବିତୀୟ ଦିନିକିଆ । ଦକ୍ଷିଣ ଆଫ୍ରିକାର ଜେବରାହଠାରେ ଭାରତୀୟ ସମୟ ଅପରାହ୍ଣ ସାଢ଼େ ୪ଟାରେ ମ୍ୟାଚ୍ ଖେଳାଯିବ । ତିନି ଟିକିଆ ସିରିଜରେ ଭାରତ ପୂର୍ବରୁ ଗୋଟିଏ ମ୍ୟାଚ୍ ଜିତି ସାରିଥିବା ବେଳେ ଆଜିର ମ୍ୟାଚ୍ ଜିତି ସିରିଜ ଜିତିବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ ।

ଅନ୍ୟପଟେ ଆଜିର ମ୍ୟାଚ୍ ହାତଛଡ଼ା କଲେ ଦକ୍ଷିଣ ଆଫ୍ରିକା ସିରିଜ ହାରିବ । ଏଥିଲାଗି ଏହି ମ୍ୟାଚ୍ ଉଭୟ ଟିମ୍ ପାଇଁ ଗୁରୁତ୍ବ ରଖୁଛି । ପୂର୍ବରୁ ଟି-ଟ୍ବେଣ୍ଟି ସିରିଜ ବରାବର ହୋଇଥିବା ବେଳେ ଦିନିକିଆ ସିରିଜ ଜିତିବା ଲକ୍ଷ୍ୟରେ ରହିଛି ଭାରତ । ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ଭାରତ ଜବରଦସ୍ତ ପ୍ରଦର୍ଶନ କରିଥିଲା ।

ମାତ୍ର ୧୬ ଓଭରରେ ମ୍ୟାଚ୍ ଶେଷ କରିବା ସହ ଦକ୍ଷିଣ ଆଫ୍ରିକାକୁ ୮ ୱିକେଟରେ ହରାଇ ଭାରତ ପ୍ରଥମ ଦିନିକିଆ କବଜା କରିଥିଲା । ଯୁବ ଦଳ ନେଇ ଖେଳୁଥିବା ଦକ୍ଷିଣ ଆଫ୍ରିକା ବିଜୟକୁ ଫେରିବା ପାଇଁ ବ୍ୟାକୁଳ ରହିଛି । ତେବେ ଦଳରେ କୌଣସି ପରିବର୍ତ୍ତନର କମ ସମ୍ଭାବନା ରହିଛି । ପ୍ରଥମ ମ୍ୟାଚରେ ବ୍ୟାଟିଂ ବିଫଳତା ହିଁ ଦଳ ପରାଜୟର ମୁଖ୍ୟ କାରଣ ସାଜିଥିଲା ।

ଆଜିର ମ୍ୟାଚରେ ନିଜର ଏହି ତ୍ରୁଟି ସୁଧାରିବାକୁ ଚେଷ୍ଟା କରିବ ଘରୋଇ ଦଳ । ଖେଳାଳିମାନେ ନିଜର ଦକ୍ଷତା ମୁତାବକ ପ୍ରଦର୍ଶନ ଦେଲେ ଭାରତ ଉପରେ ଚାପ ସୃଷ୍ଟି କରିବାରେ ସକ୍ଷମ ହୋଇ ପାରିବେ । ପିଚ ଉଭୟ ସ୍ପିନ ଓ ପେସକୁ ସୁହାଇବ ବୋଲି ଜଣା ପଡ଼ିଛି । ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇ ପାରନ୍ତି ଉଭୟ ଦଳ ।