• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଯାହା କଳ୍ପନାଜଳ୍ପନା କରାଯାଉଥିଲା ତାହା ହିଁ ହେଲା । ଓମିକ୍ରନ୍ ପାଇଁ ଘୁଞ୍ଚିଲା ଭାରତୀୟ ଟିମ୍‌ର ଦକ୍ଷିଣ ଆଫ୍ରିକା ଗସ୍ତ । ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତକୁ ବିଧିବଦ୍ଧ ଭାବେ ଘୁଞ୍ଚାଇ ଦିଆଯାଇଛି । ଦକ୍ଷିଣ ଆଫ୍ରିକାରେ ଓମିକ୍ରନ୍ ଯୋଗୁଁ ପୁଣି ଥରେ ସଂକ୍ରମଣ ବଢ଼ିଛି । ଦକ୍ଷିଣ ଆଫ୍ରିକାରେ ଚତୃର୍ଥ ଲହର ଦେଖା ଦେଇଛି । ଏଭଳି ପରିସ୍ଥିତିରେ ଭାରତୀୟ ଟିମ୍‌ର ସୁରକ୍ଷାକୁ ଦୃଷ୍ଟିରେ ରଖି ବିସିସିଆଇ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ବୋର୍ଡ ସମ୍ପାଦକ ଜୟ ଶାହ ଏନେଇ ସୂଚନା ଦେଇଛନ୍ତି । ତିନି ଟିକିଆ ଟେଷ୍ଟ, ୩ ଟିକିଆ ଦିନିକିଆ ଓ ୪ ଟି ଟି-୨୦ ମ୍ୟାଚ୍ ବିଶିଷ୍ଟ ସରିଜ୍‌ ଖେଳିବାକୁ ଦକ୍ଷିଣ ଆଫ୍ରିକା ଯାଇଥାନ୍ତା ଭାରତୀୟ ଟିମ୍ । ଚଳିତ ମାସ ୧୭ ତାରିଖରେ ଜୋହନ୍ସବର୍ଗରେ ପ୍ରଥମ ମ୍ୟାଚ୍ ଖେଳାଯାଇଥାନ୍ତା । ତେବେ କେତେ ଦିନ ପର୍ଯ୍ୟନ୍ତ ଏହି ଗସ୍ତ ତାରିଖ ଘୁଞ୍ଚିଛି ତାହା ଏବେ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ପରବର୍ତ୍ତି  ସମୟରେ କରୋନା ସଂକ୍ରମଣ ପରିସ୍ଥିତି ଦେଖି ନିଷ୍ପତି ନିଆଯିବ ।

ତେବେ ପ୍ରଥମେ ଆକଳନ କରାଯାଉଥିଲା ଯେ, ଭାରତର ଦକ୍ଷିଣ ଆଫ୍ରିକା ଗସ୍ତ ସମ୍ପୂର୍ଣ୍ଣ ବାତିଲ ହୋଇପାରେ । ହେଲେ ଏହାକୁ ବାତିଲ ନକରି ପରେ ଏକ ସପ୍ତାହ ଘୁଞ୍ଚିପାରେ ବୋଲି କୁହାଯାଉଥିଲା । କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଟିମ୍ ଇଣ୍ଡିଆର ଗସ୍ତକୁ ସପ୍ତାହେ ସ୍ଥଗିତ ରଖାଯାଇପାରେ ବୋଲି ସୂଚନା ମିଳିଥିଲା । ଏନେଇ ଉଭୟ ଦେଶର କ୍ରିକେଟ ବୋର୍ଡ ମଧ୍ୟରେ ଆଲୋଚନା ଆରମ୍ଭ ହୋଇଛି । ତେବେ ଖେଳାଳିଙ୍କ ସୁରକ୍ଷାକୁ ନଜରରେ ରଖି ନିଷ୍ପତ୍ତି ନିଆଯିବ ବୋଲି ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି ।

ଏନେଇ ଭାରତ ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିଥିଲା ବିସିସିଆଇ । ସାଉଥ ଅଫ୍ରିକାରେ ଭାରତ ୩ଟି ଟେଷ୍ଟ, ୩ଟି ଏକ ଦିବସୀୟ ଓ ୪ଟି ଟି-ଟ୍ୱେଣ୍ଟି ମ୍ୟାଚ ଖେଳିବ । ଚଳିତମାସ ୧୭ ତାରିଖରୁ ଏହି ମ୍ୟାଚ ଆରମ୍ଭ ହେବାର ସୂଚନା ମିଳିଥିଲା । ତେବେ କରୋନାର ନୂଆ ଭ୍ୟାରିଏଣ୍ଟ ଓମିକ୍ରନ୍ ଏଥିରେ ବାଧକ ସାଜିଛି । ଭାରତ ଟିମ୍‌କୁ ଦକ୍ଷିଣ ଆଫ୍ରିକା ପଠାଇବା ପୂର୍ବରୁ ଭାରତ ସରକାରଙ୍କ ସହ ଆଲୋଚନା କରିବାକୁ ବିସିସିଆଇକୁ ପରାମର୍ଶ ଦେଇଥିଲେ କେନ୍ଦ୍ର କ୍ରିଡ଼ାମନ୍ତ୍ରୀ ଅନୁରାଗ ଠାକୁର ।

ସମ୍ପୂର୍ଣ୍ଣ ବିଶ୍ୱ ଏବେ ଭୟର ବାତାବରଣରେ ଆତିବାହିତ ହେଉଛି । ଏହାର କାରଣ ହେଉଛି କରୋନାର ନୂଆ ଭ୍ୟାରିଏଣ୍ଟ ଓମିକ୍ରନ୍ ଏବେ କବାଟ ଠକ୍‌ଠକ୍‌ କଲାଣି । ଦକ୍ଷିଣ ଆଫ୍ରିକା ବ୍ୟତୀତ ଅନେକ ଦେଶରେ ଏବେ ଓମିକ୍ରନ୍ ଭ୍ୟାରିଏଣ୍ଟ ଦେଖାଗଲାଣି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଏହାକୁ ନେଇ ଚେତାବନୀ ଦିଆଯାଇଛି । ଏମିତିକି ଅନେକ ଦେଶ ଏବେ ବିମାନ୍‌ ଯାତ୍ରା ତଥା ବିଦେଶ ଯାତ୍ରା ଉପରେ ବ୍ୟାନ୍‌ ଲଗାଇଛନ୍ତି । ହେଲେ ଏହାରି ଭିତରେ ଏବେ ଜାପାନରେ ପ୍ରଥମ ଓମିକ୍ରନର ମାମଲା ଚିହ୍ନଟ ହୋଇଛି । ଜାପାନର ଏକ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ସେଠାରେ ପ୍ରଥମ ଓମିକ୍ରନ୍‌ ଭ୍ୟାରିଏଣ୍ଟ ଚିହ୍ନଟ ହୋଇସାରିଛି । ହେଲେ ସରକାରୀ ସ୍ତରରେ ଏନେଇ କୌଣସି ସୂଚନା ଦିଆଯାଇ ନାହିଁ ।