Advertisment

Surya Kumar for Ranji: ଟେଷ୍ଟ ଦଳକୁ ପ୍ରତ୍ୟାବର୍ତ୍ତନ ପାଇଁ ସୂର୍ଯ୍ୟଙ୍କ ପ୍ରୟାସ, ମୁମ୍ବାଇ ପାଇଁ ଖେଳିବେ ରଣଜୀ ମ୍ୟାଚ

ଭାରତୀୟ ଟି୨୦ ଦଳର ଅଧିନାୟକ ରହିଥିବା ସୂର୍ଯ୍ୟ କୁମାର ଯାଦବ ଟେଷ୍ଟ ଓ ଦିନିକିଆ ଦଳରୁ ବାଦ ପଡିଛନ୍ତି। ଭାରତୀୟ ଚୟନକର୍ତ୍ତାଙ୍କୁ ପ୍ରଭାବିତ କରିବା ପାଇଁ ସୂର୍ଯ୍ୟ ଆଉ ଏକ ପ୍ରୟାସ କରିଛନ୍ତି। ଚଳିତ ରଣଜୀ ସିଜନରେ ସେ ମୁମ୍ବାଇ ପକ୍ଷରୁ ଖେଳିବା ସହ ଜାତୀୟ ଦଳ ପାଇଁ ଚୟନର ଦାବିଦାରୀ ଉପସ୍ଥାପନ କରିବେ ବୋଲି ଜଣାପଡିଛି।

ଅଦ୍ୟତନ ହୋଇଛି
surya kumar

surya kumar

Advertisment

ଭାରତୀୟ ଟି୨୦ ଦଳର ଅଧିନାୟକ ରହିଥିବା ସୂର୍ଯ୍ୟ କୁମାର ଯାଦବଟେଷ୍ଟଦିନିକିଆ ଦଳରୁ ବାଦ ପଡିଛନ୍ତି। ଭାରତୀୟ ଚୟନକର୍ତ୍ତାଙ୍କୁ ପ୍ରଭାବିତ କରିବା ପାଇଁ ସୂର୍ଯ୍ୟ ଆଉ ଏକ ପ୍ରୟାସ କରିଛନ୍ତି। ଚଳିତ ରଣଜୀ ସିଜନରେ ସେ ମୁମ୍ବାଇ ପକ୍ଷରୁ ଖେଳିବା ସହ ଜାତୀୟ ଦଳ ପାଇଁ ଚୟନର ଦାବିଦାରୀ ଉପସ୍ଥାପନ କରିବେ ବୋଲି ଜଣାପଡିଛି।

Advertisment

ଜାତୀୟ ଦଳ ପାଇଁ ଚୟନ ହେବାର ଏକମାତ୍ର ମାଧ୍ୟମ ରହିଛି ଘରୋଇ କ୍ରିକେଟ ଖେଳିବା। ସମସ୍ତ କ୍ରିକେଟରଙ୍କ ପାଇଁ ଘରୋଇ କ୍ରିକେଟ ଖେଳିବା ନିୟମ ବାଧ୍ୟତାମୂଳକ ହୋଇଥିବା ବେଳେ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ପରି ଖେଳାଳି ମଧ୍ୟ ରଣଜୀ ପଡିଆକୁ ଓହ୍ଲାଇଥିଲେ। ବର୍ତ୍ତମାନ ଏହି ଧାରାରେ ସାମିଲ ହେବାକୁ ଯାଉଛି ଆଉ ୨ ନାମ । ମୁମ୍ବାଇ ରଣଜୀ ଟ୍ରଫି ଦଳ ପାଇଁ ଖେଳିବାକୁ ଯାଉଛନ୍ତି ଭାରତୀୟ ଅଲରାଉଣ୍ଡର ଶିବମ ଦୁବେ ଓ ସୂର୍ଯ୍ୟକୁମାର ଯାଦବ।

ଅଧିକ ପଢ଼ନ୍ତୁ: ୩ ବର୍ଷ ପରେ ବାରବାଟୀରେ ଅନ୍ତର୍ଜାତୀୟ କ୍ରିକେଟ

ନିକଟରେ ଭାରତ ଇଂଲଣ୍ଡକୁ ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜରେ ୪-୧ରେ ପରାସ୍ତ କରିଥିଲା। ଉଭୟ ଶିବମ ଦୁବେ ଓ ସୂର୍ଯ୍ୟକୁମାର ଯାଦବ ଏହି ଦଳର ସଦସ୍ୟ ରହିଥିଲେ। ସୂର୍ଯ୍ୟଙ୍କୁ ପୂର୍ବରୁ ୩ଟି ଯାକ ଫର୍ମାଟରେ ସୁଯୋଗ ମିଳିଥିବା ବେଳେ ବିଗତ କିଛି ଦିନ ହେବ ସେ ଚୟନକର୍ତ୍ତାଙ୍କ ନଜରରୁ ଦୂରରେ ଅଛନ୍ତି। ଦିନିକିଆ ଓ ଟେଷ୍ଟ ପାଇଁ ତାଙ୍କ ନାମ ବିଚାରକୁ ନିଆଯାଉନାହିଁ। ତେଣୁ ସେ ରଣଜୀ ଖେଳିବାକୁ ନିଷ୍ପତ୍ତି ନେଇଛନ୍ତି। ନିକଟରେ ମୁମ୍ବାଇ ରଣଜୀ ଟ୍ରଫିର କ୍ବାର୍ଟର ଫାଇନାଲରେ ପ୍ରବେଶ କରିଥିଲା।

Advertisment

ଏଲିଟ ଗ୍ରୁପ ଏରେ ସ୍ଥାନ ପାଇଥିବା ମୁମ୍ବାଇ ଟେବୁଲ ଟପ୍ପର ହିସାବରେ କ୍ବାର୍ଟରରେ ପ୍ରବେଶ କରିଥିଲା। ଅନ୍ତିମ ମ୍ୟାଚରେ ମେଘାଳୟକୁ ଇନିଂସ ଓ ୪୫୬ ରନରେ ପରାସ୍ତ କରିଥିଲା ମୁମ୍ବାଇ। ରଣଜୀ ଟ୍ରଫିର ପ୍ରଥମ ଭାଗରେ ମହାରାଷ୍ଟ୍ର ବିପକ୍ଷ ମ୍ୟାଚରେ ସୂର୍ଯ୍ୟକୁମାର ମୁମ୍ବାଇ ଦଳର ସଦସ୍ୟ ରହିଥିଲେ। ଆସନ୍ତା ୮ ତାରିଖରେ ହରିୟାଣା ବିପକ୍ଷରେ ମୁମ୍ବାଇ କ୍ବାର୍ଟର ଫାଇନାଲ ମ୍ୟାଚ ଖେଳିବ।

ପୂର୍ବତନ ଭାରତୀୟ ଖେଳାଳି ଆଜିଙ୍କ୍ୟ ରାହାଣେ ମୁମ୍ବାଇର ଅଧିନାୟକ ରହିଥିବା ବେଳେ ଆୟୁଷ ମାହତ୍ରେ ଓ ଅଙ୍ଗକ୍ରିଷ ରଘୁବଂଶୀଙ୍କ ପରି ଯୁବ ଖେଳାଳି ମଧ୍ୟ ସ୍ଥାନ ପାଇଛନ୍ତି। ଅନ୍ୟ ପକ୍ଷରେ ସୂର୍ଯ୍ୟକୁମାର ମୁମ୍ବାଇ ପକ୍ଷରୁ ୮୪ ପ୍ରଥମ ଶ୍ରେଣୀ ଓ ୧୪୪ ଲିଷ୍ଟ ଏ ମ୍ୟାଚ ଖେଳିଛନ୍ତି। ପ୍ରଥମ ଶ୍ରେଣୀ କ୍ୟାରିୟରରେ ସେ ୪୨.୮୪ ହାରରେ ୫୬୫୬ ରନ ସ୍କୋର କରିଛନ୍ତି। ସେହିପରି ଲିଷ୍ଟ ଏ କ୍ୟାରିୟରରେ ସେ ୩୬୬୫ ରନ ସ୍କୋର କରିଛନ୍ତି। ଭାରତ ପକ୍ଷରୁ ସୂର୍ଯ୍ୟକୁମାର ୧ ଟେଷ୍ଟ, ୩୭ ଦିନିକିଆ ଓ ୮୩ ଟି୨୦ ମ୍ୟାଚ ଖେଳିଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ଟିମ ଇଣ୍ଡିଆର ମୁଣ୍ଡବିନ୍ଧା ଟ୍ରାଭିସ ହେଡଙ୍କ କୀର୍ତ୍ତିମାନ, ପ୍ରଥମ ଥର ପାଇଲେ ଏହି ପୁରସ୍କାର

Suryakumar Yadav Ranji Trophy
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ