/odishatv-khabar/media/post_attachments/uploadimage/library/16_9/16_9_0/Ind_Vs_Pak_1687850443.jpg)
Ind Vs Pak
ପୁଣି ବିଶ୍ୱକପ୍ରେ ସାମ୍ନାସାମ୍ନି ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱି ଭାରତ-ପାକିସ୍ତାନ । ବିଶ୍ୱକପ୍ ୨୦୨୩ ପାଇଁ ଜାରି ହୋଇଛି କାର୍ଯ୍ୟସୂଚୀ । ଅକ୍ଟୋବର ୧୫ରେ ଖେଳାଯିବ ଏହି ହାଇଭୋଲଟେଜ୍ ମ୍ୟାଚ୍ । ଅହମ୍ମଦାବାଦରେ ପାକିସ୍ତାନକୁ ଭେଟିବ ଭାରତ । ଅକ୍ଟୋବର ୫ରୁ ବିଶ୍ବକପ୍ କ୍ରିକେଟ ଆରମ୍ଭ ହେବ । ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ଅହମ୍ମଦାବାଦରେ ଇଂଲଣ୍ଡ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ । ଅକ୍ଟୋବର ୮ରେ ଚେନ୍ନାଇରେ ପ୍ରଥମ ମ୍ୟାଚ ଖେଳିବ ଭାରତ । ପ୍ରଥମ ମ୍ୟାଚରେ ଭାରତ ଅଷ୍ଟ୍ରେଲିଆକୁ ଭେଟିବ । ପାକିସ୍ତାନ ଟିମ୍ ଭାରତ ଆସିବା ନେଇ ଅନିଶ୍ଚିତତା ରହିଛି ।
ଅଧିକ ପଢ଼ନ୍ତୁ: ପ୍ରଶ୍ନ ଘେରରେ ରୋହିତ ଶର୍ମାଙ୍କ ଟେଷ୍ଟ ଅଧିନାୟକତ୍ୱ
(ଭାରତ-ପାକିସ୍ତାନ କ୍ରିକେଟ ମ୍ୟାଚ୍)
ଏଥର ଦିନିକିଆ ବିଶ୍ୱକପ୍ ୨୦୨୩ ଭାରତରେ ଅନୁଷ୍ଠିତ ହେବାକୁ ଯାଉଛି । ବିଶ୍ୱକପ୍ ୨୦୨୩ ମ୍ୟାଚ୍ ଭାରତର ୧୨ଟି ପଡ଼ିଆରେ ଖେଳାଯିବ । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଖେଳାଯିବ । ତେବେ ରିପୋର୍ଟ ମୁତାବକ ପାକିସ୍ତାନକୁ ICC ଝଟକା ଦେଇଛି । ଖବର ଅନୁଯାୟୀ, କାର୍ଯ୍ୟସୂଚୀରେ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଖେଳାଯିବ।
ତେବେ ପାକିସ୍ତାନ କ୍ରିକେଟ ବୋର୍ଡ ଆଇସିସି ଏବଂ ବିସିସିଆଇ ପାଖରେ ଭାରତ ବିପକ୍ଷରେ ଖେଳାଯିବାକୁ ଥିବା ମ୍ୟାଚର ଭେନ୍ୟୁ ପରିବର୍ତ୍ତନ କରିବାକୁ ଦାବି କରିଥିଲା । କିନ୍ତୁ ଉଭୟ ଆଇସିସି ଓ ବିସିସିଆଇ ପାକିସ୍ତାନର ଏହି ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ବିଶ୍ୱକପ ପୂର୍ବରୁ ଖେଳାଯିବାକୁ ଥିବା ଏସିଆ କପକୁ ନେଇ ଭାରତ ଏବଂ ପାକିସ୍ତାନ କ୍ରିକେଟ୍ ବୋର୍ଡ ମଧ୍ୟରେ କଳହ ଲାଗି ରହିଛି । ବାସ୍ତବରେ, ପାକିସ୍ତାନ ଦ୍ୱାରା ଆୟୋଜିତ ଏସିଆ କପ୍ ଖେଳିବାକୁ ବିସିସିଆଇ ମନା କରିଦେଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)