/odishatv-khabar/media/post_attachments/uploadimage/library/16_9/16_9_0/IMAGE_1708507234.jpg)
Barabati Stadium
ସଂପୂର୍ଣ୍ଣ ରୂପେ ଭଙ୍ଗାଯିବ କଟକର ଐତିହାସିକ ବାରବାଟୀ ଷ୍ଟାଡିୟମ। ବର୍ତ୍ତମାନ ଯେଉଁ ଷ୍ଟାଡିୟମ ରହିଛି, ତାକୁ ପୁରାପୁରି ଭଙ୍ଗା ଯାଇ ତିଆରି ହେବ ସଂପୂର୍ଣ୍ଣ ନୂଆ ଷ୍ଟାଡିୟମ। ଏନେଇ ସୂଚନା ଦେଇଛନ୍ତି ଓସିଏ ସଂପାଦକ ସଂଜୟ ବେହେରା। ବିଶ୍ୱସ୍ତରୀୟ ଷ୍ଟାଡିୟମରେ ପରିଣତ ହେବ ବାରବାଟୀ ଷ୍ଟାଡିୟମ।
ଓସିଏ ସଂପାଦକ ସଂଜୟ ବେହେରା କହିଛନ୍ତି, ଯେଉଁ ଜମି ସମସ୍ୟା ଅଛି, ଡିଜାଇନରେ ତ୍ରୁଟି ଅଛି, ତାକୁ ସୁଧୁରା ଯାଇ ନିର୍ମିତ ହେବ ନୂଆ ବିରାଟ ସ୍ପୋର୍ଟସ୍ କଂପ୍ଲେକ୍ସ। ଏଥିରେ ଅତ୍ୟାଧୁନିକ ସୁବିଧା ମଧ୍ୟ ରହିବ। ୧୯୫୨ରେ ବାରବାଟୀର ତଳ ଅଂଶ ନିର୍ମିତ ହୋଇଥିଲା। ଏହା ବି ପୁରୁଣା ହେଲାଣି। ଆଗାମୀ ୫୦ବର୍ଷକୁ ଆଖି ଆଗରେ ରଖି ନୂଆ ଷ୍ଟାଡିୟମ ନିର୍ମାଣ କରାଯିବ। ଏବେର ଷ୍ଟାଡିୟମକୁ ନ ଭାଙ୍ଗିଲେ ତାହା ସମ୍ଭବ ହେବନି।
ନୂଆ ଷ୍ଟାଡିୟମରେ ବସି ଖେଳ ଦେଖିପାରିବ ୬୦ ହଜାର ଦର୍ଶକ। ବିସିସିଆଇ, ଓସିଏ ଏବଂ ଓଡ଼ିଶା ସରକାର ମିଳିତ ଭାବେ ଏହି କାମ କରିବେ। ଯୋଜନା ପ୍ରସ୍ତୁତ କରିବାକୁ ଡେଲଏଟ୍ କମ୍ପାନିକୁ ଦାୟିତ୍ୱ ଦିଆଯାଇଛି। ୨ ମାସ ଭିତରେ ରିପୋର୍ଟ ଆସିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)