Advertisment

Champions Trophy: ଅଷ୍ଟ୍ରେଲିଆ ସହ ଖେଳିବ ଭାରତ, ସେମି ଫାଇନାଲ ପିଚକୁ ନେଇ ଚିନ୍ତାରେ ଭାରତ

ସାଧାରଣତଃ ଆଇସିସି ଇଭେଣ୍ଟ ଗୁଡିକରେ ଟ୍ରାଭିସ ହେଡ ଭାରତ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଥାନ୍ତି। ତେବେ ସେମି ଫାଇନାଲ ମ୍ୟାଚ ପୂର୍ବରୁ ପିଚ ଭାରତୀୟ ମ୍ୟାନେଜମେଣ୍ଟର ମୁଣ୍ଡବିନ୍ଧା ବଢାଇଛି।

ଅଦ୍ୟତନ ହୋଇଛି
rohit

rohit

Advertisment

ମଙ୍ଗଳବାର ଅଷ୍ଟ୍ରେଲିଆ ବିପକ୍ଷରେ ଚାମ୍ପିୟନ୍ସ ଟ୍ରଫି ସେମି ଫାଇନାଲ ମ୍ୟାଚ ଖେଳିବ ଭାରତ। ତେବେ ଏହି ମ୍ୟାଚର ପିଚକୁ ନେଇ ଭାରତୀୟ ଦଳ ଚିନ୍ତାରେ ରହିଛି। ସୁରକ୍ଷା କାରଣରୁ ଭାରତ ସରକାର ପାକିସ୍ତାନ ଯିବା ପାଇଁ ଅନୁମତି ଦେଇ ନ ଥିଲେ। ଫଳରେ ପାକିସ୍ତାନରେ ଅନୁଷ୍ଠିତ ଆଇସିସି ଚାମ୍ପିୟନ୍ସ ଟ୍ରଫିକୁ ହାଇବ୍ରିଡ ମଡେଲରେ ଖେଳିଥିଲା ଭାରତ। ଭାରତୀୟ ଦଳ ଏହାର ସମସ୍ତ ମ୍ୟାଚ ୟୁଏଇରେ ଖେଳିବ।

Advertisment

ଭାରତ ଏହାର ସମସ୍ତ ମ୍ୟାଚ ଦୁବାଇରେ ଖେଳୁଛି। ଭାରତ ୩ଟି ଯାକ ମ୍ୟାଚରେ ବିଜୟୀ ହେବା ସହ ଗ୍ରୁପ ଟପ୍ପର ରହିଥିଲା। ଅନ୍ୟ ପକ୍ଷରେ ଭାରତ ସହିତ ସେମି ଫାଇନାଲ ଖେଳିବାକୁ ଯାଉଥିବା ଅଷ୍ଟ୍ରେଲିଆ ଏହାର ୩ ମ୍ୟାଚ ଖେଳି ୨ଟିରେ ବିଜୟୀ ହୋଇଛି। ତେବେ ଅଷ୍ଟ୍ରେଲିଆ ଏହାର ସମସ୍ତ ମ୍ୟାଚ ପାକିସ୍ତାନରେ ଖେଳିଛି।

ଭାରତୀୟ ଦଳ ଦୁବାଇର ପରିବେଶ ସହିତ ଅଭ୍ୟସ୍ତ। ୩ଟି ଯାକ ମ୍ୟାଚ ଦଳ ସମାନ ଗ୍ରାଉଣ୍ଡରେ ଖେଳିଛି। ଯଦିଓ ପିଚ ପ୍ରତି ମ୍ୟାଚରେ ଭିନ୍ନ ରହିଥିଲା ତଥାପି ଭାରତର ସ୍ପିନର ମାନେ ଭଲ ପ୍ରଦର୍ଶନ କରିଥିଲେ। ସାଧାରଣତଃ ଆଇସିସି ଇଭେଣ୍ଟ ଗୁଡିକରେ ଟ୍ରାଭିସ ହେଡ ଭାରତ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଥାନ୍ତି। ତେବେ ସେମି ଫାଇନାଲ ମ୍ୟାଚ ପୂର୍ବରୁ ପିଚ ଭାରତୀୟ ମ୍ୟାନେଜମେଣ୍ଟର ମୁଣ୍ଡବିନ୍ଧା ବଢାଇଛି।

Advertisment

ସେମି ଫାଇନାଲ ମ୍ୟାଚ ଏକ ସତେଜ ପିଚରେ ଖେଳାଯିବ ବୋଲି ଜଣାପଡିଛି। ପୂର୍ବ ୩ ମ୍ୟାଚରେ ଏହି ପିଚ ବ୍ୟବହାର ହୋଇ ନ ଥିବାରୁ ଉଭୟ ଦଳ ପାଇଁ ଏହା ସମାନ ଭାବରେ ଚ୍ୟାଲେଞ୍ଜିଂ ରହିବ।

ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମର ପିଚ ଆଇସିସି ନିର୍ମାଣ କରିଥାଏ। ଆଇସିସି ପକ୍ଷରୁ ପିଚ କ୍ୟୁରେଟର ମାଥ୍ୟୁ ସାଣ୍ଡ୍ରେ ଏହି ପିଚ ପ୍ରସ୍ତୁତ କରିଛନ୍ତି। ମାଥ୍ୟୁ ଅଷ୍ଟ୍ରେଲିଆର ହୋଇଥିବା ବେଳେ ପିଚ ସ୍ପିନ ସହାୟକ ରହିବ କି ପେସ ସହାୟକ ରହିବ ତାକୁ ନେଇ ଦ୍ବନ୍ଦ୍ବ ରହିଛି। ଦୁବାଇରେ ବର୍ଷା ସମ୍ଭାବନା ମଧ୍ୟରେ ଟସ ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଯିବ। ଟସ ଜିତିଥିବା ଦଳ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇପାରିବ। ଟାର୍ଗେଟ ପିଛା କରିବା ସମୟରେ ଟିମ ଇଣ୍ଡିଆ ଗତ ତିନୋଟି ମ୍ୟାଚରୁ ୨ଟି ଜତିବାରେ ସଫଳ ହୋଇଛି।

Advertisment
India India Vs Australia
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ