/odishatv-khabar/media/post_attachments/uploadimage/library/16_9/16_9_0/IMAGE_1723125004.jpg)
Hockey India
ଅଲିମ୍ପିକ୍ସରେ ଆଉ ଏକ ପଦକ ଜିତି ପ୍ୟାରିସ୍ରେ ଇତିହାସ ରଚିଲା ଭାରତ । ଟୋକିଓ ପରେ ପ୍ୟାରିସ୍ ଅଲିମ୍ପିକ୍ସରେ ହକିରେ ବ୍ରୋଞ୍ଜ ମେଡାଲ ଜିତିଲା ଟିମ୍ ଇଣ୍ଡିଆ । ସ୍ପେନକୁ ୨-୧ ଗୋଲରେ ପରାସ୍ତ କରି ବ୍ରୋଞ୍ଜ ମେଡାଲ ନିଜ ନାମରେ କରିଛି ଭାରତ । ୫୨ ବର୍ଷ ପରେ ଲଗାତାର ଦୁଇଟି ଅଲିମ୍ପକ୍ସରେ ପଦକ ଜିତିଲା ଭାରତ।
ସୂଚନା ଅନୁସାରେ ଆଜି ବ୍ରୋଞ୍ଜ ମେଡାଲ ମ୍ୟାଚ୍ ଆରମ୍ଭରୁ ହିଁ ଆକ୍ରମଣାତ୍ମକ ଢ଼ଙ୍ଗରେ ଭାରତ ଆରମ୍ଭ କରିଥିଲା । କିନ୍ତୁ ମ୍ୟାଚ୍ର ପ୍ରଥମ କ୍ୱାର୍ଟର ଉଭୟ ଦଳ ପକ୍ଷରୁ କୌଣସି ଗୋଲ ସ୍କୋର କରିପାରିନଥିଲେ । ତେବେ ଦ୍ୱିତୀୟ କ୍ୱାର୍ଟର ଆରମ୍ଭରୁ ସ୍ପେନ୍ ଏକ ପେନାଲ୍ଟି ଷ୍ଟ୍ରୋକ୍କୁ ଗୋଲରେ କନର୍ଭଟ କରି ମ୍ୟାଚ୍ରେ ୧-୦ରେ ଆଗୁଆ ରହିଥିଲା । କିନ୍ତୁ ଦ୍ୱିତୀୟ କ୍ୱାର୍ଟର ଶେଷ ମିନିଟ୍ରେ ହିଁ ଅଧିନାୟକ ଏକ ପେନାଲ୍ଟି କର୍ଣ୍ଣରକୁ ଗୋଲରେ କନର୍ଭଟ କରି ସ୍କୋରକୁ ୧-୧ରେ ବରାବର କରିଥିଲେ ।
ତେବେ ତୃତୀୟ କ୍ୱାର୍ଟର ଆରମ୍ଭରୁ ଭାରତ ଦମଦାର ଖେଳ ଜାରି ରଖିଥିଲା । ସ୍ପେନ୍ ଆଟାକିଂ ହକି ଖେଳୁଥିଲେ ମଧ୍ୟ ଭାରତୀୟ ଡିଫେନ୍ସ ଲାଇନକୁ କ୍ରସ୍ କରିବାରେ ସଫଳ ହୋଇନଥିଲେ । କିନ୍ତୁ ଭାରତ ତୃତୀୟ କ୍ୱାର୍ଟରରେ ଆଉ ଏକ ଗୋଲ ସ୍କୋର କରି ମ୍ୟାଚ୍ରେ ୨-୧ରେ ଆଗୁଆ ରହିଥିଲା । ଭାରତ ପକ୍ଷରୁ ଦ୍ୱିତୀୟ ଗୋଲ ଅଧିନାୟକ ହରମନପ୍ରୀତ ସିଂ କରିଥିଲେ ।
ତେବେ ଚତୁର୍ଥ କ୍ୱାର୍ଟରରେ ମଧ୍ୟ ଭାରତ ଆଟାକିଂ ହକି ଖେଳିଥିଲା । କିନ୍ତୁ କୌଣସି ଗୋଲ ସ୍କୋର କରିବାରେ ସଫଳ ହୋଇନଥିଲା । ସେହିପରି ସ୍ପେନ୍ ମଧ୍ୟ ଗୋଲ ସ୍କୋର କରିବାକୁ ପ୍ରାଣପ୍ରଣେ ଚେଷ୍ଟା କରିଥିଲା । କିନ୍ତୁ ସ୍ପେନ୍ର ସବୁ ପ୍ରୟାସକୁ ବିଫଳ କରିଥିଲା ଟିମ୍ ଇଣ୍ଡିଆ । ଯାହାଫଳରେ ଏହି ମ୍ୟାଚ୍କୁ ଭାରତ ୨-୧ରେ ବିଜୟ ଲାଭ କରି ବ୍ରୋଞ୍ଜ ମେଡାଲ ଜିତିଛି ଭାରତ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)