Advertisment

T20 ବିଶ୍ୱକପ୍ ସେମିରେ ଭାରତୀୟ ମହିଳା କ୍ରିକେଟ ଦଳ

DLS ନିୟମ ଆଧାରରେ ଭାରତ ବିଜୟୀ । ଆର୍ୟାଲାଣ୍ଡକୁ ୫ ରନରେ ହରାଇ ସେମିରେ ଭାରତ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Women's T20 World Cup 2023 Highlights

Cricket

ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍ ସେମିଫାଇନାଲରେ ଭାରତ । ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ଡିଏଲଏସ ନିୟମ ଆଧାରରେ ଭାରତ ବିଜୟୀ ହୋଇଛି। ଆୟର୍ଲାଣ୍ଡକୁ ୫ ରନ୍‌ରେ ମାତ୍ ଦେଇଛି ଭାରତୀୟ ମହିଳା ଦଳ । ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ଓଭରରେ ୬ ୱିକେଟ୍ ହରାଇ ୧୫୫ ରନ୍ କରିଥିଲା । ୧୫୬ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ଆୟର୍ଲାଣ୍ଡ ୮ ଓଭରରେ ୨ଟି ୱିକେଟ୍ ହରାଇ ୫୪ ରନ୍ କରିଥିବା ବେଳେ ବର୍ଷା ଯୋଗୁଁ ଆଉ ମ୍ୟାଚ୍ ସମ୍ଭବ ହୋଇପାରିନଥିଲା । ପରେ ଡିଏଲଏସ ନିୟମ ଆଧାରରେ ଭାରତକୁ ୫ ରନରେ ବିଜୟୀ କରାଯାଇଛି । ଏଥିସହ ଟି-ଟ୍ୱେଣ୍ଟି ବିଶ୍ୱକପ୍ ସେମିଫାଇନାଲରେ ପହଁଚିଛି ଭାରତ ।

Advertisment

ଦଳ ପକ୍ଷରୁ ସ୍ମୃତି ମନ୍ଧାନା ସର୍ବାଧିକ ୮୭ ରନ୍ କରିଥିଲେ। ସେ ୫୬ଟି ବଲ୍‌ରୁ ୯ଟି ଚୌକା ଓ ୩ଟି ଛକା ସହାୟତାରେ ଏହି ରନ୍ ସଂଗ୍ରହ କରିଥିଲେ। ତାଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟର ବଡ଼ ସ୍କୋର କରିପାରି ନଥିଲେ। ଓପନର ଶେଫାଳି ବର୍ମା ୨୯ଟି ବଲ୍‌ରୁ ୨୪ ରନ୍ କରିଥିବା ବେଳେ କ୍ୟାପ୍‌ଟେନ୍ ହରମନପ୍ରୀତ କୌର ୨୦ଟି ବଲ୍‌ରୁ ୧୩ ରନ୍ କରିଥିଲେ। ଜେମିମା ରୋଡ୍ରିଗ୍‌ସ ୧୨ଟି ବଲ୍‌ରୁ ୧୯ ରନ୍ କରିଥିଲେ। ୱିକେଟ୍ କିପର ରିଚା ଘୋଷ ଓ ଦୀପ୍ତି ଶର୍ମା ଖାତା ଖୋଲି ପାରି ନଥିବା ବେଳେ ପୂଜା ବସ୍ତ୍ରାକର ୨ ରନ୍ କରି ଅପରାଜିତ ରହିଥିଲେ। ଆୟର୍ଲାଣ୍ଡ ପକ୍ଷରୁ ଲୌରା ଡିଲେନୀ ସର୍ବାଧିକ ୩ଟି ୱିକେଟ୍ ନେଇଥିବା ବେଳେ ଓରାଲ ୨ଟି ଆରଲିଏନ୍ କେଲି ଗୋଟିଏ ୱିକେଟ୍ ପାଇଥିଲେ।

ଅନ୍ୟପକ୍ଷରେ ୧୫୬ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ପଡ଼ିଆକୁ ଓହ୍ଲାଇଥିବା ଆୟର୍ଲାଣ୍ଡ ଟିମ୍‌କୁ ଲାଗିଥିଲା ପ୍ରାରମ୍ଭିକ ଝଟକା। ପ୍ରଥମ ଓଭରରେ ପଡ଼ିଯାଇଥିଲା ଦୁଇଟି ୱିକେଟ୍‌। ଓପନର ଆମୀ ହଣ୍ଟର ୧ ରନ୍ କରି ଆଉଟ୍ ହୋଇଥିବା ବେଳେ ତୃତୀୟ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ଓରଲା ପ୍ରିଣ୍ଡରଗ୍ୟାଷ୍ଟ ଖାତା ଖୋଲି ପାରି ନଥିଲେ। ଆମୀଙ୍କୁ ଜେମିମା ରୋଡ୍ରିଗ୍‌ସ ରନ୍ ଆଉଟ କରିଥିବା ବେଳେ ଓରାଲଙ୍କୁ ବୋଲ୍ଡ କରି ଦେଇଥିଲେ ରେଣୁକା ସିଂହ।

Advertisment

୮.୨ ଓଭରରେ ଆୟର୍ଲାଣ୍ଡ ୨ ୱିକେଟ୍ ହରାଇ ୫୪ ରନ୍ କରିଥିବା ବେଳେ ବର୍ଷା ହୋଇଥିଲା। ବର୍ଷା ଯୋଗୁ ଖେଳ ବନ୍ଦ ରଖାଯାଇଥିଲା। ଆଉ ଖେଳ ହୋଇପାରି ନଥିଲା। ଶେଷରେ ଡିଏଲ୍‌ଏସ୍‌ ମେଥଡ୍‌ରେ ଭାରତକୁ ବିଜୟୀ ଘୋଷଣା କରାଯାଇଥିଲା।

Women's T20 World Cup
Advertisment
Advertisment