/odishatv-khabar/media/post_attachments/uploadimage/library/16_9/16_9_0/IMAGE_1699240252.jpg)
India beat Japan
ଏସିଆନ୍ ମହିଳା ହକି ଚାମ୍ପିୟନସିପରେ ଭାରତ ଚାମ୍ପିୟନ ହୋଇଛି । ଗତଥରର ଚାମ୍ପିୟନ ଜାପାନକୁ ହରାଇ ସ୍ବର୍ଣ୍ଣ ପଦକ ପାଇଛି ଭାରତୀୟ ମହିଳା ହକି ଦଳ । ଭାରତ ଏକ ତରଫା ମ୍ୟାଚରେ ୪-୦ ଗୋଲରେ ଜାପାନକୁ ପରାସ୍ତ କରିଛି ।
ମ୍ୟାଚ ଆରମ୍ଭରୁ ଶେଷ ଯାଏ ପୁରା ପ୍ରାଧାନ୍ୟ ବିସ୍ତାର କରି ଖେଳିଥିଲା ଭାରତୀୟ ମହିଳା ଟିମ୍ । ଜାପାନକୁ କୌଣସି ପ୍ରକାର ସୁଯୋଗ ଦେଇନଥିଲା । ଟୁର୍ଣ୍ଣାମେଣ୍ଟର ୭ରୁ ୭ଟି ଯାକ ମ୍ୟାଚ ଜିତି ବିରଳ ରେକର୍ଡ କରିଛି ଏହି ମହିଳା ଟିମ୍ । ପୁରା ପ୍ରତିଯୋଗିତାରେ ୨୭ଟି ଗୋଲ୍ ଦେଇଥିବା ବେଳେ ମାତ୍ର ୩ଟି ଗୋଲ୍ ଖାଇଛି ।
ଅଧିକ ପଢ଼ନ୍ତୁ: ୧୪ ବର୍ଷ ପୂର୍ବରୁ ଆରମ୍ଭ, ଆଜି ପଡ଼ିପାରେ ଯବନିକା
ରାଞ୍ଚି ସ୍ଥିତ ଜୟପାଲ ସିଂ ହକି ଷ୍ଟାଡିୟମରେ ମ୍ୟାଚ ଖେଳା ଯାଉଥିଲା । ପୂର୍ବରୁ ମଧ୍ୟ ୨୦୧ ୬ ରେ ମହିଳା ଏସିଆନ୍ସ ଚାମ୍ପିଅନ୍ସ ଟ୍ରଫିରେ ବିଜୟ ହାସଲ କରିଥିଲା ଭାରତ । ଏକ ପାଖିଆ ଏହି ମ୍ୟାଚରେ ଭାରତ ୧୭ ତମ ମିନିଟରେ ସଙ୍ଗୀତା କୁମାରୀ, ୪୬ ତମ ମିନିଟରେ ନେହା, ୫୭ ତମ ମିନିଟରେ ଲାଲରେମସିଆମି ଓ ଶେଷ ମିନିଟରେ ବନ୍ଦନା କାଟାରିଆ ଗୋଲ ଦେଇଥିଲେ ।
ରାଉଣ୍ଡ ପର୍ଯ୍ୟାୟରେ ମଧ୍ୟ ଭାରତ ସମସ୍ତ ପାଞ୍ଚଟି ମ୍ୟାଚ ଜିତି ଟେବୁଲ ଟପ୍ପର ରହିଥିଲା । ଅନ୍ୟପଟେ ଚୀନ ୨-୧ ଗୋଲରେ କୋରିଆକୁ ହରାଇଛି । ଟ୍ରଫି ଜିତିବା ପରେ ହକି ଇଣ୍ତିଆ ପକ୍ଷରୁ ପ୍ରତ୍ୟେକ ଖେଳାଳିଙ୍କୁ ୩ ଲକ୍ଷ ଟଙ୍କା ଓ ଦଳର ସପୋର୍ଟ ଷ୍ଟାଫଙ୍କୁ ଦେଢ଼ ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)