/odishatv-khabar/media/post_attachments/uploadimage/library/16_9/16_9_0/IMAGE_1699509461.jpg)
ICC ODI Ranking
ଆଇସିସି ପକ୍ଷରୁ ଏକଦିବସୀୟ ରାଙ୍କିଙ୍ଗରେ ଶୁଭମନ୍ ଗିଲ୍ ନମ୍ବର ୱାନ୍ ବ୍ୟାଟର । ସେହିପରି ବୋଲିଂ ମହମ୍ମଦ ସିରାଜ ଏକ ନମ୍ବର ବୋଲର ରହିଛନ୍ତି ।
Advertisment
ପ୍ରଥମଥର ପାଇଁ ଟିମ୍ ଇଣ୍ଡିଆର ଦୁଇ ଖେଳାଳି ଶୀର୍ଷରେ ରହିଛନ୍ତି । ପୂର୍ବରୁ ପାକିସ୍ତାନର ବାବର ଆଜମ୍ ଏକ ନମ୍ବର ବ୍ୟାଟର ଥିଲେ । ସଚିନ୍ ତେନ୍ଦୁଲକର, ମହେନ୍ଦ୍ର ସିଂ ଧୋନୀ, ବିରାଟ କୋହଲିଙ୍କ ପରେ ଶୁଭମନ୍ ଗିଲ୍ ନମ୍ବର ୱାନ୍ ରାଙ୍କ ପାଇଛନ୍ତି ।
ଚଳିତ ବିଶ୍ୱକପରେ ଗିଲ୍ ୬ଟି ମ୍ୟାଚ ଖେଳି ୨୧୯ ରନ୍ ସ୍କୋର କରିଛନ୍ତି । ଅନ୍ୟପକ୍ଷରେ ସିରାଜ ବିଶ୍ୱକପରେ ପ୍ରଥମରୁ ଭଲ ପ୍ରଦର୍ଶନ କରି ନଥିଲେ ମଧ୍ୟ ଏବେ ଚମତ୍କାର ଫର୍ମରେ ଅଛନ୍ତି ।
Advertisment
କୁଲଦୀପ ଯାଦବ, ଯଶପ୍ରୀତ ବୁମ୍ରା ଓ ମହମ୍ମଦ ସାମି ଟପ୍ ଟେନ୍ ବୋଲର ତାଲିକାରେ ରହିଛନ୍ତି । ଚଳିତ ବିଶ୍ୱକପରେ ଟପ୍ ଫର୍ମରେ ରହିଛି ଟିମ୍ ଇଣ୍ଡିଆ । ୮ଟି ମ୍ୟାଚ ଖେଳି ଅପରାଜୟ ରହିଛି ଟିମ୍ ଇଣ୍ଡିଆ।
ସବୁଠୁ ବଡ଼କଥା ହେଲା ଟିମ୍ ଇଣ୍ଡିଆର ସଫଳତାରେ ବ୍ୟାଟର ଶୁଭମନ୍ ଗିଲ୍ ଓ ବୋଲର ମହମ୍ମଦ ସିରାଜଙ୍କ ବଡ ଭୂମିକା ରହିଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)