/odishatv-khabar/media/post_attachments/uploadimage/library/16_9/16_9_0/Ashwin_1675951792.jpg)
Ashwin
ନାଗପୁର ଟେଷ୍ଟରେ ଆଜି ଏକ ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି ସ୍ପିନର ଆର୍ ଅଶ୍ୱିନ । ଏହି ଟେଷ୍ଟ ସିରିଜ୍ରେ ୪ଟି ମ୍ୟାଚ୍ ଖେଳା ଯିବାକୁ ଥିବା ବେଳେ ପ୍ରଥମ ମ୍ୟାଚ୍ର ପ୍ରଥମ ଦିନରେ ରେକର୍ଡ କରିଛନ୍ତି ଭାରତୀୟ ବୋଲର ରବିଚନ୍ଦ୍ରନ ଅଶ୍ୱିନ । ସେ ୪୫୦ଟି ଟେଷ୍ଟ ୱିକେଟ ହାସଲ କରିଛନ୍ତି । ଭାରତୀୟ ବୋଲର ଭାବେ ସବୁଠାରୁ କମ୍ ମ୍ୟାଚରେ ସେ ଏହି ସଫଳତା ପାଇଛନ୍ତି । ନାଗପୁର ମ୍ୟାଚ ହେଉଛି ତାଙ୍କର ୮୯ ତମ ମ୍ୟାଚ । ବିଶ୍ୱରେ ସେ ଏହି ବର୍ଗରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ।
ସବୁଠୁ ଶୀଘ୍ର ୪୫୦ ୱିକେଟ ନେଇଥିଲେ ଶ୍ରୀଲଙ୍କାର ମୁଥିୟା ମୁରଲୀଧରନ । ସେ ୮୦ଟି ମ୍ୟାଚରୁ ୪୫୦ ୱିକେଟ ନେଇଥିଲେ । ଅଶ୍ୱିନ ଆଜି ୩ଟି ୱିକେଟ ନେଇଛନ୍ତି । ସେ ଆଲେକ୍ସ କ୍ୟାରି, କ୍ୟାପଟେନ ପ୍ୟାଟ କମିନ୍ସ ଓ ବୋଲାଣ୍ଡଙ୍କ ୱିକେଟ ନେଇଛନ୍ତି । ଭାରତୀୟ ସ୍ପିନ ବୋଲିଂର ମୁକାବିଲା କରିନପାରି ଅଷ୍ଟ୍ରେଲିଆ ନାଗପୁର ଟେଷ୍ଟର ପ୍ରଥମ ଇନିଂସରେ ମାତ୍ର ୧୭୭ ରନ୍ କରି ଅଲଆଉଟ ହୋଇଛି । ଅନ୍ୟପଟେ ଏହି ମ୍ୟାଚ୍ରେ ଜାଦେଜାଙ୍କୁ ୫ଟି ୱିକେଟ ମିଳିଛି ।
ଟେଷ୍ଟରେ ଭାରତୀୟ ବୋଲର ଭାବେ ଅନୀଲ କୁମ୍ବଲେ ସବୁଠୁ ଅଧିକ ୱିକେଟ୍ ନେଇଛନ୍ତି । ତାଙ୍କ ରେକର୍ଡ ଏବେବି ବଜାୟ ରହିଛି । ସେ ୬୧୯ଟି ୱିକେଟ ହାସଲ କରିଛନ୍ତି । ଅନୀଲ କୁମ୍ବଲେ ୯୩ଟି ଟେଷ୍ଟରୁ ୪୫୦ଟି ୱିକେଟ୍ ହାସଲ କରିଥିଲେ । ଏବେ ରବିଚନ୍ଦ୍ରନ ଅଶ୍ୱିନ ତାଙ୍କ ରେକର୍ଡ ଭାଙ୍ଗଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)