Advertisment

Barabati Match Ticket : ବାରବାଟୀ ଦିନିକିଆ: ୨ରେ ଅନଲାଇନ୍‌, ୫ ଓ ୬ରେ କାଉଣ୍ଟରରେ ବିକ୍ରି ହେବ ଟିକେଟ୍‌

ଫେବ୍ରୁଆରୀ ୯ରେ ମ୍ୟାଚ୍‌ ହେବାକୁ ଥିବା ବେଳେ ୨ ତାରିଖରେ ଅନଲାଇନରେ ଟିକେଟ୍‌ ବିକ୍ରି ହେବ । ୨ ତାରିଖରେ ଅନଲାଇନରେ ୪ ହଜାର ଟିକେଟ୍‌ ବିକ୍ରି ହେବ ।

ଅଦ୍ୟତନ ହୋଇଛି
ଫେବୃଆରୀ ୫ରୁ ଟିକେଟ୍‌ ବିକ୍ରି

ଫେବୃଆରୀ ୫ରୁ ଟିକେଟ୍‌ ବିକ୍ରି

Advertisment

ଫେବୃଆରୀ ୯ରେ ଦୁଲୁକିବ ବାରବାଟୀ । ଐତିହାସିକ ବାରବାଟୀ ଷ୍ଟାଡିଅମରେ ଖେଳାଯିବ ଭାରତ ବନାମ ଇଂଲଣ୍ଡ ଏକଦିବସୀୟ ମ୍ୟାଚ । ଏନେଇ ଷ୍ଟାଡିଅମରେ ଆଜି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ରାଜ୍ୟ କ୍ରୀଡା ବିଭାଗ ଓ ଓଡ଼ିଶା କ୍ରିକେଟ ସଂଘଙ୍କ ମଧ୍ୟରେ ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଫେବୃଆରୀ ୨ରେ ଜୋମାଟୋ ଓ ପେଟିଏମରେ ଉପଲବ୍ଧ ହେବ ୪୦୦୦ ଅନଲାଇନ ଟିକେଟ ।

Advertisment

ସେହିପରି ୫ ଓ ୬ ତାରିଖରେ ସାଧାରଣ ଦର୍ଶକଙ୍କ ପାଇଁ ୧୯ ହଜାରରୁ ୨୦,୦୦୦ ଅଫଲାଇନ ଟିକେଟ ଉପଲବ୍ଧ ହେବ । ଅବଶିଷ୍ଟ ଅନୁବନ୍ଧିତ ୟୁନିଟକୁ ଟିକେଟ ପ୍ରଦାନ କରିବ ଓସିଏ । ଅଫଲାଇନ ଟିକେଟ ବିକ୍ରି ସମୟରେ ମହିଳାମାନଙ୍କ ପାଇଁ ସ୍ଵତନ୍ତ୍ର କାଉଣ୍ଟର ହେବ । ୪ଟି ବ୍ୟାରିକେଡ ମଧ୍ୟରେ ୬ଟି କାଉଣ୍ଟରରୁ କ୍ରିକେଟ ଫ୍ୟାନ୍ସ ଟିକେଟ କିଣିବେ ।

ଅଧିକ ପଢ଼ନ୍ତୁ: ଅଲଗା ହେବେକି ବିରେନ୍ଦ୍ର ସେହୱାଗ ଏବଂ ପତ୍ନୀ ଆରତୀ ଅହଲାୱତ...

ଏହାଛଡା ପ୍ରଥମ ଥର ପାଇଁ ଏଥର ରାଜ୍ୟକୁ ବିଭିନ୍ନ କ୍ଷେତ୍ରରେ ଗୌରବ ଆଣିଥିବା ବ୍ୟକ୍ତିଙ୍କୁ ନେଇ ଲିଜେଣ୍ଡାରୀ ବକ୍ସର ଆୟୋଜନ କରାଯାଇଛି । ଉଭୟ ଉପର, ତଳ ବାଲିଯାତ୍ରା ପଡ଼ିଆ ଓ ସତ୍ୟବ୍ରତ ଷ୍ଟାଡିଅମରେ ଖୋଲିବ ଫ୍ୟାନ୍ କ୍ଲବ । ଯେଉଁଠି ଖେଳର ମଜା ସହ ସହର ଦହିବରା ଆଳୁଦମରୁ ଆରମ୍ଭ କରି ବିଭିନ୍ନ ସୁସ୍ୱାଦୁ ଖାଦ୍ୟର ମଜା ଉଠାଇ ପାରିବେ ଫ୍ୟାନ୍ସ । ମ୍ୟାଚ ଦେଖିବା ପାଇଁ ଷ୍ଟାଡିଅମ ଆସୁଥିବା ଦର୍ଶକ ମାନଙ୍କ ପାଇଁ ସୁଲଭ ମୂଲ୍ୟରେ ସମସ୍ତ ଗ୍ୟାଲେରୀରେ ସୁସ୍ୱାଦୁ ଖାଦ୍ୟ ଉପଲବ୍ଧ ହେବ । ଏହାବ୍ୟତୀତ ଅଫଲାଇନ୍‌ ଟିକେଟ କିଣିବା ବେଳେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ନ ଉପୁଜେ ସେନେଇ ସବୁ ବ୍ୟବସ୍ଥା କରାଯାଇଥିବା କହିଛନ୍ତି କ୍ରୀଡାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ

Advertisment

ଅନ୍ୟପଟେ ଏହି ଏକଦିବସୀୟ ମ୍ୟାଚକୁ କିପରି ସୁରକ୍ଷିତ ଭାବରେ ଆୟୋଜିତ କରାଯିବ ସେନେଇ ଆଜି ପୋଲିସ କମିଶନରଙ୍କ ସମେତ ଡିସିପି, ଅଗ୍ନିଶମ ଅଧିକାରୀ ଷ୍ଟାଡିଅମ ବୁଲି ସମୀକ୍ଷା କରିଛନ୍ତି । ମୋଟ ୪୪୦୦୦ ଦର୍ଶକ ମ୍ୟାଚ ଦେଖିବା ପାଇଁ ଷ୍ଟାଡିଅମକୁ ପ୍ରବେଶ କରିବେ । ସେହି ସମୟରେ ସମସ୍ତ ଗ୍ୟାଲେରୀ, ଅତିଥିଙ୍କ ବସିବା ସ୍ଥାନ ଓ ଦର୍ଶକ କିପରି ଶୃଙ୍ଖଳିତ ଖେଳ ଉପଭୋଗର କରିବେ ନେଇ ବିସ୍ତୃତ ଭାବରେ ଆଲୋଚନା କରାଯାଇଛି । ପୋଲିସ କମିଶନର ଓ ଅଗ୍ନିଶମ ଅଧିକାରୀଙ୍କୁ ନେଇ ଉଭୟ ଷ୍ଟାଡିୟମ ଭିତର ପାର୍ଶ୍ଵ ଓ ବାହାରେ ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରାଯାଇଛି ।

ସେପଟେ ଆସନ୍ତା ୭ ତାରିଖରେ ଉଭୟ ଟିମ୍‌ ଭୁବନେଶ୍ୱରରେ ପହଞ୍ଚିବେ । ଭୁବନେଶ୍ୱର ପହଞ୍ଚିବା ପରେ ଦୁଇ ଦଳ ମେ’ ଫେୟାର ହୋଟେଲରେ ରହିବେ । ଏହାପରେ ୮ ତାରିଖରେ ଉଭୟ ଦଳ ଦୁଇଟି ପର୍ଯ୍ୟାୟରେ ବାରବାଟୀ ଷ୍ଟାଡିୟମରେ ଅଭ୍ୟାସ କରିବେ ।

Advertisment

ଅଧିକ ପଢ଼ନ୍ତୁ: ଭାରତର ନମ୍ବର ୱାନ ଖେଳାଳି ହେଲେ ଡି. ଗୁକେଶ

Cuttack India Vs England ODI Barabati Stadium
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ