• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ବାର୍ବଡାସରେ ଇତିହାସ ରଚିଲା ଟିମ୍‌ ଇଣ୍ଡିଆ । ଦୂର ହେଲା ଆଇସିସି ଟ୍ରଫି ଜିତିବା ଆଶା । ୧୭ ବର୍ଷ ପରେ ଟି-୨୦ ବିଶ୍ୱକପ୍‌ ଜିତିଲା ଭାରତ । ଦଷିଣ ଆଫ୍ରିକାକୁ ୭ ରନ୍‌ରେ ପରାସ୍ତ କରି ଟାଇଟଲ୍‌ ହାତେଇଲା ଟିମ୍‌ ଇଣ୍ଡିଆ । ୨୦୦୭ ପରେ ୨୦୨୪ରେ ଟି-୨୦ ବିଶ୍ୱକପ୍‌ ଜିତିଲା ଭାରତ ।

୧୭୭ ରନର ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଦକ୍ଷିଣ ଆଫ୍ରିକା ଆରମ୍ଭରୁ ଦୁଇଟି ଓ୍ବିକେଟ ହରାଇ ସଂକଟରେ ପଡ଼ିଥିଲା । ରେଜା ହେଣ୍ଡରିକ୍ସ ମାତ୍ର ୪ ରନ ଓ ଅଧିନାୟକ ଆଇଡେନ ମାର୍କରାମ ୭ ରନ କରି ଆଉଟ ହୋଇଥିଲେ । କିନ୍ତୁ କ୍ବିଣ୍ଟନ ଡିକକ୍ ଓ ଟ୍ରଷ୍ଟାନ ଷ୍ଟବସ୍ ଏକ ଭଲ ପାର୍ଟନରସିପ କରି ପାଳିକୁ ସମ୍ଭାଳିଥିଲେ । ଷ୍ଟବସ ୩୧ ରନ କରି ଆଉଟ ହେବା ପରେ ଡିକକ୍ ଓ ହେନରିକ କ୍ଲାସେନଙ୍କ ମଧ୍ୟରେ ବି ଏକ ଭଲ ପାର୍ଟନରସିପ ହୋଇଥିଲା । ଡିକକ୍ ୩୯ ରନ କରିଥିବାବେଳେ କ୍ଲାସେନ ୫୨ରନ କରିଥିଲେ । ଡେଭିଡ ମିଲର ୨୧ ରନ କରି ଆଉଟ ହୋଇଥିଲେ । ଦଳ ୨୦ ଓଭରରେ ୮ ଓ୍ବିକେଟ ହରାଇ ୧୬୯ ରନ କରିପାରିଥିଲା ।

  

ଆଜି ୱେଷ୍ଟଇଣ୍ଡିଜ୍‌ର ବାର୍ବଡାସରେ ଭାରତ-ଦକ୍ଷିଣ ଆଫ୍ରିକ ମଧ୍ୟରେ ଖେଳାଯାଇଥିଲା ଫାଇନାଲ ଫାଇଟ୍। ଏହି ହାଇଭୋଲେଟେଜ୍‌ ମ୍ୟାଚ୍‌ରେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଭାରତ । ପ୍ରଥମ ଓଭରରୁ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ ବିରାଟ କୋହଲି । କିନ୍ତୁ ଦ୍ୱିତୀୟ ଓଭରରେ ଅଧିନାୟକ ରୋହିତ ଶର୍ମା ଓ ଋଷଭ ପନ୍ତଙ୍କ ୱିକେଟ ନେଇ ଭାରତକୁ ବ୍ୟାକଫୁଟ୍‌ ଠେଲିଦେଇଥିଲେ କେଶବ ମହାରାଜ । ଏହାପରେ ମାତ୍ର ୩ ରନ୍‌ କରି ପ୍ୟାଭିଲିୟନ ଫେରିଥିଲେ ସୂର୍ଯ୍ୟକୁମାର ଯାଦବ । ମାତ୍ର ୩୪ ରନ୍‌ରେ ୩ଟି ୱିକେଟ୍‌ ପରେ ବ୍ୟାଟିଂ କରିବାକୁ ଆସିଥିଲେ ଅକ୍ଷର ପଟେଲ । ବିରାଟଙ୍କ ସହ ଦମଦାର ପାର୍ଟନରସିପ୍‌ କରିଥିଲେ ଅକ୍ଷର । ଚତୁର୍ଥ ୱିକେଟ୍ ପାଇଁ ଦୁଇ ବ୍ୟାଟ୍ସମ୍ୟାନ୍‌ ୭୩ ରନ୍‌ କରିଥିଲେ । ତେବେ ମାତ୍ର ୩୧ ରନ୍‌ରେ ୪୭ ରନ୍‌ କରି ରନ୍‌ ଆଉଟ୍‌ ହୋଇଥିଲେ ଅକ୍ଷର ପଟେଲ । ଅକ୍ଷରଙ୍କ ପରେ ବିରାଟ ଓ ଶିବମ ଦୁବେ ପାଳି ସମ୍ଭାଳିଥିଲେ ଏବଂ କୋହଲିଙ୍କ ଦମଦାର ୭୬ ରନ୍‌ ଫଳରେ ଭାରତ ୧୭୬ ରନ୍‌ କରିବାରେ ସଫଳ ହୋଇଥିଲା । ଭାରତ ପକ୍ଷରୁ ବିରାଟଙ୍କ ବ୍ୟତୀତ ଅକ୍ଷର ପଟେଲ ୪୭, ଶିବମ ଦୁବେ ୨୭ ରନ୍‌ କରିଥିଲେ । ସେହିପରି ସାଉଥ ଆଫ୍ରିକା ପକ୍ଷରୁ କେଶବ ମହାରାଜ ଓ ନର୍କିଆ ୨ଟି ଲେଖାଏଁ ୱିକେଟ୍‌ ଅକ୍ତିଆର କରିଥିଲେ ।

 

ଏହାପୂର୍ବରୁ ଗତ ନଭେମ୍ବରରେ ଭାରତ ଦିନିକିଆ ବିଶ୍ୱକପ୍‌ ଫାଇନାଲରେ ଅଷ୍ଟ୍ରେଲିଆଠୁ ହାରିଥିଲା । ଯାହାଫଳରେ ବିଶ୍ୱକପ୍‌ ଜିତିବା ସ୍ୱପ୍ନ ଅଧାରେ ରହିଯାଇଥିଲା । ତେବେ ୧୪୦ କୋଟି ଭାରତୀୟଙ୍କ ଏହି ଅଧୁରା ସ୍ୱପ୍ନ ଆଜି ପୂରା ହୋଇଛି ।

OTV is now on Whatsapp

Join and get latest news update delivered to you via whatsapp

Join Now