/odishatv-khabar/media/post_attachments/uploadimage/library/16_9/16_9_0/Ind_vs_Aus_1729913099.jpg)
Ind vs Aus
ବର୍ଡର ଗାଊଭାସ୍କର ଟ୍ରଫି ପାଇଁ ଭାରତୀୟ ଟିମ୍ ଘୋଷଣା । ରୋହିତ ଶର୍ମାଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ଗସ୍ତ କରିବ ଟିମ୍ ଇଣ୍ଡିଆ । ୧୮ ଜଣିଆ ଦଳ ଘୋଷଣା ହୋଇଛି । ନୂଆ ଚେହେରା ଭାବରେ ଟେଷ୍ଟ ଟିମରେ ସାମିଲ ହୋଇଛନ୍ତି ନୀତିଶ କୁମାର ରେଡ୍ଡି ଓ ହର୍ଷିତ ରାଣା । ଫାଷ୍ଟ ବୋଲର ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ମିଳିଛି ସରପ୍ରାଇଜ ଏଣ୍ଟ୍ରି ।
ଆହତ କାରଣରୁ ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର ଗାଭାସ୍କର ଟ୍ରଫିରେ ଖେଳିବେ ନାହିଁ ଚାଇନା ମ୍ୟାନ୍ କୁଳଦୀପ ଯାଦବ । ସେହିପରି ଅଲରାଉଣ୍ଡର ଅକ୍ଷର ପଟେଲ, ସାର୍ଦ୍ଦୁଲ ଠାକୁର ଓ ଅନୁଭବୀ ଫାଷ୍ଟ ବୋଲର ମହମ୍ମଦ ସାମିଙ୍କୁ ଟେଷ୍ଟ ସ୍କ୍ୱାର୍ଡରେ ସ୍ଥାନ ମିଳିନି । ଫଳରେ ଫାଷ୍ଟ ବୋଲିଂ ଭାର ବୁମରା, ମହମ୍ମଦ ସିରାଜ ଓ ଆକାଶ ଦୀପଙ୍କ ଉପରେ ରହିପାରେ ।
ଅଭିମନ୍ୟୁ ଇଶ୍ୱରନଙ୍କୁ ବ୍ୟାକଅପ୍ ଓପନର ଭାବରେ ଚୟନ କରାଯାଇଛି । ଦ୍ରୁତ ବୋଲର ଖଲିଲ ଅହମ୍ମଦ, ମୁକେଶ କୁମାର ଓ ନଭଦୀପ ସୈନୀଙ୍କୁ ରିଜର୍ଭ ଭାବରେ ରଖାଯାଇଛି । ଆସନ୍ତା ମାସରେ ଅଷ୍ଟ୍ରେଲିଆ ଗସ୍ତରେ ଯିବ ଭାରତୀୟ କ୍ରିକେଟ୍ ଟିମ୍ । ନଭେମ୍ବର ୨୨ରୁ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ ଟିମ୍ ଇଣ୍ଡିଆ । ରୋହିତ ଅଧିନାୟକ ଓ ବୁମରା ଉପଅଧିନାୟକ ହୋଇଛନ୍ତି ।
ସେପଟେ ନ୍ୟୁଜିଲାଣ୍ତ ସହ ଭାରତର ଦ୍ୱିତୀୟ ଟେଷ୍ଟ ଚାଲିଛି । ପୁଣେ ଟେଷ୍ଟ ସମ୍ପୂର୍ଣ୍ଣ ଭାବେ ନ୍ୟୁଜିଲାଣ୍ତ ଅଧିନରେ ରହିଛି । ପ୍ରଥମ ଇଂନିସରେ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିବା ଭାରତ ନ୍ୟୁଜିଲାଣ୍ତକୁ ବୋଲିଂରେ ମଧ୍ୟ ଟକ୍କର ଦେଇପାରିନାହିଁ । ନ୍ୟୁଜିଲାଣ୍ତ ପ୍ରଥମ ପାଳିରେ ୨୫୯ ରନ୍ କରିଥିଲା । ଜବାବରେ ଭାରତ ମାତ୍ର ୧୫୬ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା ।
ଅନ୍ୟପଟେ ଭାରତୀୟ ସ୍ପିନର୍ଙ୍କୁ ସଫଳ ମୁକାବିଲା କରି ନ୍ୟୁଜିଲାଣ୍ତ ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ୫ ୱିକେଟ୍ ହରାଇ ୧୯୮ ରନ୍ କରିଛି । ମୋଟ୍ ଉପରେ ବର୍ତ୍ତମାନ ସୁଦ୍ଧା ୩୦୧ ରନ୍ରେ ଆଗୁଆ ରହିଛି । ହାତରେ ଆହୁରି ପାଞ୍ଚ ୱିକେଟ ଥିବାରୁ ସୁବିଧାଜନକ ସ୍ଥିତିରେ ରହିଛି ଭାରତ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)