/odishatv-khabar/media/post_attachments/uploadimage/library/16_9/16_9_0/IND_vs_SA_1664733759.jpg)
IND vs SA
ମ୍ୟାଚ୍ ସହ ସିରିଜ ଜିତିଲା ଭାରତ। ଗୌହାଟୀ ଟି ଟ୍ବେଣ୍ଟିରେ ଲଢୁଆ ପ୍ରଦର୍ଶନ ସତ୍ତ୍ୱେ ହାରିଲା ଦକ୍ଷିଣ ଆଫ୍ରିକା। ଗୁଆହାଟି ଟି-ଟ୍ବେଣ୍ଟିରେ ଭାରତ ୧୬ ରନ୍ରେ ବିଜୟୀ ବେକାର ଗଲା ଡେଭିଡ୍ ମିଲରଙ୍କ ବିସ୍ଫୋରକ ଶତକ। ୨୩୮ ରନ୍ ଟାର୍ଗେଟକୁ ପିଛା କରି ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ୨୦ ଓଭରରେ ୩ ଓ୍ୱିକେଟ୍ ବିନିମୟରେ ୨୨୧ ରନ୍ ସଂଗ୍ରହ କରିବାରେ ସଫଳ ହୋଇଛି।
ଗୋଟିଏ ମ୍ୟାଚ୍ ବାକି ଥାଇ ଭାରତ ୨-୦ରେ ସିରିଜ ବିଜୟୀ ହୋଇଛି। ଗୁଆହାଟି ଟି-ଟ୍ବେଣ୍ଟିରେ ଦକ୍ଷିଣ ଆଫ୍ରିକାକୁ ୨୩୮ ରନ୍ର ବିଶାଳ ଟାର୍ଗେଟ ଦେଇଥିଲା ଟିମ୍ ଇଣ୍ଡିଆ। ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୩ ଓ୍ୱିକେଟ ହରାଇ କରିଥିଲା ୨୩୭ ରନ୍। ଆଜି ଧୂଆଁଧାର ଇନିଂସ ଖେଳିଛନ୍ତି ରାହୁଲ, ସୂର୍ଯ୍ୟକୁମାର ଯାଦବ ଓ ବିରାଟ କୋହଲି।
ବିଶେଷ କରି ସୂର୍ଯ୍ୟକୁମାର ବିସ୍ଫୋରକ ବ୍ୟାଟିଂ କରି ୨୨ ବଲରୁ ୬୧ ରନ୍ କରିଛନ୍ତି। ରାହୁଲ ୨୮ ବଲ୍ରୁ ୫୭ ଓ ବିରାଟ ୨୮ ବଲ୍ରୁ ୪୯ ରନ୍ କରିଛନ୍ତି। ଆଜିର ମ୍ୟାଚରେ ଦକ୍ଷିଣ ଆଫ୍ରିକାର ବୋଲିଂ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଉପରେ ପ୍ରଭାବ ପକାଇ ପାରିନଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)