India Complete Clean Sweep
ଭାରତର ବିପୁଳ ବିଜୟ। ଶ୍ରୀଲଙ୍କା ବିପକ୍ଷରେ ଭାରତର ବିପୁଳ ବିଜୟ। ଶ୍ରୀଲଙ୍କାକୁ ୩୧୭ ରନ୍ରେ ହରାଇଲା ଭାରତ। ଦିନିକିଆ ସିରିଜକୁ ୩-୦ରେ ଜିତିଲା ଭାରତ। ଶୁବମନ ଗିଲ ଓ ବିରାଟ କୋହଲିଙ୍କ ଧୂଆଁଧାର ଶତକ ଯୋଗୁ ତୃତୀୟ ଦିନିକିଆରେ ଶ୍ରୀଲଙ୍କା ଆଗରେ ୩୯୧ ରନ୍ର ବିଜୟ ଲକ୍ଷ୍ୟ ରଖିଛି ଭାରତ। ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୫ ୱିକେଟ ହରାଇ ୩୯୦ ରନ୍ କରିଥିଲା।
ଟିମ୍ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ୪୨ ରନ୍(୪୯ ବଲ୍, ୩ ଛକା, ୨ ଚୌକା), ଶୁବମନ ଗିଲ୍ ୧୧୬(୯୭ ବଲ୍, ୨ ଛକା ୧୪ ଚୌକା), ବିରାଟ କୋହଲି ଅପରାଜିତ ୧୬୬(୧୧୦ ବଲ୍, ୮ ଛକା, ୧୩ ଚୌକା), ଶ୍ରେୟସ ଆୟର ୩୮ ରନ୍(୩୨ ବଲ୍, ଗୋଟିଏ ଛକା, ୨ ଚୌକା), କେଏଲ୍ ରାହୁଲ ୭ ରନ୍, ସୂର୍ଯ୍ୟକୁମାର ଯାଦବ ୪ ରନ୍, ଅକ୍ଷର ପଟେଲ ଅପରାଜିତ ୨ ରନ୍ କରିଥିଲେ। ଏହି ମ୍ୟାଚ୍ରେ ବିରାଟ କୋହଲି ତାଙ୍କ କ୍ୟାରିଅରର ୪୬ ତମ ଦିନିକିଆ ଶତକ ହାସଲ କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1673794171.jpg)