Advertisment

Asia Cup 2023: ୧୮ ଜଣିଆ ଦଳ ଘୋଷଣା, ଟିମ୍‌କୁ ଫେରିଲେ ରାହୁଲ ଓ ଶ୍ରେୟସ

କେ.ଏଲ୍ ରାହୁଲ, ଶ୍ରେୟସ ଆୟାର ଜସପ୍ରୀତ ବୁମରାଙ୍କ ପ୍ରତ୍ୟାବର୍ତ୍ତନ ,ପ୍ରଥମ ମ୍ୟାଚରେ ପାରମ୍ପରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ଭେଟିବ ଭାରତ

author-image
Prangyan Parimita
ଅଦ୍ୟତନ ହୋଇଛି
Asia Cup 2023 India Squad announced

Asia Cup 2023

ଏସିଆ କପ୍ ପାଇଁ ଭାରତୀୟ ଟିମ୍ ଘୋଷଣା ହୋଇଛି । ଏସିଆ କପ୍ ୨୦୨୩ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ୧୮ ଜଣିଆ ଦଳ ଘୋଷଣା କରିଛି । ଅଜିତ ଅଗରକର ଦିଲ୍ଲୀରେ ଆଜି ଦଳର ଘୋଷଣା କରିଛନ୍ତି । ଦଳ ଘୋଷଣା ସମୟରେ ରୋହିତ ଶର୍ମା ମଧ୍ୟ ସେଠାରେ ଉପସ୍ଥିତ ରହିଥିଲେ । ରୋହିତ ଶର୍ମାଙ୍କ ନେତୃତ୍ୱରେ ମଇଦାନକୁ ଓହ୍ଲାଇବ ଟିମ୍ ଇଣ୍ତିଆ । ଅଗଷ୍ଟ ୩୦ରୁ ସେପ୍ଟେମ୍ବର ୧୭ ଯାଏଁ ଖେଳାଯିବ ଏସିଆ କପ୍ । ଟିମ୍‌କୁ କମ୍‌ବ୍ୟାକ୍‌ କରିଛନ୍ତି କେ.ଏଲ୍‌.ରାହୁଲ ଓ ଶ୍ରେୟସ ଆୟର ।

Advertisment

ଅଧିକ ପଢ଼ନ୍ତୁ: ଆନ୍ତର୍ଜାତିକ କ୍ରିକେଟ୍‌ରେ ବିରାଟ କୋହଲିଙ୍କ ୧୫ ବର୍ଷ ପୂର୍ତ୍ତି

ସେପଟେ ଷ୍ଟ୍ରାଇକର ତଥା ୟଙ୍ଗ ବ୍ରିଗେଡର ଦମଦାର ବ୍ୟାଟ୍ସମ୍ୟାନ ଶୁବମନ ଗିଲ୍‌ଙ୍କୁ ବି ଦଳରେ ସାମିଲ କରାଯାଇଛି । ଅନ୍ୟପଟେ ଦୀର୍ଘ ଦିନ ଧରି ଟିମରୁ ଦୂରରେ ଥିବା ଯଶପ୍ରୀତ ବୁମରା ଟିମକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଏସିଆ କପରେ ସେ ଟିମ ଇଣ୍ଡିଆର ବୋଲିଂ ଲାଇନକୁ ଲିଡ୍ କରିବେ । ସେହିପରି ନୂଆ ଖେଳାଳି ଭାବେ ତିଲକ ବର୍ମା ପ୍ରଥମ ଥର ଲାଗି ଏସିଆ କପ୍‌ ଖେଳିବେ । ୱେଷ୍ଟଇଣ୍ତିଜ ଓ ଆର୍ୟଲାଣ୍ତ ବିପକ୍ଷରେ ଚମତ୍କାର ପ୍ରଦର୍ଶନ ପରେ ତାଙ୍କୁ ବି ଦଳରେ ସାମିଲ କରାଯାଇଛି ।ସେପ୍ଟେମ୍ବର ୨ ରେ ଟିମ ଇଣ୍ଡିଆ ନିଜ ପ୍ରଥମ ମ୍ୟାଚ ପାରମ୍ପରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନ ସହ ଖେଳିବ ।

ଟିମ୍‌ ଇଣ୍ତିଆ:

କେ.ଏଲ୍ ରାହୁଲ, ଶ୍ରେୟସ ଆୟାର, ତିଲକ ବର୍ମା ,ରୋହିତ ଶର୍ମା (ଅଧିନାୟକ), ଶୁବମନ୍ ଗିଲ୍ , ବିରାଟ କୋହଲି, କେ.ଏଲ୍ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ଯଶପ୍ରୀତ ବୁମ୍ରା, ମହମ୍ମଦ ସାମି, ମହମ୍ମଦ ସିରାଜ, କୁଲଦୀପ ଯାଦବ, ଇଶାନ କିଶନ, ଅକ୍ଷର ପଟେଲ, ଶାର୍ଦ୍ଦୁଳ ଠାକୁର, ସୂର୍ଯ୍ୟକୁମାର ଯାଦବ, ପ୍ରସିଦ୍ଧ କ୍ରିଷ୍ଣା

Advertisment
Shreyas Iyer KL Rahul Asia Cup
Advertisment
Advertisment