Advertisment

India Cricketers: ଓଡ଼ିଶାର ଯୁବ ଖେଳାଳିଙ୍କ ସହ ସେଲଫି ନେଲେ, ଅଭିଜ୍ଞତା ବାଣ୍ଟିଲେ...

ଓଡ଼ିଶାର ଯୁବ ଖେଳାଳିଙ୍କ ସହ ଫଟୋ ଉଠାଇବା ସହ କଥା ହୋଇଥିଲେ କ୍ରିକେଟର। ଟିମ୍ ଇଣ୍ଡିଆ କ୍ରିକେଟରଙ୍କ ଠାରୁ ବେଶ କିଛି ଶିଖିଥିବା କହିଛନ୍ତି ଯୁବ ଖେଳାଳି।

ଅଦ୍ୟତନ ହୋଇଛି
India Cricketers

India Cricketers

Advertisment

ଯୁବ ଖେଳାଳିଙ୍କ ସହ ସେଲଫି ନେଲେ, ଅଭିଜ୍ଞତା ବାଣ୍ଟିଲେ ଟିମ ଇଣ୍ଡିଆର କ୍ରିକେଟର। ବାରବାଟୀରେ ଭାରତୀୟ କ୍ରିକେଟ୍ ଟିମ୍‌ର ପ୍ରାକ୍ଟିସ ବେଳେ ଦେଖିବାକୁ ମିଳିଛି ଖେଳାଳିଙ୍କ ଏଭଳି ସରଳତା। ଓଡ଼ିଶାର ଯୁବ ଖେଳାଳିଙ୍କ ସହ ଫଟୋ ଉଠାଇବା ସହ କଥା ହୋଇଥିଲେ କ୍ରିକେଟର। ଟିମ୍ ଇଣ୍ଡିଆ କ୍ରିକେଟରଙ୍କ ଠାରୁ ବେଶ କିଛି ଶିଖିଥିବା କହିଛନ୍ତି ଯୁବ ଖେଳାଳି। 

Advertisment

ଏପଟେ ଆସନ୍ତାକାଲି ସୁପର୍ ସଣ୍ଡେରେ ହେବ ସୁପର୍ ମୁକାବିଲା । ଦୀର୍ଘବର୍ଷର ବ୍ୟବଧାନ ପରେ ବାରବାଟୀରେ ଇଣ୍ଡିଆ ବନାମ ଇଂଲଣ୍ଡ ମଧ୍ୟରେ ହେବ ମହାଟକ୍କର । କାଲିର ଲଢ଼େଇ ପୂର୍ବରୁ ଆଜି ଷ୍ଟାଡ଼ିୟମରେ ରୋହିତ ବାହିନୀ ଜୋରଦାର ନେଟ୍ ପ୍ରାକ୍ଟିସ୍ କରିଥିବାବେଳେ ଭୁବନେଶ୍ବରରେ ଗଲ୍ଫ ପଡ଼ିଆରେ ଅଭ୍ୟାସ କରିଛି ଟିମ୍ ଇଂଲଣ୍ଡ । ହଜାର ହଜାର ଫ୍ୟାନ୍ ବାରବାଟୀ ଷ୍ଟାଡିୟମରେ ଉପସ୍ଥିତ ରହି ଟିମ୍ ଇଣ୍ଡିଆକୁ ଚିୟର ଅପ୍ କରିଛନ୍ତି । ଖୁସି ଖବର ହେଲା ବିରାଟ ଏବେ ପୁରା ଫିଟ୍ ଅଛନ୍ତି । କାଲିର ମ୍ୟାଚ୍ ସେ ଖେଳିବେ ବୋଲି ସ୍ପଷ୍ଟ ହୋଇଛି । ବାରବାଟୀରେ ହେବ କଡ଼ା ଟକ୍କର । ଫ୍ୟାନଙ୍କୁ ଚଢ଼ିଲାଣି କ୍ରିକେଟ୍ ଫିଭର ।  

ଅଧିକ ପଢ଼ନ୍ତୁ : କାଲି ବାରବାଟୀ ମ୍ୟାଚ: ଲଢ଼େଇ ପୂର୍ବରୁ ଜଗା ଦର୍ଶନ କଲେ ଭାରତୀୟ ଖେଳାଳି

Advertisment

ନେଟ୍ ପ୍ରାକ୍ଟିସ୍ ବେଳେ ଖେଳାଳିଙ୍କ ଟିକେ ଝଲକ ପାଇବା ପାଇଁ ନାହିଁନଥିବା କ୍ରେଜ୍ ଏବଂ ଅସମ୍ଭବ ଭିଡ଼ । ଆଉ ସେମାନଙ୍କ ଚିୟର ଅପ୍ କରିବାକୁ ଷ୍ଟାଡ଼ିୟମରେ ଖଚାଖଚ୍ ଭିଡ଼ । କାଲିର ମ୍ୟାଚ୍ ପୂର୍ବରୁ ମ୍ୟାଚ୍‌ର ଭ୍ରମ ସୃଷ୍ଟି କରିଛି ଆଜିର ଖଚାଖଚ୍ ଭରା ଷ୍ଟାଡ଼ିୟମ । ଏହାରି ଭିତରେ ଅପରାହ୍ନରେ ଷ୍ଟାଡ଼ିୟମରେ ଝାଳ ବୁହାଇଛନ୍ତି ଟିମ୍ ଇଣ୍ଡିଆ କ୍ୟାପଟେନ୍ ରୋହିତ ଶର୍ମା ଆଣ୍ଡ କୋ । ଅପରାହ୍ନ ପ୍ରାୟ ୫ଟାରୁ ନେଟ୍ ପ୍ରାକ୍ଟିସକୁ ଜୋରଦାର କରିଛନ୍ତି ମ୍ୟାନ୍ ଇନ୍ ବ୍ଲୁ ।

ସେପଟେ ଆଜି ଭ୍ରମଣକାରୀ ଦଳ ଇଂଲଣ୍ଡ ନେଟ୍ ପ୍ରାକ୍ଟିସ୍ କରିନଥିଲେ ବି ଭୁବନେଶ୍ବର ଗଲ୍ଫ କ୍ଲବ ପଡ଼ିଆରେ ଗଲ୍ଫ ଅଭ୍ୟାସ କରିଛନ୍ତି । ୩ ମ୍ୟାଚ୍ ବିଶିଷ୍ଟ ଏହି ଦିନିକିଆ ସିରିଜରେ ନାଗପୁରର ପ୍ରଥମ ମ୍ୟାଚରେ ବାଜି ମାରିଥିବା ଟିମ୍ ଇଣ୍ଡିଆ ସିରିଜ୍ କବଜା ଲକ୍ଷ୍ୟରେ ରହିଛି । ଇଂଲଣ୍ଡ ପାଇଁ ବି କର ବା ମର ଅବସ୍ଥା । ୱାର୍ମ ଅପ୍ ପରେ ପରେ ବ୍ୟାଟିଂ, ବୋଲିଂ ସହ ଫିଲଡିଂ ଅଭ୍ୟାସକୁ ଜୋରଦାର କରିଛି ଟିମ୍ ଇଣ୍ଡିଆ । ସେପଟେ ନାଗପୁର ମ୍ୟାଚରେ ଖେଳି ନଥିବା ଷ୍ଟାର ବ୍ୟାଟସମ୍ୟାନ ବିରାଟ କୋହଲି ପୁରା ଫିଟ୍ ରହିଛନ୍ତି । ସେ ବାରବାଟୀରେ ଖେଳିବେ ବୋଲି ସ୍ପଷ୍ଟ କରିଛନ୍ତି ବ୍ୟାଟିଂ କୋଚ୍ ।

Advertisment

ଦୀର୍ଘବର୍ଷର ବ୍ୟବଧାନ ପରେ ବାରବାଟୀରେ ହେଉଥିବା ଦିନିକିଆ ମ୍ୟାଚ୍ ଦେଖିବା ପାଇଁ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ବଢ଼ିଛି ଉତ୍କଣ୍ଠା । ନିଜର ଦେଶର ଖେଳାଳିଙ୍କୁ ଉତ୍ସାହିତ କରିବା ପାଇଁ କିଏ ସୁଦୂର ଇଂଲଣ୍ଡରୁ ଆସିଛନ୍ତି ତ ଆଉ କିଏ ରାଜ୍ୟର ଉପାନ୍ତ ଅଞ୍ଚଳରୁ ଆସିଛନ୍ତି । ସମସ୍ତଙ୍କ ଆଶା, ଆସନ୍ତାକାଲି ମ୍ୟାଚ ଦମଦାର ହେବ, ଟିମ୍ ଇଣ୍ଡିଆର ନିଶ୍ଚୟ ବାଜି ମାରିବ ।

ଅଧିକ ପଢ଼ନ୍ତୁ : ଆନ୍ତର୍ଜାତିକ କ୍ରିକେଟ୍‌ରେ ରୋହିତ ଶର୍ମାଙ୍କ ଭବିଷ୍ୟତ ନିର୍ଦ୍ଧାରଣ କରିବ ଚାମ୍ପିଅନ୍ସ ଟ୍ରଫି

Barabati Stadium
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ