• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଆଜି ମୋହାଲିରେ ଖେଳାଯିବ ଭାରତ-ଆଫଗାନିସ୍ଥାନ ୩ଟିକିଆ ଟି-ଟ୍ୱେଣ୍ଟି ସିରିଜର ପ୍ରଥମ ମ୍ୟାଚ୍ । ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଏହି ସିରିଜ ଖେଳିବ । ତେବେ ସିରିଜର ପ୍ରଥମ ମ୍ୟାଚ ଖେଳିବେନି ବିରାଟ କୋହଲି । ସେହିପରି ଆଘାତ ଜନିତ ସମସ୍ୟା ଯୋଗୁଁ ହାର୍ଦ୍ଦିକ ପଣ୍ଡ୍ୟା ଓ ସୂର୍ଯ୍ୟକୁମାର ଯାଦବ ବି ସିରିଜରୁ ବାଦ ପଡିଛନ୍ତି ।

ସେପଟେ ଆହତ ସମସ୍ୟା ଯୋଗୁଁ ଆଫଗାନିସ୍ଥାନ ଟପ୍ ସ୍ପିନର ରସିିଦ ଖାନ ଖେଳିବେନି । ଟି-ଟ୍ୱେଣ୍ଟି ବିଶ୍ୱକପକୁ ଆଉ ମାତ୍ର ୬ ମାସରୁ କମ ସମୟ ଥିବା ବେଳେ ଉଭୟ ଦଳ ପାଇଁ ଏହି ସିରିଜ ଅନେକ ଗୁରୁତ୍ୱ ରଖୁଛି । ଆସନ୍ତା ୧୪ ତାରିଖରେ ସିରିଜର ଦ୍ୱିତୀୟ ମ୍ୟାଚ ଇନ୍ଦୋରରେ ଖେଳାଯିବାକୁ ଥିବା ବେଳେ ତୃତୀୟ ମ୍ୟାଚ ଜାନୁଆରୀ ୧୭ ତାରିଖରେ ବେଙ୍ଗାଲୁରୁରେ ଖେଳାଯିବ ।

ଅଧିକ ପଢ଼ନ୍ତୁ: ଟିମ୍ ଇଣ୍ଡିଆ ପାଇଁ କେତେ ଆହ୍ୱାନପୂର୍ଣ୍ଣ ହେବ ୨୦୨୪

ଏହି ସିରିଜକୁ ରୋହିତ ଶର୍ମା ଓ ବିରାଟ କୋହଲି ଫେରିଛନ୍ତି । ଦୁଇ ଖେଳାଳି ଶେଷ ଥର ପାଇଁ ୨୦୨୨ ଟି-୨୦ ବିଶ୍ୱକପ ସେମି ଫାଇନାଲ ଖେଳିଥିଲେ । ଭାରତ ଟି-୨୦ ବିଶ୍ୱକପ ସେମିରେ ଇଂଲଣ୍ଡ ଠାରୁ ହାରିବା ପରେ ରୋହିତ ଓ ବିରାଟ ଏହି ଫର୍ମାଟରେ ଆଉ ନଜର ଆସି ନଥିଲେ ।

ବ୍ୟକ୍ତିଗତ କାରଣ ପାଇଁ ବିରାଟ କୋହଲି ପ୍ରଥମ ଟି-୨୦ ମ୍ୟାଚ୍‌ ଖେଳିବେ ନାହିଁ । କିନ୍ତୁ ସେ ଦ୍ୱିତୀୟ ଓ ତୃତୀୟ ଟି-୨୦ ମ୍ୟାଚ୍‌ ବେଳକୁ ଉପଲବ୍ଧ ହେବେ । ସେହିପରି ଟି-୨୦ରେ ଯଶସ୍ୱୀ ଜୈସୱାଲ ଓ ରୋହିତ ଶର୍ମା ଭାରତର ଇନିଂସ ଆରମ୍ଭ କରିବେ ବୋଲି ଡ୍ରାଭିଡ ସୂଚନା ଦେଇଛନ୍ତି ।