India-England ODI at Cuttack
ଆସନ୍ତା କାଲି ବାରବାଟୀ ବ୍ୟାଟଲ । ତା’ ପୂର୍ବରୁ ଟିମ୍ ଇଣ୍ଡିଆର ପ୍ରସ୍ତୁତି ନେଇ ବ୍ୟାଟିଂ କୋଚ୍ ସୀତାଂଶୁ କୋଟାକଙ୍କ ପ୍ରେସମିଟ୍ । ବିରାଟଙ୍କୁ ନେଇ ବଡ଼ ସୂଚନା ଦେଲେ ବ୍ୟାଟିଂ କୋଚ୍ ସୀତାଂଶୁ କୋଟାକ । କହିଲେ ବିରାଟ କୋହଲି ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି । ଆସନ୍ତାକାଲି ବାରବାଟୀରେ ଖେଳିପାରନ୍ତି କୋହଲି । ଅନ୍ୟପକ୍ଷେ ସାମ୍ମି ମଧ୍ୟ ସଂପୂର୍ଣ୍ଣ ଫିଟ୍ ଅଛନ୍ତି । ଅର୍ଶଦୀପଙ୍କୁ ସୁଯୋଗ ମିଳିବ କି ନାହିଁ କୋଚ୍, କ୍ୟାପଟେନ୍ ନିଷ୍ପତ୍ତି ନେବେ । ହାଇସ୍କୋରିଂ ମ୍ୟାଚ୍ ହେବ ବୋଲି ଆଶା କରୁଛୁ ବୋଲି କହିଛନ୍ତି ।
ଅନ୍ୟପଟେ ବାରବାଟୀରେ ପହଞ୍ଚିଛି ଟିମ ଇଣ୍ଡିଆ । ଟିମ ଇଣ୍ଡିଆର ନେଟ ଅଭ୍ୟାସ ଦେଖିବା ପାଇଁ ବାରବାଟୀରେ ଖଚାଖଚ୍ ଭିଡ ଦେଖିବାକୁ ମିଳିଛି । ଆସନ୍ତା କାଲି ବାରବାଟୀ ବ୍ୟାଟଲ । କିନ୍ତୁ ଏହାର ଗୋଟିଏ ଦିନ ପୂର୍ବରୁ କଟକର ଐତିହାସିକ ବାରବାଟୀ ଷ୍ଟାଡ଼ିୟମରେ ଫ୍ୟାନଙ୍କ ଭିଡ । ଏଥିପାଇଁ ସୁରକ୍ଷା ବ୍ୟବସ୍ଥା ପାଇଁ ସଜାଗ ରହିଛି କମିଶନରେଟ ପୋଲିସ ।
ଅଧିକ ପଢ଼ନ୍ତୁ : ଆନ୍ତର୍ଜାତିକ କ୍ରିକେଟ୍ରେ ରୋହିତ ଶର୍ମାଙ୍କ ଭବିଷ୍ୟତ ନିର୍ଦ୍ଧାରଣ କରିବ ଚାମ୍ପିଅନ୍ସ ଟ୍ରଫି
ପ୍ରି-ମ୍ୟାଚ ଅର୍ଥାତ ନେଟ ପ୍ରାକ୍ଟିସ ଦୁଇ ଘଣ୍ଟା ଧରି ଚାଲିବ । ଆସନ୍ତା କାଲିର ହାଇଭୋଲ୍ଟେଜ ମ୍ୟାଚ ଦେଖିବା ପାଇଁ ଟିକେଟ ଖଣ୍ଡିଏ ନପାଇ ନିରାଶ ହୋଇଛନ୍ତି ଅନେକ କ୍ରିକେଟ ପ୍ରେମୀ । ତେଣୁ ଏହି ଦୁଇ ଘଣ୍ଟିଆ ଅଭ୍ୟାସକୁ ଦେଖିବାକୁ ଚାହିଁ ରହିଛନ୍ତି ଦର୍ଶକ । ନିଜ ପ୍ରିୟ ଖେଳାଳିଙ୍କ ଝଲକ ପାଇବା ପାଇଁ ବ୍ୟଗ୍ର ହୋଇ ଚାହିଁ ରହିଛନ୍ତି କ୍ରିକେଟ ପ୍ରେମୀ । କେବଳ ଷ୍ଟାଡିୟମ ଭିତରେ ନୁହେଁ ଷ୍ଟାଡିୟମ ବାହାରେ ମଧ୍ୟ ଦେଖିବାକୁ ମିଳୁଛି କ୍ରିକେଟ ଫିଭର ।
ଏପଟେ ଆସନ୍ତା କାଲିର ମ୍ୟାଚ୍କୁ ହାଇସ୍କୋରିଂ କରିବାକୁ ସ୍ବତନ୍ତ୍ର ପଦକ୍ଷେପ ନେଇଛି ଓସିଏ । ପ୍ରଥମ ଥର ପାଇଁ କଳାହାଣ୍ଡିରୁ ଆସିଥିବା କଳାମାଟିକୁ ପିଚରେ ବ୍ୟବହାର କରାଯାଇଛି । ଏହା ସହିତ ମୁମ୍ବାଇରୁ ଆସିଥିବା ନାଲିମାଟିରେ ବି ତିଆରି କରାଯାଇଛି ଆଉ ଏକ ପିଚ୍ । ଅଷ୍ଟ୍ରେଲିଆରୁ ସାର ବି ଆସିଥିଲା । ସେହିପରି ପ୍ରଥମ ଥର ପାଇଁ ଲିଜେଣ୍ଡାରୀ ବକ୍ସ କରାଯାଇଛି । ଯେଉଁଠି ବସିବେ ରାଜ୍ୟକୁ ଗୌରାବନ୍ବିତ କରିଥିବା ବ୍ୟକ୍ତିବିଶେଷ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1739018149.jpg)