• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ପ୍ୟାରିସ୍‌ ଅଲିମ୍ପିକ୍ସ ପୁରୁଷ ହକିରେ ଭାରତକୁ ବଡ଼ ସଫଳତା । ୫୨ ବର୍ଷ ପରେ ପ୍ରଥମ ଥର ପାଇଁ ଅଲିମ୍ପିକ୍ସରେ ଅଷ୍ଟ୍ରେଲିଆକୁ ହରାଇଲା ଭାରତ । ଶେଷଥର ପାଇଁ ଅଲିମ୍ପିକ୍ସରେ ଭାରତ ୧୯୭୨ ଅଲିମ୍ପିକ୍ସରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା । ତେବେ ୫୨ ବର୍ଷ ପରେ ଆଜି ପ୍ୟାରିସ୍‌ ଅଲିମ୍ପିକ୍ସରେ ଭାରତ, କଙ୍ଗାରୁ ଦଳକୁ ୩-୨ରେ ପରାସ୍ତ କରିଛି ।

ଆଜି ମ୍ୟାଚ୍‌ ଆରମ୍ଭରୁ ହିଁ ଆକ୍ରମଣାତ୍ମକ ଖେଳିଥିଲା ଭାରତ । ପ୍ରଥମ କ୍ୱାଟର ୧୨ ତମ ମିନିଟରେ ପ୍ରଥମ ଗୋଲ ସ୍କୋର କରିଥିଲା ଭାରତ । ଏହାପରେ ଏହାର ଗୋଟିଏ ମିନିଟ୍‌ ପରେ ଅର୍ଥାତ ୧୩ତମ ମିନିଟ୍‌ରେ ଦ୍ୱିତୀୟ ଗୋଲ ସ୍କୋର କରି ଭାରତ ପ୍ରଥମ କ୍ୱାଟରରେ ୨-୦ରେ ଆଗୁଆ ରହିଥିଲା । ଦ୍ୱିତୀୟ କ୍ୱାଟରରେ ମଧ୍ୟ ଦମଦାର ପ୍ରଦର୍ଶନ କରିଥିଲା ଭାରତ । କିନ୍ତୁ ଅଷ୍ଟ୍ରେଲିଆ ପକ୍ଷରୁ ୨୫ତମ ମିନିଟ୍‌ରେ ଗୋଲ ସ୍କୋର କରିଥିଲା ।

ଅଧିକ ପଢନ୍ତୁ : କିଏ ଏହି ସ୍ୱପ୍ନିଲ କୁସାଲେ ? ଧୋନିଙ୍କ ସହ କ’ଣ ରହିଛି କନେକସନ୍‌...

ତେବେ ପ୍ରଥମ ଦୁଇଟି କ୍ୱାଟର ଶେଷ ସୁଦ୍ଧା ୨-୧ରେ ଆଗୁଆ ରହିଥିଲା ଭାରତ । ତୃତୀୟ କ୍ୱାଟରରେ ପୁଣି ଥରେ ଦମଦାର କମବ୍ୟାକ୍‌ କରିଥିଲା ଭାରତ । ୩୨ତମ ମିନିଟ୍‌ରେ ଅଧିନାୟକ ହରମନପ୍ରୀତ ସିଂ ତୃତୀୟ ଗୋଲ୍‌ ସ୍କୋର କରିଥିଲେ । ତେବେ ମ୍ୟାଚ୍‌ର ୫୫ତମ ମିନିଟ୍‌ରେ ଅଷ୍ଟ୍ରେଲିଆ ଆଉ ଏକ ସ୍କୋର କରିଥିଲା । ତେବେ ଭାରତ ୩-୨ରେ ଏହି ମ୍ୟାଚ୍‌କୁ ନିଜ ନାମରେ କରିଛି । ତେବେ ଏହି ବିଜୟ ସହ ଭାରତ ପୁଲ୍‌-Bରେ ଦ୍ୱିତୀୟ ସ୍ଥାନରେ ରହିଛି ।

OTV is now on Whatsapp

Join and get latest news update delivered to you via whatsapp

Join Now